1. କୃଷି ଖବର

ବିଶ୍ୱ ବୃକକ ଦିବସ

ବିଶ୍ୱ ବୃକକ ଦିବସ

KJ Staff
KJ Staff

ଶୁଣନ୍ତୁ ବୃକକ ର ଭାଷା !

ପ୍ରତି ବର୍ଷ ପରି ଚଳିତ ମାର୍ଚ୍ଚ ମାସ ଦ୍ଵିତୀୟ ଗୁରୁବାର ଦିନ ବୃକକ ଦିବସ ପାଳନ କରାଯାଉଛି | ଚଳିତ ବର୍ଷର ଉଦେଶ୍ୟ ହେଉଛି ସମସ୍ତଙ୍କ ଲାଗି ସୁସ୍ଥ ବୃକକ ଚିକିତ୍ସା |ବିଶ୍ୱର ପ୍ରାୟେ ୮୫୦ ମିଲିଅନ ଲୋକ ବୃକକ ରୋଗ ରେ ଆକ୍ରାନ୍ତ ହେଉଛନ୍ତି ଏବଂ ୨.୪ମିଲିଅନ ମୃତ୍ୟୁବରଣ କରୁଥିଲା ବେଳେ ପ୍ରତିବର୍ଷ ପ୍ରାୟେ ୧୩ ମିଲିଅନ ନୂଆ କରି ଏହା ରୋଗ ରେ ଆକ୍ରାନ୍ତ ହେଉଥିବାର ଜଣାପଡିଛି |

ଏହି ରୋଗର ମୁଖ୍ୟ କାରଣ ହେଉଛି ମଧୁମେହ ,ଉଚ୍ଚ ରକ୍ତଚାପ ଏବଂ ମେଦବହୁଳତା |ଆମଦେଶରେ ଅସ୍ଥାୟୀ ବୃକକ ରୋଗ ଲାଗି ମ୍ୟାଲେରିଆ ,ଏଚ .ଆଇ .ଭି ,ଯକ୍ଷ୍ମା ,ଏବଂ ଯକୃତ ଜନିତ ରୋଗ ଏହାର ମୁଖ୍ୟ କାରଣ |
ସ୍ଥାୟୀ ଚିକିତ୍ସା ଭାବେ ବୃକକ ପ୍ରତିରୋପଣ ବ୍ୟୟସାକ୍ଷେପ ଏବଂ ସମସ୍ତଙ୍କ ପାଖରେ ସମ୍ଭବ ନୁହେଁ |ସବୁସ୍ଥାନରେ ଏହାର ସୁବିଧା ମଧ୍ୟ ନାହିଁ |

ସରକାରଙ୍କ ତରଫରୁ ଏହି ରୋଗୀ ମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି | ନିୟମିତ ଭାବେ କୋଲେଷ୍ଟେରୋଲ,ରକ୍ତ ଶର୍କରା,କେରାଟୀନାଇନ,ୟୁରିଆ ପରୀକ୍ଷା କରି ଚିକିତ୍ସା ରେ ରହିଲେ ହୁଏତ ଏହି ରୋଗ ଭୟଙ୍କର ରୂପ ଧାରଣ କରିବା ନାହିଁ|

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments