
Kharif Crops for Marketing Season 2025-26, image source - pexels
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି 2025-26 ବିପଣନ ଋତୁ ପାଇଁ 14ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧିକୁ ମଞ୍ଜୁରି ଦେଇଛନ୍ତି।
ବିପଣନ ଋତୁ 2025-26 ପାଇଁ ଖରିଫ ଫସଲର ଏମଏସପିକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି, ଯାହାଦ୍ୱାରା କୃଷକମାନଙ୍କୁ ସେମାନଙ୍କ ଉତ୍ପାଦ ପାଇଁ ଉଚିତ ଲାଭକାରୀ ମୂଲ୍ୟ ପ୍ରଦାନ ସୁନିଶ୍ଚିତ କରାଯାଇପାରିବ। ବିଗତ ବର୍ଷ ତୁଳନାରେ ନାଇଜର ସିଡ ବା କଳା ରାଶି ଉପରେ (କ୍ୱିଣ୍ଟାଲ ପିଛା 820 ଟଙ୍କା) ସର୍ବାଧିକ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି । ଏହା ପଛକୁ ମାଣ୍ଡିଆ (କ୍ୱିଣ୍ଟାଲ ପିଛା 596 ଟଙ୍କା), କପା (କ୍ୱିଣ୍ଟାଲ ପିଛା 589 ଟଙ୍କା) ଏବଂ ରାଶି (କ୍ୱିଣ୍ଟାଲ ପିଛା 579 ଟଙ୍କା) ପାଇଁ ସବୁଠୁ ଅଧିକ ଏମଏସପି ସୁପାରିସ କରାଯାଇଛି।
ଉତ୍ପାଦନ ଖର୍ଚ୍ଚରେ ଫସଲ ଅମଳ ପାଇଁ କରାଯାଉଥିବା ସବୁ ବ୍ୟୟ ସାମିଲ ରହିଛି । ଏଥିରେ ଶ୍ରମିକ, ବଳଦ ଶ୍ରମ/ମେସିନ ଶ୍ରମ, ଜମି ଭାଗ ପାଇଁ ଖର୍ଚ୍ଚ, ବିହନ, ସାର, ଖତ, ଜଳସେଚନ ଶୁଳ୍କ, ଉପକରଣ ଏବଂ କୃଷି ଭବନ ଉପଯୋଗ ବାବଦ ଖର୍ଚ୍ଚ, ଚଳନ୍ତି ପୁଞ୍ଜି ଉପରେ ସୁଧ, ପମ୍ପ ସେଟ୍ ପରିଚାଳନା ପାଇଁ ଡିଜେଲ/ବିଦ୍ୟୁତ ଖର୍ଚ୍ଚ ଆଦି ସମେତ ଅନ୍ୟାନ୍ୟ ଖର୍ଚ୍ଚ ଏବଂ ପାରିବାରିକ ଶ୍ରମର ଲାଗୁ ମୂଲ୍ୟ ସାମିଲ ରହିଛି । ଧାନ (ଗ୍ରେଡ୍ ଏ), ଯଅ (ମାଲଦାଣ୍ଡି) ଏବଂ କପା (ଲମ୍ବା ଷ୍ଟେପଲ) ପାଇଁ ମୂଲ୍ୟ ତଥ୍ୟ ପୃଥକ ଭାବରେ ସଂକଳିତ ହୋଇନାହିଁ l
କେନ୍ଦ୍ର ବଜେଟ୍ 2018-19 ଘୋଷଣା ଅନୁଯାୟୀ ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରି ଉତ୍ପାଦନ ଖର୍ଚ୍ଚର ଅତି କମରେ ଦେଢ଼ ଗୁଣ ସ୍ତରରେ ଏମଏସପି ସ୍ଥିର କରିବାର ଅନୁରୂପ 2025-26 ବିପଣନ ଋତୁ ପାଇଁ ଖରିଫ ଫସଲ ପାଇଁ ଏମଏସପି ବୃଦ୍ଧି କରାଯାଇଛି । ବାଜରା (63 ପ୍ରତିଶତ), ମକା (59 ପ୍ରତିଶତ), ହରଡ଼ (59 ପ୍ରତିଶତ) ଏବଂ ବିରି (53 ପ୍ରତିଶତ) ଏମଏସପି କ୍ଷେତ୍ରରେ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦନ ଖର୍ଚ୍ଚ ଉପରେ ଆଶା କରାଯାଉଥିବା ଲାଭକାରୀ ମୂଲ୍ୟର ସର୍ବାଧିକ ଲାଭ ପ୍ରଦାନ କରିବ ବୋଲି ଆକଳନ କରାଯାଇଛି। ଅବଶିଷ୍ଟ ଫସଲ ପାଇଁ, କୃଷକମାନଙ୍କୁ ସେମାନଙ୍କ ଉତ୍ପାଦନ ଖର୍ଚ୍ଚ ଉପରେ 50 ପ୍ରତିଶତ ଲାଭ ମିଳିବ ବୋଲି ଆକଳନ କରାଯାଇଛି। ନିକଟ ଅତୀତରେ, ସରକାର ଡାଲି ଏବଂ ତୈଳବୀଜ ଏବଂ ପୁଷ୍ଟିକର ଶସ୍ୟ/ଶ୍ରୀ ଅନ୍ନ ଭଳି ଶସ୍ୟଗୁଡ଼ିକ ପାଇଁ ଅଧିକ ଏମଏସପି ପ୍ରଦାନ କରି ଏହି ଶସ୍ୟ ଏବଂ ଅନ୍ୟ ଶସ୍ୟର ଚାଷକୁ ପ୍ରୋତ୍ସାହିତ କରୁଛନ୍ତି । 2014-15 ରୁ 2024-25 ବର୍ଷ ମଧ୍ୟରେ 7608 ଏଲ୍ଏମଟି ଧାନ ସଂଗ୍ରହ ହୋଇଥିବା ବେଳେ 2004-05 ରୁ 2013-14 ବର୍ଷ ମଧ୍ୟରେ 4590 ଏଲ୍ଏମଟି ଧାନ ସଂଗ୍ରହ ହୋଇଥିଲା।
2014-15 ରୁ 2024-25 ଅବଧି ମଧ୍ୟରେ 14ଟି ଖରିଫ ଫସଲର କ୍ରୟ 7608 ଏଲଏମଟିନ୍ ହୋଇଥିବା ବେଳେ 2004-05 ରୁ 2013-14 ଅବଧି ମଧ୍ୟରେ 4679 ଏଲଏମଟିନ୍ କ୍ରୟ ହୋଇଥିଲା।
2014-15 ରୁ 2024-25 ମଧ୍ୟରେ ଧାନ ଚାଷୀମାନଙ୍କୁ ଦିଆଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ ପରିମାଣ 14.16 ଲକ୍ଷ କୋଟି ଟଙ୍କା ଥିଲା। ଅନ୍ୟପକ୍ଷରେ 2004-05 ରୁ 2013-14 ମଧ୍ୟରେ ଚାଷୀମାନଙ୍କୁ ଦିଆଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ ପରିମାଣ 4.44 ଲକ୍ଷ କୋଟି ଟଙ୍କା ଥିଲା।
2014-15 ରୁ 2024-25 ମଧ୍ୟରେ 14ଠି ଖରିଫ ଫସଲ ପାଇଁ ଚାଷୀଙ୍କୁ ଦିଆଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ 16.35 ଲକ୍ଷ କୋଟି ଟଙ୍କା ଥିଲା। ଅନ୍ୟପକ୍ଷରେ 2004-05 ରୁ 2013-14 ମଧ୍ୟରେ ଚାଷୀମାନଙ୍କୁ ଦିଆଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ 4.75 ଲକ୍ଷ କୋଟି ଟଙ୍କା ଥିଲା।
Read more
Share your comments