News

ଅନଲାଇନରେ ସରକାର ବିକୁଛନ୍ତି ଆମ୍ବ, ଏମିତି କରନ୍ତୁ ଅର୍ଡର...

ଗୋଟିଏ ଅର୍ଡରରେ ଆପଣଙ୍କ ଘରେ ପହଞ୍ଚିଯିବ ଆପଣଙଅକ ମନ ପସନ୍ଦର ସୁଆଦିଆ ଆମ୍ବ । ଆମ୍ବର ଚାହିଦା ଦେଖି କର୍ଣ୍ଣାଟକ ସରକାର ଆମ୍ବ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

22 May, 2022 11:54 AM IST By: Shuvanshu Kar

ଏବେ ଆମ୍ବ ଋତୁ ଚାଲିଛି । ହେଲେ ଏଥର ବଜାରରୁ ଉଭାନ ହୋଇଯାଇଛି ଫଳମାନଙ୍କ ଭିତରେ ରାଜା ବୋଲାଉଥିବା ଆମ୍ବ । ଯାହା ଫଳରେ ପର୍ଯ୍ୟାପ୍ତ ପରିମାଣରେ ହୋଇପାରୁନି ଆମ୍ବ ଯୋଗାଣ । ହେଲେ ଆପଣ ଜମା ବି ବ୍ୟସ୍ତ ହୁଅନ୍ତୁନି । କାରଣ ଗୋଟିଏ ଅର୍ଡରରେ ଆପଣଙ୍କ ଘରେ ପହଞ୍ଚିଯିବ ଆପଣଙଅକ ମନ ପସନ୍ଦର ସୁଆଦିଆ ଆମ୍ବ ।

ଆମ୍ବର ଚାହିଦା ଦେଖି କର୍ଣ୍ଣାଟକ ସରକାର ଆମ୍ବ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ କର୍ଣ୍ଣାଟକ ସରକାର ଅନଲାଇନରେ ଆରମ୍ଭ କରିଦେଇଛନ୍ତି ଆମ୍ବ ବିକ୍ରି । ସରକାରୀ ପୋର୍ଟାଲରେ ଆମ୍ବ ବିକ୍ରି ଆରମ୍ଭ ହୋଇଛି । ଯଦି ଆପଣ ବି ଆମ୍ବ ଅର୍ଡର କରିବାକୁ ଚାହୁଁଛନ୍ତି, ତାହେଲେ www.karsirimangoes.karnataka. gov.in ସାଇଟ୍‌କୁ ଯାଇ ବିଭିନ୍ନ ଫଳର ଅର୍ଡର୍‌ କରିପାରିବେ ।

କର୍ଣ୍ଣାଟକ ଷ୍ଟେଟ୍ ମ୍ୟାଙ୍ଗୋ ଡେଭଲପମେଣ୍ଟ ଆଣ୍ଡ ମାର୍କେଟିଂ କର୍ପୋରେସନ ଲିମିଟେଡ(KSMDMCL) ଭାରତୀୟ ଡାକ ସହଯୋଗରେ ଅନଲାଇନ ଆମ୍ବ ବିକ୍ରି କରିବା ଆରମ୍ଭ କରିଛି । ଏହା ଗ୍ରାହକଙ୍କୁ ଫଳର ହୋମ୍‌ ଡେଲିଭର କରିବ।

ଏହିପରି କରନ୍ତୁ ଅନଲାଇନରେ ଆମ୍ବ ଅର୍ଡର

ଅନଲାଇନରେ କର୍ଣ୍ଣାଟକର ପ୍ରସିଦ୍ଧ ଆମ୍ବ ବୁକ୍ କରିବା ପାଇଁ ପ୍ରଥମେ ଆପଣଙ୍କୁ www.karsirimangoes.karnataka.Gov.in ୱେବସାଇଟକୁ ଯିବାକୁପଡିବ । ଏହି ପୋର୍ଟାଲରେ କୃଷକଙ୍କ ନାମ, ସେମାନଙ୍କ ମୋବାଇଲ୍ ନମ୍ବର ଏବଂ ବିଭିନ୍ନ ପ୍ରକାରର ଫଳଗୁଡିକ ରହିଛି । ଗ୍ରାହକ ଅର୍ଡର ଦେବା ପରେ ଚାଷୀଙ୍କୁ ଏକ ମେସେଜ୍ ମିଳିବ । ଏହା ପରେ ଚାଷୀ ଫଳ ପ୍ୟାକ୍ କରି ବେଙ୍ଗାଲୁରୁର ଜେନେରାଲ୍ ଡାକଘର (ଜିପିଓ) କୁ ପଠାଇବେ । ଏହା ପରେ, ବାକ୍ସଗୁଡିକ GPOରୁ ନିଜ ନିଜ ସ୍ଥାନକୁ ପଠାଯିବ । ଏହିପରି କର୍ଣ୍ଣାଟକ ଆମ୍ବ ସମଗ୍ର ଭାରତରେ ପଠାଯାଇପାରିବ ।

ବଜାରରୁ ଉଭାନ ଆମ୍ବ, ଚିନ୍ତାରେ ଚାଷୀ

ଆମ୍ବର ମଣିଷ: କିଷାନ ସୁମନ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)