1. କୃଷି ଖବର

ଆସାମ ଯିବ ବିରଳ କିସମର ‘କଳାବତୀ’ ଚାଉଳ

କୋରାପୁଟ ଗୋଟେ ପରେ ଗୋଟେ ଇତିହାସ ରଚି ଚାଲିଛି l ପ୍ରଥମେ କଫି ଆଉ ଏବେ କଳା ଚାଉଳ l ସେପଟେ କୋରାପୁଟ କଫି ବିଶ୍ୱ ସ୍ତରରେ କୋରାପୁଟକୁ ଏକ ନୂଆ ପରିଚୟ ଦେଇଛି l ସେହିପରି ଏବେ ଆଉ ଏକ ଇତିହାସ ରଚିବାକୁ ଯାଉଛି କୋରାପୁଟ ଜିଲ୍ଲାର କଳା ଚାଉଳ ।

Tanushree Mahapatra
Tanushree Mahapatra
Kalavati rice of koraput to go to assam for research , image source - pexels.com

Kalavati rice of koraput to go to assam for research , image source - pexels.com

କୋରାପୁଟ ଗୋଟେ ପରେ ଗୋଟେ ଇତିହାସ ରଚି ଚାଲିଛି l ପ୍ରଥମେ କଫି ଆଉ ଏବେ କଳା ଚାଉଳ l ସେପଟେ କୋରାପୁଟ କଫି ବିଶ୍ୱ ସ୍ତରରେ କୋରାପୁଟକୁ ଏକ ନୂଆ ପରିଚୟ ଦେଇଛି l ସେହିପରି ଏବେ ଆଉ ଏକ ଇତିହାସ ରଚିବାକୁ ଯାଉଛି କୋରାପୁଟ ଜିଲ୍ଲାର କଳା ଚାଉଳ । ପ୍ରଥମ ଥର ପାଇଁ କୋରାପୁଟର କଳାବତୀ ଚାଉଳ ଏବେ ଆସାମ ଯିବ ବୋଲି ସୂଚନା ମିଳିଛି ।

ଯାହାକି କୋରାପୁଟବାସୀଙ୍କ ପାଇଁ ଏକ ଗର୍ବ ଗୌରବର ବିଷୟ । ପୂର୍ବରୁ ବିଭିନ୍ନ କିସମର ଧାନ ଉତ୍ପାଦନ କରି କୋରାପୁଟ ଜିଲ୍ଲା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏବେ କୋରାପୁଟ ଜିଲ୍ଲାରେ ଉତ୍ପାଦନ ହେଉଥିବା କଳାବତି ଧାନ ଗବେଷଣା ନିମନ୍ତେ ଆସାମ ଯିବା ।

ସେହିପରି ପୂର୍ବରୁ ଇତିହାସ ରଚିଥିବା କଫି କହିଲେ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ରହୁଥିବା ଚାଷୀଙ୍କୁ ବୁଝାଉଛି । କୋରାପୁଟ ଜିଲ୍ଲାରେ ପ୍ରାୟ ୫୦୦୦ ହେକ୍ଟର ଚାଷ ଜମିରେ କଫି ଚାଷ କରାଯାଉଥିବାବେଳେ ୨୨୫୫ରୁ ଅଧିକ ଚାଷୀ ରହିଛନ୍ତି ସେଠାରେ । ପାଖାପାଖି ୧୯୩୦ ମସିହାରୁ କୋରାପୁଟ ଜିଲ୍ଲାରେ କଫି ଉତ୍ପାଦନ କରାଯାଉଛି ।୧୯୬୦ ମସିହା ବେଳକୁ କଫି କୋରାପୁଟ ଜିଲ୍ଲା ସହ କନ୍ଧମାଳ, ରାୟଗଡା, କେଉଁଝର, ଗଜପତି ଓ କଳାହାଣ୍ଡି ଜିଲ୍ଲାକୁ ବ୍ୟାପିଥିଲା । ଆଉ ଚାଷୀ କଫି ଚାଷ ଆରମ୍ଭ କରିଥିଲେ l

ତେବେ ଆସାମକୁ ନିଜ ଯାତ୍ରା ଆରମ୍ଭ କରିବାକୁ ଯାଉଥିବା କଳାବତି ଧାନ ଦେଖିବାରେ ଧଳା କିନ୍ତୁ ଚାଉଳ କଳା ରଙ୍ଗର । ଯାହାକି ଅତ୍ୟନ୍ତ ବିରଳ କିସମର ଚାଉଳ ବୋଲି ଚର୍ଚ୍ଚା ହୋଇଥାଏ । ଆସାମର କୃଷି ବିଶ୍ବ ବିଦ୍ୟାଳୟର ଗବେଷଣା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ କୋରାପୁଟ ଜୈବିକ ଫାର୍ମସ୍ ପ୍ରଡ୍ୟୁସର୍ସ କମ୍ପାନୀକୁ ଚିଠି ଲେଖି ଜଣାଇଛନ୍ତି ଯେ ୫୧୯୦ କିଲୋ କଳାବତି ଚାଉଳ ଯୋଗାଇ ଦିଆଯାଉ । ତେବେ ସୂଚନା ଅନୁଯାୟୀ,  ଏହା ୩୦ କିଲୋ ପ୍ୟାକେଟରେ ୧୭୩ଟି ପ୍ୟାକେଟ କରି ପଠାଯିବା ପାଇଁ ନିବେଦନ କରି କୁହାଯାଇଛି l ଏହି ଚାଉଳରେ ରହିଛି ଅନେକ ଲାଭକାରୀ ଗୁଣ ଯାହା ଖାଇବା ଦ୍ୱାରା ଶରୀରର ଅନେକ ରୋଗ ଦୂର ହୋଇଥାଏ l

ଅନ୍ୟ ଚାଉଳ ଅପେକ୍ଷା ଏହି ଚାଉଳରେ ଶର୍କରା ପ୍ରତିଶତ କମ୍, ଲୌହ, କ୍ୟାଲସିୟମ ଅଧିକ ରହିଛି । ତେବେ ପାରମ୍ପରିକ ଭାବେ ଚାଷ ହେଉଥିବା ଏହି ଚାଉଳରେ ଥରେ ଚାଷ କଲେ ପରବର୍ତ୍ତୀ ସମୟରେ ବିହନ ପାଇଁ ଚାଷୀକୁ ପରନିର୍ଭରଶୀଳ ହେବାକୁ ପଡ଼େ ନାହିଁ । ରାଜ୍ୟର ବିଲୁପ୍ତ ପ୍ରାୟ ଏହି କଳାଧାନ ବିହନକୁ  ଚାଷୀମାନେ ନେଇ ଧାଡି ପ୍ରଣାଳୀରେ ଚାଷ କରୁଛନ୍ତି l  କଳାଧାନ ଚାଷରେ କୌଣସି ରାସାୟନିକ ପ୍ରୟୋଗ କରାଯାଇ ନଥାଏ ତେଣୁ  ଚାଉଳରେ ଔଷଧୀୟ ଗୁଣ ଭରି ହୋଇ ରହିଥାଏ । ଏଥିରୁ ପ୍ରସ୍ତୁତ ହେଉଥିବା ଭାତ ରକ୍ତ ପରିଷ୍କାର କରିବା ସହିତ ଡାଇବେଟିସ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭପ୍ରଦ ହୋଇଥାଏ । ଏହି ଚାଉଳରେ  ଯଥେଷ୍ଟ ପରିମାଣର ଭିଟାମିନ୍ ଇ ରହିଛି ଯାହା ତ୍ୱଚା ଓ ଚକ୍ଷୁ ସମ୍ପର୍କିତ ସମସ୍ୟା ଦୁର କରିବାରେ ସହାୟକ ହୋଇଥାଏ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments