କୃଷିଙ୍କୁ ଏବଂ କୃଷି ଜଗତ ଯେତିକି ସହଯୋଗ ମିଳିବ ପ୍ରତ୍ୟକ୍ଷ ଭାବେ ଦେଶର ଉନ୍ନତି ହେବ l ଦେଶର ମେରୁଦଣ୍ଡ କୃଷି ସହିତ ନିରନ୍ତର ଜଡ଼ିତ ଥିବା କୃଷି ଜାଗରଣ ଆଜିକୁ ୨୭ ବର୍ଷ ହେବ କାର୍ଯ୍ୟ କରୁଛି l ନୂଆଦିଲ୍ଲୀ ସ୍ଥିତ କୃଷି ଜାଗରଣ ସଂସ୍ଥା " କେଯେ ଚୌପଲ୍ " ଠାରେ ଅନେକ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ କରିଥାଏ l
ସେହିପରି ଭାବରେ ଆଜି ମଧ୍ୟ ଏକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା l ଯେଉଁଥିରେ ସହଯୋଗ କିମ୍ବା ସାମିଲ ହୋଇଥିଲେ ଶ୍ରୀଯୁକ୍ତ ପ୍ରସନ୍ନ ରାଓ ( Co-Founder and CEO of Arya.ag) ଏବଂ ଶ୍ରୀଯୁକ୍ତ ଆନନ୍ଦ ଚନ୍ଦ୍ର (Co-Founder & Executive Director at Arya.ag ) ସାମିଲ ହୋଇଥିଲେ l ୨୦୧୩ ରୁ ପ୍ରତିଷ୍ଠିତ ଏହି କମ୍ପାନୀ ପ୍ରାୟତଃ ୧୩ ବର୍ଷ ହେବ ଚାଷୀ , ବଜାର ଏବଂ ବିକ୍ରେତାଙ୍କ ମଧ୍ୟରେ ନିଜର ସମ୍ପର୍କ ସ୍ଥାପନ କରିଛି l
ଆଜିର ଏହି କାର୍ଯ୍ୟକ୍ରମରେ କୃଷି ଜାଗରଣର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ଏମ ସି ଡୋମିନିକ ସ୍ୱାଗତ ସମ୍ବର୍ଦ୍ଧନା ଦେଇ କାର୍ଯ୍ୟକ୍ରମଟି ଆରମ୍ଭ କରିଥିଲେ l ସେ କହିଛନ୍ତି ଯେ ଆଜି ଦୁଇ ଯୁବ ଉଦ୍ୟୋଗୀଙ୍କୁ ସ୍ୱାଗତ କରି ମୁଁ ବହୁତ ଖୁସି, ଯେଉଁମାନେ କୃଷକଙ୍କ ଅଗ୍ରଗତି ଏବଂ କଲ୍ୟାଣ ପାଇଁ କାର୍ଯ୍ୟ କରୁଛନ୍ତି । ବଜାରର ଚାହିଦାକୁ ନଜରରେ ରଖି ଚାଷୀ ଓ ବିକ୍ରେତା ମଧ୍ୟରେ ଏକ ସୁ-ସମ୍ପର୍କ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି l ତେବେ ଶ୍ରୀଯୁକ୍ତ ଡୋମିନିକ କହିଥିଲେ ଯେ, କୃଷକଙ୍କ ସ୍ୱାର୍ଥରେ ଆରମ୍ଭ ହୋଇଥିବା ଏହି ପ୍ରୟାସ ସତରେ ଖୁବ ପ୍ରଶଂସନୀୟ । ଯେଉଁଥିପାଇଁ ଦେଶର ବିଭିନ୍ନ ସ୍ତରରେ କୃଷକମାନଙ୍କୁ ସାହାଯ୍ୟ ମିଳିପାରୁଛି l କୃଷି ଏବଂ କୃଷକଙ୍କ ହିତରେ ବିକାଶ ଆମର ସର୍ବଦା ପ୍ରୟାସ ତେଣୁ, କୃଷକଙ୍କ ସ୍ୱାର୍ଥକୁ ନଜରରେ ରଖି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ସହ ଆମେ କାର୍ଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ ରହିଛୁ l ଶେଷରେ ଉଭୟଙ୍କ ଉଦ୍ୟମ ପାଇଁ ଶୁଭେଚ୍ଛା ଏବଂ ଉପହାର ଦେଇ ସ୍ୱାଗତ ଜଣାଇଥିଲେ ଶ୍ରୀଯୁକ୍ତ ଡୋମିନିକ l
ତେବେ ଶ୍ରୀଯୁକ୍ତ ପ୍ରସନ୍ନ (ARYA.AG ) ପ୍ରଥମେ ନିଜର ବକ୍ତବ୍ୟ ରଖିଥିଲେ l ସେ କହିଥିଲେ ଯେ କୃଷକମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଆଖି ଆଗରେ ରଖି ସେମାନେ ଏହି ପଦକ୍ଷେପ ନେଇଛନ୍ତି l ଚାଷୀଙ୍କ ଉତ୍ପାଦ ଅମଳ ହେବ ଠାରୁ ବଜାରରେ ବିକ୍ରି ପର୍ଯ୍ୟନ୍ତ ସମସ୍ତ ସହାୟତା ତାଙ୍କ କମ୍ପାନୀ ଚାଷୀଙ୍କୁ ଯୋଗାଉଛି l ବେଳେବେଳେ ଚାଷୀ ଉଚିତ ମୂଲ୍ୟ ନ ପାଇ ବାଧ୍ୟ ହେଉଛନ୍ତି ଖୁବ କମ ମୂଲ୍ୟରେ ବଜାରରେ ବିକ୍ରି କରିବା ପାଇଁ l ଉଚିତ ଷ୍ଟୋରେଜ ସୁବିଧା ନ ମିଳିପାରୁଥିବାରୁ ସେମାନେ ତାହାକୁ ଶୀଘ୍ର ବଜାରରେ ବିକ୍ରି କରିବା ପାଇଁ ବାଧ୍ୟ ହେଉଛନ୍ତି l ତେଣୁ ARYA.AG କମ୍ପାନୀ ସଂରକ୍ଷଣ ବ୍ୟବସ୍ଥା ପ୍ରଦାନ କରୁଛି ଯାହାଦ୍ୱାରା ଚାଷୀ ନିଜର ଉତ୍ପାଦ ସଂରକ୍ଷଣ କରି ରଖି ପାରୁଛି ଏବଂ କିଛି ମାସ ପରେ ତାହାକୁ ଉଚିତ ମୂଲ୍ୟରେ ବିକ୍ରି କରିପାରୁଛି l ବିଭିନ୍ନ ସମସ୍ୟାର ଆହ୍ୱାନରେ ଆମେ ଏହି ପଦକ୍ଷେପ ଗ୍ରହଣ କରିଥିଲୁ ଏବଂ ଖୁବ କମ ସୁଧ ଓ କମ ସମୟ ମଧ୍ୟରେ ଚାଷୀଙ୍କୁ ଆମେ ଋଣ ପ୍ରଦାନ କରିଥାଉ l
ସେହିପରି ଶ୍ରୀଯୁକ୍ତ ଆନନ୍ଦ ଚନ୍ଦ୍ର କହିଥିଲେ ଯେ ଆମ କମ୍ପନୀର ପ୍ରାଥମିକ କାମ ହେଉଛି ଚାଷୀଙ୍କ ସମସ୍ୟାକୁ ଦେଖିବା ଏବଂ ଏହାକୁ ନଜରରେ ରଖି ତାଙ୍କ ପାଇଁ ନିଷ୍ପତ୍ତି ଗ୍ରହଣ କରିବା l ବଜାରରେ ଚାଷୀଙ୍କ ଉତ୍ପାଦ କୁ ନେଇ କି କି ଚ୍ୟାଲେଞ୍ଜ ରହିଛି ପାଣିପାଗ ପାଇଁ ତାହା ମଧ୍ୟ fpo ମାଧ୍ୟମରେ ଚାଷୀଙ୍କ ନିକଟରେ ତଥ୍ୟ ରଖିଥାନ୍ତି l ଯାହା ଚାଷୀଙ୍କୁ ପାଣିପାଗ ଅନୁଯାୟୀ ଚାଷ କରିବା ପାଇଁ ସହାୟତା ପ୍ରଦାନ କରିଥାଏ l ଆମେ ଚାଷୀଙ୍କୁ ନିଜ ଇଛାରେ ଉତ୍ପାଦ ବିକ୍ରି କରିବାରେ ମଧ୍ୟ ସହାୟତା ପ୍ରଦାନ କରିଥାଉ ଯେପରି ସେମାନେ କୌଣସି ଠକାମିର ଶିକାର ନ ହୁଅନ୍ତୁ l ଚାଷୀଙ୍କ ନିକଟତର ଅଞ୍ଚଳରେ ଷ୍ଟୋରେଜ ନିର୍ମାଣ ହୋଇଛି ଆମ କମ୍ପାନୀ ଦ୍ୱାରା ଯେଉଁଠି ଶସ୍ୟ ଅଧିକ ଦିନ ଧରି ସାଇତି ରଖିହେବ l ଶେଷରେ କୃଷି ଜାଗରଣର ସି.ଏମ.ଓ ମମତା ଜୈନ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ ଶେଷ କରିଥିଲେ l
ARYA.AG ର ଉଦ୍ଦେଶ୍ୟ
ଏହି arya.ag ହେଉଛି ଭାରତର ସର୍ବ ବୃହତ ଇଣ୍ଟିଗ୍ରେଟେଡ୍ ଶସ୍ୟ ବାଣିଜ୍ୟ ପ୍ଲାଟଫର୍ମ l ଉତ୍ତରପ୍ରଦେଶ ନୋଏଡା ଠାରେ ଅବସ୍ଥିତ ଏହି କମ୍ପାନୀ ୨୦୧୩ ମସିହାରେ ପ୍ରତିଷ୍ଠା ହୋଇଛି l ପ୍ରାୟତଃ ୧୩ ବର୍ଷ ଧରି କୃଷି ଜଗତରେ ଜଡିତ ରହିଛି ଏହି କମ୍ପାନୀ l ଏହା ହେଉଛି ଚାଷୀଙ୍କ ପାଇଁ ଏକ ଅନଲାଇନ ପ୍ଲାଟଫର୍ମ ଯେଉଁଠି ଚାଷୀଙ୍କୁ ପ୍ରଦାନ କରାଯାଉଛି ବିଭିନ୍ନ ଅନଲାଇନ ସହାୟତା l ବିହନ ବୁଣିବା ଠାରୁ ଆରମ୍ଭ କରି ବଜାରରେ ଶସ୍ୟ ବିକ୍ରି ପର୍ଯ୍ୟନ୍ତ ସମସ୍ତ ଅନଲାଇନ ସୁବିଧା ଯୋଗାଉଛି arya.ag l arya.ag ପ୍ଲାଟଫର୍ମ ହେଉଛନ୍ତି ଭାରତର ଅଗ୍ରଣୀ ଏଗ୍ରିଟେକ୍ ଏହାର ଏକୀକୃତ ସେବା ମାଧ୍ୟମରେ କୃଷି ମୂଲ୍ୟ ଶୃଙ୍ଖଳାକୁ ମଜବୁତ କରିବା ପାଇଁ ଫାର୍ମଗେଟରେ କାର୍ଯ୍ୟ କରୁଛି l କ୍ରେତା ଏବଂ ବିକ୍ରେତାମାନେ ସେମାନଙ୍କ ଦ୍ରବ୍ୟ ପାଇଁ ସର୍ବୋତ୍ତମ ମୂଲ୍ୟ ଖୋଜିଥାନ୍ତି l ଏଭିଭଳି ସମସ୍ତ ଦିଗକୁ ଆଖି ଆଗରେ ରଖି ଏହି ପ୍ଲାଟଫର୍ମ ନିଜର ସେବା ଜାରି ରଖିଛି l
ଅଧିକ ପଢ଼ନ୍ତୁ