News

KBC ହଟସିଟରେ ଚାଷୀ ପୁଅ, ଜିତିଲେ 50 ଲକ୍ଷ

ଜ୍ଞାନ ଓ ଧନର ମହାମଞ୍ଚ ତଥା ଲୋକପ୍ରିୟ ଶୋ କୋନ ବନେଗା କୋରୋଡପତିର ହଟସିଟରେ ଚାଷୀ ଘରର ପୁଅ । କୌନ ବନେଗା କୋରୋଡପତି 14ର ଶୁକ୍ରବାର ଏପିସୋଡରେ ଗୁଜୁରାଟର କରଣ ଇନ୍ଦ୍ରସିଂହ ଠାକୁର ହଟ ସିଟରେ ବସିଥିଲେ। 14ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇ କରଣ ସିଂ 50 ଲକ୍ଷ ଟଙ୍କା ଜିତିଛନ୍ତି ।

24 September, 2022 5:00 PM IST By: Shuvanshu Kar

ଜ୍ଞାନ ଓ ଧନର ମହାମଞ୍ଚ ତଥା ଲୋକପ୍ରିୟ ଶୋ କୋନ ବନେଗା

କୋରୋଡପତିର ହଟସିଟରେ ଚାଷୀ ଘରର ପୁଅ । କୌନ ବନେଗା କୋରୋଡପତି 14ର ଶୁକ୍ରବାର ଏପିସୋଡରେ ଗୁଜୁରାଟର କରଣ ଇନ୍ଦ୍ରସିଂହ ଠାକୁର ହଟ ସିଟରେ ବସିଥିଲେ। 14ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇ କରଣ ସିଂ 50 ଲକ୍ଷ ଟଙ୍କା ଜିତିଛନ୍ତି । 75 ଲକ୍ଷ ଟଙ୍କା ପାଇଁ ପଚରାଯାଇଥିବା ପ୍ରଶ୍ନରେ କରଣ ଖେଳ ଛାଡିବାକୁ ନିଷ୍ପତ୍ତି ନେଇଥିଲେ । ତଥାପି, ସେ ସଠିକ୍ ଉତ୍ତର ଜାଣିଥିଲେ । କେବିସି ପ୍ଲେ ଆଲଙ୍ଗ ଯୋଗୁଁ କରଣ ହଟସିଟ ଯାଏଁ ପହଞ୍ଚିଥିଲେ। ଏଥି ସହିତ ବିଗ୍ ବି ଅମିତାଭ ବଚ୍ଚନ ମଧ୍ୟ କରଣଙ୍କ ଖେଳକୁ ନେଇ ବହୁତ ଇମ୍ପ୍ରେସ ନଜର ଆସିଥିଲେ ।

କରଣ ଇନ୍ଦ୍ରସିଂହ ଟାକୁର ଜଣେ ଚାଷୀ ହୋଇଥିବାବେଳେ ସେ କେମିକାଲ ଇଞ୍ଜିନିୟରିଂ ପଢିଛନ୍ତି । ମହାମାରୀ କୋରୋନାର ଦ୍ବିତୀୟ ଲହରୀ ସମୟରେ କରଣଙ୍କ ବାପାଙ୍କ ପରଲୋକ ହୋଇଯାଇଥିଲା । ଜିତିଥିବା ଧନରାଶୀ ନିଜ ଭାଇକୁ ଆଗକୁ ପଢାଇବାକୁ ଖର୍ଚ୍ଚ କରିବେ ବୋଲି କହିଛନ୍ତି କରଣ ।

କରଣ କୋନ ବନେଗା କୋରୋଡପତି ମଞ୍ଚରେ ନିଜ ଜୀବନ ଯାତ୍ରା ସମ୍ପର୍କରେ କହିଥିଲେ । କରଣ କହିଥିଲେ, ତାଙ୍କ ବାପା ଚାହୁଁଥିଲେ ଯେ ସେ ଚାଷ ବୃତିକୁ ନଛାଡନ୍ତୁ । ଚାଷ ସହିତ ପାଠ ପଢା ଜାରି ରଖିବାକୁ ତାଙ୍କ ବାପା କରଣଙ୍କୁ କହୁଥିଲେ । ତେବେ ବାପାଙ୍କ ପ୍ରେରଣାରେ ସେ ଚାଷ ସହିତ ନିଜର ଇଞ୍ଜିନିୟରିଂ ପଢା ଜାରି ରଖିଥିଲେ । ଏବେ ସେ ସାରା ଜୀବନ ଚାଷୀ ହୋଇ ରହିବାକୁ ସ୍ଥିର କରିଛନ୍ତି ।

କରଣ କେବିସି ମଞ୍ଚରେ ଶୀଘ୍ର ଘୀଘ୍ର ସମସ୍ତ ଉତ୍ତର ଦେଉଥିବା ନଜର ଆସିଥିଲେ । କରଣଙ୍କ ଜ୍ଞାନକୁ ଦେଖି ବିଗ ବି ଅମିତାଭ ବଚ୍ଚନ ଆଶ୍ଚର୍ଯ୍ୟ ହୋଇଯିବା ସହିତ ତାଙ୍କୁ ପ୍ରସଂଶା ମଧ୍ୟ କରିଛନ୍ତି । ତେବେ 75 ଲକ୍ଷ ପାଇଁ ପଚରାଯାଇଥିବା ପ୍ରଶ୍ନରେ କରଣ ଖେଳରୁ ଓହରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ଏହି ପ୍ରଶ୍ନର ପରେ ସେ ସଠିକ ଉତ୍ତର ଦେଇଛନ୍ତି ।

କୃଷି ଜାଗରଣ ଚୌପାଲରେ କେରଳର ପାରମ୍ପରିକ ବିହନ ସଂରକ୍ଷକ

ମିଲେଟ ସ୍ନାକ୍ସକୁ ସରକାରୀ ବୈଠକରେ ସାମିଲ କରିବାକୁ କୃଷି ସଚିବଙ୍କ ନିର୍ଦ୍ଦେଶ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)