News

ଚାଷୀଙ୍କ ଜୀବନଶୈଳୀରେ ଦିର୍ଘକାଳୀନ ପରିବର୍ତ୍ତନ ଆଣିଛି କର୍ଣ୍ଣାଟକ FPO

ହୁଲସୁର ମହିଳା କିସାନ ମଲେଟ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ(FPO-Hulsoor Mahila Kisan Millets Producer Company limited) ଚାଷୀଙ୍କ ଆୟ ବୃଦ୍ଧିରେ ନିଜର ମହତ୍ବପୂର୍ଣ୍ଣ ଯୋଗଦାନ ଦେଉଛି ।

09 August, 2022 5:19 PM IST By: Shuvanshu Kar

କୃଷିର ବିକାଶ ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି ଏଫପିଓ । କୃଷିକୁ ଆତ୍ମନିର୍ଭର କୃଷିରେ ପରିବର୍ତ୍ତନ କରିବା ପାଇଁ ଏଫପିଓ(FPO)ର ପ୍ରଚାର ଓ ଗଠନ ପ୍ରଥମ ପଦକ୍ଷେପ । ଆଉ ଏଥିରେ ମହିଳାଙ୍କ ଭାଗିଦାରୀ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏହିକ୍ରମରେ ହୁଲସୁର ମହିଳା କିସାନ ମିଲେଟ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ(FPO-Hulsoor Mahila Kisan Millets Producer Company limited) ଚାଷୀଙ୍କ ଆୟ ବୃଦ୍ଧିରେ ନିଜର ମହତ୍ବପୂର୍ଣ୍ଣ ଯୋଗଦାନ ଦେଉଛି ।

କର୍ଣ୍ଣାଟକର ହୁଲସୁର ବ୍ଲକର ଚାଷୀଙ୍କ ଜୀବନଶୈଳୀରେ ଏହି FPO ଦୀର୍ଘକାଳୀନ ପରିବର୍ତ୍ତନ ଆଣିଛି । ପାରମ୍ପାରିକ କୃଷି ପ୍ରଣାଳୀ ବ୍ୟବହାର କରି ଏଫପିଓ ସଦସ୍ୟ ହେବା ପୂର୍ବରୁ ଚାଷୀମାନେ ବିଭିନ୍ନ ଫସଲର ପାରମ୍ପାରିକ କିସମ ଚାଷ କରୁଥିଲେ ।

ଏହି ଏଫପିଓ ମିଲେଟକୁ ଏକ ନୂତନ ଫସଲ ଭାବରେ ପରିଚିତ କରାଇପାରିଛି । ଏଫପିଓ ନିକଟରେ ନିଜର ଏକ ଇନପୁଟ୍ ୟୁନିଟ ପ୍ରତିଷ୍ଠା, ଯେଉଁଠାରେ ସଦସ୍ୟମାନେ ସବସିଡି ମୂଲ୍ୟରେ ଉନ୍ନତ ବିହନ, ସାର ଏବଂ ଅନ୍ୟାନ୍ୟ ଉତ୍ପାଦନ କିଣି ପାରିବେ ।

ଏଫପିଓର ଏକ କଷ୍ଟମ୍ ନିଯୁକ୍ତି କେନ୍ଦ୍ର ମଧ୍ୟ ଅଛି, ଯେଉଁଠାରେ କୃଷି ଯନ୍ତ୍ରପାତି ଚାଷୀଙ୍କ ପାଇଁ ଉପଲବ୍ଧ । ହାରାହାରି ଫସଲ ଉତ୍ପାଦନ 30-50% ବୃଦ୍ଧି ପାଇ ଫସଲ ଚାଷ କୌଶଳ ଏବଂ ଚାଷୀଙ୍କ ପାଇଁ ଉତ୍ତମ କୃଷି ଅଭ୍ୟାସରେ ଏହି ଏଫପିଓ ପ୍ରମାଣିତ ହୋଇଛି ।

କ୍ଲଷ୍ଟର ଆଧାରିତ ଏଭଳି ବ୍ୟବସାୟୀକ ସଂଗଠନର ଭୂମିକା କୃଷକ ଉତ୍ପାଦକ ସଂଗଠନକୁ ମଜବୁତ କରିବା ଦିଗରେ ସହାୟକ ହେବ । ଏହା ଦ୍ବାରା ଚାଷୀ ସେମାନଙ୍କୁ ଖୋଜି ପାଇପାରିବ । ଏଫପିଓ କେବଳ ଏକ କମ୍ପାନୀ ନୁହେଁ, ବରଂ ଏହା ଚାଷୀଙ୍କ ଲାଭ ପାଇଁ ଏକ ସାମୁହିକ ସଂସ୍ଥା ଅଟେ । ଏଣୁ କିଭଳି ଅଧିକରୁ ଅଧିକ ଚାଷୀ ଏଫପିଓରେ ସାମିଲ ହେବେ ଏ ଦିଗରେ କାର୍ଯ୍ୟ ହେବା ଜରୁରୀ ।

କୃଷି କ୍ଷେତ୍ରରେ କ୍ରାନ୍ତି ଆଣିବ ଏଫପିଓ

ଫେବୃଆରୀରେ ଆରମ୍ଭ ହେବ Agri Startup, cooperative & FPO summit

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)