1. କୃଷି ଖବର

Kj Chaupal ରେ ସାମିଲ ହେବେ ଦୁଇ ବିଶିଷ୍ଟ ବ୍ୟକ୍ତି

କୃଷି ଅଭିଜ୍ଞାତା ବଖାଣିଲେ ଏହି ଦୁଇ ବିଶିଷ୍ଟ ବ୍ୟକ୍ତି ....

Tanushree Mahapatra
Tanushree Mahapatra
today at KJ Chaupal, we have the honor of hosting two distinguished guests

today at KJ Chaupal, we have the honor of hosting two distinguished guests

କୃଷକ ଏବଂ କୃଷି କ୍ଷେତ୍ରର ଲାଭ ପାଇଁ ୨୭ ବର୍ଷ ପୂର୍ବେ କୃଷି ଜାଗରଣ ପ୍ରତିଷ୍ଠା କରାଯାଇଥିଲା l ନୂଆଦିଲ୍ଲୀ ସ୍ଥିତ ଏହିଂ ସଂସ୍ଥା ଆଜି ତାଙ୍କ ପତ୍ରିକା, ୱେବସାଇଟ୍ ଏବଂ ଅନ୍ୟାନ୍ୟ ମାଧ୍ୟମରେ କାର୍ଯ୍ୟ କରି କୃଷି କ୍ଷେତ୍ରରେ ଇତିହାସ ସୃଷ୍ଟି କରୁଛି l କୃଷି ଜାଗରଣ ମିଡିଆର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେଉଛି ‘ କେଜେ ଚଉପାଲ ’ |

ଯେଉଁଥିରେ କୃଷି ଶିଳ୍ପପାତିଙ୍କ ଠାରୁ ଆରମ୍ଭ କରି ପ୍ରଗତିଶୀଳ କୃଷକ ଏବଂ କୃଷି ସହିତ ଜଡିତ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବରେ ଆସିଥାନ୍ତି ଏବଂ ସେମାନଙ୍କର କାର୍ଯ୍ୟ, ଅଭିଜ୍ଞତା ଏବଂ କୃଷି ଜନିତ ଅତ୍ୟାଧୁନିକ ଜ୍ଞାନକୌଶଳ ବାଣ୍ଟନ୍ତି l

ଯାହା ଆମ ସହିତ ଜଡିତ ଚାଷୀଙ୍କୁ ଅନେକ ସହାୟତା ପ୍ରଦାନ କରିଥାଏ l ଏଠାରେ ନିଜର ଯୋଗଦାନ ଦେଉଥିବା ବ୍ୟକ୍ତି ନିଜର କୃଷି ଦକ୍ଷତା ବଖାଣିଥାନ୍ତି ଯାହା ଚାଷରେ ଏକ ଗୁରୁତ୍ତ୍ୱପୁର୍ଣ୍ଣ ଭୂମିକା ବହନ କରେ l

ତେବେ ଆଜି ମଧ୍ୟ କୃଷି ଜାଗରଣ KJ Choupal ରେ ଯୋଗ ଦେବେ ଦୁଇଜଣ ବିଶିଷ୍ଟ ଅତିଥି ଭାବେ ନିମନ୍ତ୍ରିତ ରହିଛନ୍ତି ଯିଏ ବଖାଣିବେ ନିଜ ଅଭିଜ୍ଞତା l ଆର୍ୟ ଏଜି ନାମକ ସଂସ୍ଥାର ଦୁଇ ବିଶିଷ୍ଟ ବ୍ୟକ୍ତି ଆଜି ଯୋଗଦାନ ଦେବେ କେଯେ ଚୌପାଲ୍ ରେ l ଦୁଇ ବିଶିଷ୍ଟ ବ୍ୟକ୍ତି ହେଉଛନ୍ତି ଶ୍ରୀଯୁକ୍ତ ପ୍ରସନ୍ନ ରାଓ ( Co-Founder and CEO of Arya.ag) ଏବଂ ଅନ୍ୟଜଣେ ହେଉଛନ୍ତି ଶ୍ରୀଯୁକ୍ତ ଆନନ୍ଦ ଚନ୍ଦ୍ର (Co-Founder & Executive Director at Arya.ag ) l ଚାଷୀଙ୍କ ପାଇଁ କାମ କରୁଥିବା ଏହି ସଂସ୍ଥା ସର୍ବଦା ଚାଷରେ ଓ ଚାଷୀଙ୍କ ପାଇଁ ନୂଆ ପରିବର୍ତ୍ତନ ଆଣିବା ସହିତ ବୈପ୍ଲବିକ ପଦକ୍ଷେପ ଗ୍ରହଣ କରିଥାଏ l 

ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହି ଏହି arya.ag ହେଉଛି ଭାରତର ସର୍ବ ବୃହତ ଇଣ୍ଟିଗ୍ରେଟେଡ୍ ଶସ୍ୟ ବାଣିଜ୍ୟ ପ୍ଲାଟଫର୍ମ l ଉତ୍ତରପ୍ରଦେଶ ନୋଏଡା ଠାରେ ଅବସ୍ଥିତ ଏହି କମ୍ପାନୀ 2013 ମସିହାରେ ପ୍ରତିଷ୍ଠା ହୋଇଛି l ପ୍ରାୟତଃ 13 ବର୍ଷ ଧରି କୃଷି ଜଗତରେ ଜଡିତ ରହିଛି ଏହି କମ୍ପାନୀ l ଏହା ହେଉଛି ଚାଷୀଙ୍କ ପାଇଁ ଏକ ଅନଲାଇନ ପ୍ଲାଟଫର୍ମ ଯେଉଁଠି ଚାଷୀଙ୍କୁ ପ୍ରଦାନ କରାଯାଉଛି ବିଭିନ୍ନ ଅନଲାଇନ ସହାୟତା l ବିହନ ବୁଣିବା ଠାରୁ ଆରମ୍ଭ କରି ବଜାରରେ ଶସ୍ୟ ବିକ୍ରି ପର୍ଯ୍ୟନ୍ତ ସମସ୍ତ ଅନଲାଇନ ସୁବିଧା ଯୋଗାଉଛି arya.ag l arya.ag ପ୍ଲାଟଫର୍ମ ହେଉଛନ୍ତି ଭାରତର ଅଗ୍ରଣୀ ଏଗ୍ରିଟେକ୍ ଏହାର ଏକୀକୃତ ସେବା ମାଧ୍ୟମରେ କୃଷି ମୂଲ୍ୟ ଶୃଙ୍ଖଳାକୁ ମଜବୁତ କରିବା ପାଇଁ ଫାର୍ମଗେଟରେ କାର୍ଯ୍ୟ କରୁଛି l 

କ୍ରେତା ଏବଂ ବିକ୍ରେତାମାନେ ସେମାନଙ୍କ ଦ୍ରବ୍ୟ ପାଇଁ ସର୍ବୋତ୍ତମ ମୂଲ୍ୟ ଖୋଜିଥାନ୍ତି l ଏଭିଭଳି ସମସ୍ତ ଦିଗକୁ ଆଖି ଆଗରେ ରଖି ଏହି ପ୍ଲାଟଫର୍ମ ନିଜର ସେବା ଜାରି ରଖିଛି l ତେବେ ଏହା ଏକ ଖୁସିର ବିଷୟ ଏଭଳି ସଂସ୍ଥାର ଦୁଇ ମୁଖ୍ୟ ତଥା ବିଶିଷ୍ଟ ବ୍ୟକ୍ତି ଆଜି କୃଷି ଜାଗରଣ ଦ୍ୱାରା ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ନିମନ୍ତ୍ରିତ ରହିଛନ୍ତି l

ଅଧିକ ପଢ଼ନ୍ତୁ:

ICAR ଓ କୃଷି ଜାଗରଣ ମଧ୍ୟରେ MOU ସ୍ଵାକ୍ଷର

MFOI ପୁରସ୍କାର ଚାଷୀଙ୍କୁ ଦେଇଛି ନୂଆ ଦିଗ; ଡଃ. ରାଜାରାମ ତ୍ରିପାଠୀ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments