1. କୃଷି ଖବର

କାଶ୍ମୀର ଏବେ ଆମର ...

କାଶ୍ମୀର ଏବେ ଆମର ...

KJ Staff
KJ Staff

ଭାରତ ର ସୌନ୍ଦର୍ଯ୍ୟ ;ମୁକୁଟମଣି କାଶ୍ମୀର ଏବେ ସମ୍ପୂର୍ଣ ରୂପେ ଆମର |ଭାରତ ର ଅନ୍ୟ ସମସ୍ତ ରାଜ୍ୟ ପରି କାଶ୍ମୀର ରେ ମଧ୍ୟ ଭାରତ ର ପତକା ଦେଖିବାକୁ ମିଳିବ |ଜାମ୍ମୁ କାଶ୍ମୀର କୁ ନେଇ ୧୯୫୪ ମସିହାରୁ ସମ୍ବିଧାନରେ ଯେଉଁ ଅସ୍ଥାୟୀ ଅନୁଛେଦ ୩୭୦ ଯୋଡି ଦିଆଯାଇଥିଲା ,ବସ୍ତୁତଃ ସୋମବାର ସେଥିରେ ପୂର୍ଣ୍ଣଛେଦ ଲାଗିଛି |ଅଗଷ୍ଟ କ୍ରାନ୍ତି ର ୭୭ ବର୍ଷ ପରେ ଗତ କାଲି କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଆଣିଛନ୍ତି କାଶ୍ମୀର କ୍ରାନ୍ତି |

 

ଏକ ଦେଶ ,ଏକ ସମ୍ବିଧାନ ,ଏକକ ନାଗରିକତ୍ବ ଏବଂ ଗୋଟିଏ ପତକା ଲାଗି ଦୀର୍ଘ ୭୦ ବର୍ଷ ଧରି ପ୍ରତିବନ୍ଧକ ସୃଷ୍ଟି କରିଆସିଥିବା ସମ୍ବିଧାନରେ ଏହି ବିବାଦୀୟ ୩୭୦ ଧାରାକୁ ମୋଦୀ ସରକାର ଏକ ବଳିଷ୍ଠ ପଦକ୍ଷେପ ନେଇ ମାତ୍ର ଗୋଟିଏ ଝଟ୍କାର ହଟାଇବା ଘଟଣା ଭାରତୀୟ ରାଜନୀତିରେ ରଚିଛି ଏକ ନୂଆ ଇତିହାସ |

 

ଆଜି ରାଜ୍ୟସଭାବରେ ଜାମ୍ମୁ-କାଶ୍ମିର ବିଲ ୨୦୧୯ ଓ ଜାମ୍ମୁ କାଶ୍ମୀର ସଂରକ୍ଷଣ ୨୦୧୯ ଗୃହୀତ ହୋଇଛି |ଫଳରେ ହିନ୍ଦୁବହୁଳ ଜାମ୍ମୁ ,ମୁସଲମାନ ବହୁଳ କାଶ୍ମୀର ଓ ସଂଖ୍ୟାଧିକ ବୌଦ୍ଧଧର୍ମା ବଲମ୍ବୀ ରହୁଥିବା ଲଦାଖକୁ ନେଇ ଗଠିତ ଜାମ୍ମୁ କାଶ୍ମୀର ଏବେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ ହେବ |ଗୋଟିଏ ଜାମ୍ମୁ କାଶ୍ମୀର ;ଯେଉଁଠାରେ ବିଧାନସଭା ଓ ଉପରାଜ୍ୟପାଳ ଏହାର ଶାସନଶୂନ୍ୟ ହେବେ |
କାଶ୍ମୀରରେ ଆତଙ୍କବାଦୀ ସମସ୍ୟା ର ସମ୍ପୂର୍ଣ ମୁଳୋତ୍ପାଟନ ହୋଇ ଏଠାରେ ପରିସ୍ଥିତିରେ ସ୍ୱାଭାବିକ ଆସିବା ପରେ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀର କୁ ପୁନର୍ବାର ପୁର୍ଣରାଜ୍ୟରେ ମାନ୍ୟତା ଦିଆଯିବ ବୋଲି ରାଜ୍ୟସଭା ରେ ବିଧେୟକ ଉପରେ ବିବୃତ ରଖି ଗୃହମନ୍ତ୍ରୀ ଅମିତ ଶାହା ଦେଶବାସୀ ଓ ବିଶେଷକରି ଜାମ୍ମୁ କାଶ୍ମୀର ବାସୀଙ୍କୁ ଏହି ଆଶ୍ୱାସନା ଦେଇଛନ୍ତି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ