1. କୃଷି ଖବର

କିଆଫୁଲ ତୋଳିବା ପାଇଁ ବିଜ୍ଞପ୍ତି ଜାରୀ

କିଆଫୁଲର ବାସ୍ନା ଯେମିତି ଏହାର ଆଦର ମଧ୍ୟ ସେମିତି l କିଆଫୁଲ ପାଇଁ ଆମ ଓଡ଼ିଶାର ଗଞ୍ଜାମ ଜିଲ୍ଲା ପ୍ରସିଦ୍ଧ ଅଟେ l ଏପରିକି, ଗଞ୍ଜାମ ଜିଲ୍ଲାର କିଆଫୁଲ ସ୍ୱତନ୍ତ୍ର ଜିଆଇ ଅନୁମୋଦନ ହାସଲ କରିଛି l ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କିଆବୁଦା ଦେଖିବାକୁ ମିଳେ ଯେମିତି, ଛତ୍ରପୁର, ବ୍ରହ୍ମପୁର, ଗୋପାଳପୁର, ଜଗନ୍ନାଥପୁର, ରଙ୍ଗେଈଲୁଣ୍ଡା, ଚିକିଟି ଇତ୍ୟାଦି l ବିଭିନ୍ନ ଶିଳ୍ପରେ ଏହି କିଆଫୁଲର ଚାହିଦା ବହୁତ ବେଶୀ l ଏହାକୁ କୃତ୍ରିମ ସୁଗନ୍ଧିତ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ହୁଏ, ଯଥା ଅତର, ପାନମସଲା, ଖାଦ୍ୟ ସାମଗ୍ରୀ ଇତ୍ୟାଦି l କିଆଫୁଲର ପ୍ରକ୍ରିୟାକରଣ ନିମନ୍ତେ ମୁଖ୍ୟତଃ ଅଣ୍ଡିରା ଫୁଲକୁ ବଛାଯାଏ l

Sugyan Kumar Nayak

ସବୁ ବର୍ଷ ପରି ଗୋପାଳପୁର ମିଲିଟାରୀ ଷ୍ଟେସନର ରକ୍ଷା ବିଭାଗ ଜମିରେ ଥିବା କିଆ ଫୁଲ ତୋଳିବା ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି l ଏହି ବିଜ୍ଞପ୍ତି ମାଧ୍ୟମରେ ସମସ୍ତ ବିବରଣୀ ପ୍ରକାଶ କରାଯାଇଛି l ବିଜ୍ଞପ୍ତି ଅନୁସାରେ, ନିଲାମପ୍ରାପ୍ତ ବ୍ୟକ୍ତିଙ୍କର ଏପ୍ରିଲ ୧୫, ୨୦୨୧ ଠାରୁ  ୧୪ ଏପ୍ରିଲ ୨୦୨୧ ପର୍ଯ୍ୟନ୍ତ କିଆଫୁଲ ତୋଳିବା ଅଧିକାର ରହିବ l

ଆଗ୍ରହୀ ବ୍ୟକ୍ତି ୫୦୦.୦୦ ଟଙ୍କା ଦେଇ ଅଫର ଫର୍ମ ଏବଂ ସର୍ତ୍ତାବଳୀ, ଏବଂ ନିୟମ ବିବରଣୀକୁ ''କ୍ୟୁ'' ବ୍ରାଞ୍ଚ, ହେଡକ୍ୱାର୍ଟର, ଆର୍ମି ଏଡି କଲେଜରୁ ମାର୍ଚ୍ଚ ୨୬, ୨୦୨୧ ଠାରୁ ଏପ୍ରିଲ ୧, ୨୦୨୧ ମଧ୍ୟରେ (ସମୟ ସକାଳ ୯ ଟା ଠାରୁ ଅପରାହ୍ନ ୧ ଘଣ୍ଟା ମଧ୍ୟରେ) ସଂଗ୍ରହ କରିପାରିବେ l ଆଗ୍ରହୀ ବ୍ୟକ୍ତିଙ୍କ ଠାରୁ ପୂର୍ବ ନିଲାମର କୌଣସି ଅଫର ଫର୍ମ ଏବଂ ସର୍ତ୍ତାବଳୀ, ଏବଂ ନିୟମ ବିବରଣୀକୁ ଗ୍ରହଣ କରାଯିବ ନାହିଁ l 

ଏହି ଅଫର ଫର୍ମକୁ ଦାଖଲ କରିବା ପୂର୍ବରୁ ଏହାକୁ ଲଫାଫା ମଧ୍ୟରେ ରଖି ଜଉମୁଦ ସିଲ କରିବା ଦରକାର l ଲଫାଫା ଉପରେ "BID PLUCKING RIGHTS OF KEWRA" ଲେଖି ଏହି ଠିକଣାରେ ଦାଖଲ କରନ୍ତୁ,  "Q" Branch , Headquarters Army Air Defence College, PIN- 928992, CO 99 APO l ଅଫର ଫର୍ମକୁ ପୂରଣ କରି ''କ୍ୟୁ'' ବ୍ରାଞ୍ଚ, ହେଡକ୍ୱାର୍ଟର, ଆର୍ମି ଏଡି କଲେଜରେ ରଖାଯାଇଥିବା ବାକ୍ସରେ ପକାଇବେ l ଏହା ସହିତ ବ୍ୟାଙ୍କ ଡ୍ରାଫ୍ଟ ମଧ୍ୟ ଦାଖଲ କରିପାରିବେ l ଏହି କାର୍ଯ୍ୟ ଏପ୍ରିଲ ୫ ୨୦୨୧ରୁ ଏପ୍ରିଲ ୯, ୨୦୨୧, ସକାଳ ୯ ଘଣ୍ଟାରୁ ଅପରାହ୍ନ ୧ ଘଣ୍ଟା ମଧ୍ୟରେ କରାଯିବା ଉଚିତ l ସିକ୍ୟୁରିଟି ଜମା ନିମନ୍ତେ ବ୍ୟାଙ୍କ ଡ୍ରାଫ୍ଟ ଏବଂ ଅଫର ଫର୍ମକୁ ରେଜିଷ୍ଟ୍ରି ଡାକ ମାଧ୍ୟମରେ ପଠାଯାଇପାରିବ l କିନ୍ତୁ ଏହା ଏପ୍ରିଲ ୯, ୨୦୨୧, ଅପରାହ୍ନ ୧ ଘଣ୍ଟା ମଧ୍ୟରେ ପହଞ୍ଚିବା ଦରକାର l ଏପ୍ରିଲ ୧୦, ୨୦୨୧, ସକାଳ ୯ ଘଣ୍ଟା ସମୟରେ Board of officersଙ୍କ ଦ୍ୱାରା ଖୋଲାଯିବ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments