1. କୃଷି ଖବର

ଆସୁଛି କାଳବୈଶାଖୀ

ଆସୁଛି କାଳବୈଶାଖୀ

KJ Staff
KJ Staff

ଧୀରେ ଧୀରେ ଏବେ ରାଜ୍ୟ ର ସମସ୍ତ ସ୍ଥାନ ରେ ଗ୍ରୀଷ୍ମ ର ପ୍ରଭାବ ରେ ତାପମାତ୍ରା ବଢିବା ଆରମ୍ଭ ହେଲାଣି |ତେବେ ରାଜ୍ୟ ର ସର୍ବାଧିକ ତାପମାତ୍ରା ମାଲକାନଗିରି ରେ ୩୮.୫ ଡିଗ୍ରୀ ସେଲସିଅସ ଥିବାର ରେକର୍ଡ ହୋଇଛି |ଭବାନୀପାଟଣା ,ବଲାଙ୍ଗୀର ଓ ସୋନପୁର ରେ ତାପମାତ୍ରା ୩୭ ଡିଗ୍ରୀ ଉପରେ ଥିଲା ବେଳେ ଭୁବନେଶ୍ୱର କଟକ ଅନୁଗୁଳ ,ସମ୍ବଲପୁର ରେ ୩୬ ଡିଗ୍ରୀ ଉପରେ ରହିଛି |

ଆସନ୍ତା ୧୩ ରୁ ୧୫ ମଧ୍ୟରେ ରାଜ୍ୟ ର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଅନୁଭୂତ ହେବାର ସୂଚନା ଦେଇଛି ପାଣିପାଗ କେନ୍ଦ୍ର |


କେବେ କେଉଁଠି ?
୧୩ ରେ ସୁନ୍ଦରଗଡ଼ ,ଝାରସୁଗୁଡା ,ସମ୍ବଲପୁର ,ବରଗଡ ,ସୋନପୁର ,ନୂଆପଡା,କନ୍ଧମାଳ ଓ ରାୟଗଡା ଆଦି ୧୦ ଟି ଜିଲାର କିଛି ସ୍ଥାନ ରେ ବର୍ଷ ସମ୍ଭାବନା ରହିଛି |
୧୪ ରେ ଉତ୍ତର ଆଭ୍ୟନ୍ତରୀଣ ଓଡିଶା ଓ ରାଜ୍ୟ ର ଅନ୍ୟ କେତେକ ଅଞ୍ଚଳରେ କାଳବୈଶାଖୀ ଅନୁଭୂତ ହେବ |
ଏହି ସମୟରେ ନୟାଗଡ ଓ କନ୍ଧମାଳ ରେ ଘଡ଼ଗଡି ସହ ବର୍ଷା ହେବାର ସମ୍ଭାବନା ଅଛି |
୧୫ ରେ ଉତ୍ତର ଓଡିଶା ଉପକୂଳରେ ବର୍ଷା ହେଇପାରେ |
ଏହି ସମୟରେ ମୟୁରଭଞ୍ଜ ,ବାଲେଶ୍ୱର ,ଭଦ୍ରକ ,ଯାଜପୁର, କେନ୍ଦ୍ରାପଡ଼ା ,ଢେଙ୍କାନାଳ ,କେନ୍ଦୁଝର ଓ ଅନୁଗୁଳ ଆଦି ୮ ଟି ଜିଲ୍ଲାରେ ଘୁର୍ଣ୍ଣିଝଡ ସହ ବର୍ଷା ସମ୍ଭାବନା ରହିଛି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments