1. କୃଷି ଖବର

ମିଲେଟ ସ୍ନାକ୍ସକୁ ସରକାରୀ ବୈଠକରେ ସାମିଲ କରିବାକୁ କୃଷି ସଚିବଙ୍କ ନିର୍ଦ୍ଦେଶ

ମିଲେଟ ଭିତ୍ତିକ ସ୍ନାକ୍ସକୁ ସରକାରୀ ବୈଠକ ଏବଂ ସମ୍ମିଳନୀରେ ଅନ୍ତର୍ଭୁକ୍ତ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି କୃଷି ଓ କୃଷକ କଲ୍ୟାଣ ସଚିବ ଅରବିନ୍ଦ ପାଢୀ ।

Shuvanshu Kar
Shuvanshu Kar
Agriculture Secy Urges Depts to Include Millet-based Snacks in Official Meetings

Agriculture Secy Urges Depts to Include Millet-based Snacks in Official Meetings

ମିଲେଟ ଭିତ୍ତିକ ସ୍ନାକ୍ସ(millet-based snacks)କୁ ସରକାରୀ ବୈଠକ ଏବଂ ସମ୍ମିଳନୀରେ ଅନ୍ତର୍ଭୁକ୍ତ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି କୃଷି ଓ କୃଷକ କଲ୍ୟାଣ ସଚିବ ଅରବିନ୍ଦ ପାଢୀ । କୃଷି ସଚିବ(Agriculture Secy) ଅରବିନ୍ଦ ପାଢୀ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ସମସ୍ତ ବିଭାଗର ସଚିବଙ୍କୁ ଚିଠି ଲେଖି ସେମାନଙ୍କ ବିଭାଗର ସରକାରୀ ବୈଠକରେ ପୁଷ୍ଟିକର ସମୃଦ୍ଧ ମିଲେଟ(Millet) ସ୍ନାକ୍ସକୁ ଅନ୍ତର୍ଭୁକ୍ତ କରିବା ଦିଗରେ ବିଚାର କରିବାକୁ ଅନୁରୋଧ କରିଛନ୍ତି ।


ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଓଡିଶା ମିଲେଟସ୍ ମିଶନ୍ (ଓଏମ୍ଏମ୍) ରାଜ୍ୟର 19 ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପାଢୀ ସୂଚନା ଦେଇଛନ୍ତି ।

ଓଡିଶା ମିଲେଟ ମିଶନ ହେଉଛି କୃଷି ବିଭାଗର ଏକ ନିଆରା ପଦକ୍ଷେପ । ମିଲେଟକୁ ଦୈନଦିନ ଖାଦ୍ୟ ତାଲିକାରେ ସାମିଲ କରିବାକୁ ଓ ସେଥିରୁ ବିଭିନ୍ନ ପ୍ରକାର ସ୍ବାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିବାକୁ କାମ କରୁଛି ଓଡିଶା ମିଲେଟ ମିଶନ । ନିକଟରେ ମିଲେଟ ମିଶନ(Millets Mission)ର ସଫଳ କାର୍ଯ୍ୟକାରୀତାକୁ ନେଇ ସୁନ୍ଦରଗଡ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଛି Niti Aayog । କୁପୋଷଣ ସମସ୍ୟାର ସମାଧାନ ଦିଗରେ ମଧ୍ୟ ମିଲେଟ ମିଶନ ସହାୟକ ହୋଇଛି ।

ସେପଟେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଟା ଶସ୍ୟ ସହ ଜଡିତ ଷ୍ଟାର୍ଟଅପ୍ ପାଇଁ 'ମିଲେଟ୍ ଚ୍ୟାଲେଞ୍ଜ ଘୋଷଣା କରିଥିଲେ ।

ଏପଟେ କୃଷି ଏବଂ କୃଷକ କଲ୍ୟାଣ ବିଭାଗ ମାଇଁଗଭ୍ ପ୍ଲାଟଫର୍ମରେ ଅନ୍ତର୍ଜାତୀୟ ବାଜରା ବର୍ଷ ୨୦୨୩(International Year of Millets 2023) ବ୍ୟାପକ ପ୍ରସ୍ତୁତି ଆୟୋଜନ କରିଛି । ପ୍ରାଚୀନ ଏବଂ ପୌଷ୍ଟିକ ଖାଦ୍ୟଶସ୍ୟକୁ ପୁଣି ଥରେ ଖାଦ୍ୟ ଥାଳିକୁ ଆଣିବା ଉପରେ ସଚେତନତା ଓ ପ୍ରଚାର ଏବଂ ପ୍ରସାର କରିବା ନିମନ୍ତେ ପଦକ୍ଷେପ ନିଆ ଯିବା ଏହି କାର୍ଯ୍ୟକ୍ରମର ଅନ୍ତର୍ଗତ ଅଟେ ।

ଅନ୍ତର୍ଜାତୀୟ ବାଜରା ବର୍ଷ ୨୦୨୩ ପୂର୍ବରୁ କୃଷି ମନ୍ତ୍ରଣାଳୟର ବ୍ୟାପକ ପ୍ରସ୍ତୁତି

Odisha Cabinet: କୃଷିକୁ ନେଇ 16 ପ୍ରକଳ୍ପ ଉପରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments