ଅକ୍ଟୋବର 16, 2024 ରେ, ରାଷ୍ଟ୍ରିୟ ମହିଳା କିସାନ ଦିବସ (Rashtriya Mahila Kisan Diwas) ଉପଲକ୍ଷେ କୃଷି ଜାଗରଣ (krishi jagran) ଭାରତର କୃଷି କ୍ଷେତ୍ରରେ ମହିଳାମାନଙ୍କର ଅବଦାନକୁ ସ୍ୱୀକୃତି ଦେଇ “Celebrating Influential Women Farmer ‘Sheroes’ of Indian Agriculture”ନାମକ ଏକ ୱେବିନାର ଆୟୋଜନ କରିଥିଲେ ।
ଭର୍ଚୁଆଲ୍ ଇଭେଣ୍ଟ କୃଷିରେ ପ୍ରଭାବଶାଳୀ ମହିଳାମାନଙ୍କୁ ଏକତ୍ର କରିଥିଲା, ଯେଉଁମାନେ ସେମାନଙ୍କର ପ୍ରେରଣାଦାୟକ ସଫଳତାର କାହାଣୀ, ଅନନ୍ୟ ବହୁ ତଥ୍ୟ ସେୟାର କରିଥିଲେ । ଏହି ୱେବିନାର କୃଷି କ୍ଷେତ୍ରରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା, ବିଷୟରେ ଆଲୋଚନା କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରାଯାଇଥିଲା ।
Dr. Neeraja Prabhakar, Vice Chancellor of SKLTSHU,ମହିଳା କୃଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ କହିଛନ୍ତି ଯେ ମହିଳାମାନଙ୍କ କୃଷି କ୍ଷେତ୍ରରେ ସେମାନଙ୍କର ଅବଦାନ ଅପରିହାର୍ଯ୍ୟ ଅଟେ ।
Lena Johansson, former President of the International Federation of Agricultural Journalists (IFAJ),କହିଛନ୍ତି ଯେ ମହିଳାମାନେ ଭାରତୀୟ କୃଷିର ମେରୁଦଣ୍ଡ ଅଟନ୍ତି ।
ଏହି ୱେବିନାର୍, ଭାରତର ବିଭିନ୍ନ ସଫଳ ମହିଳା କୃଷକମାନଙ୍କୁ ଆଲୋକିତ କରି ସେମାନଙ୍କର ଅବଦାନ ଏବଂ ଗୁରୁତ୍ୱପୂର୍ଣ୍ଣ ଭୂମିକା କୁ ପ୍ରଦର୍ଶନ କରିଥିଲା ।
ଉତ୍ତର ପ୍ରଦେଶରୁ ଶୁଭ ଭଟନାଗର (Shubha Bhatnagar)ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ପରିବାର ସହାୟତାରେ କୃଷି ପ୍ରତି ତାଙ୍କର ଆଜୀବନ ଆଗ୍ରହକୁ ଏକ ଲାଭଜନକ ବ୍ୟବସାୟରେ ପରିଣତ କରି ସାଫ୍ରନ୍ ଚାଷରେ ନିଜର ଯାତ୍ରା ବିଷୟରେ ସେୟାର କରିଥିଲେ।
ରାଜସ୍ଥାନରୁ ଅନ୍ନୁ କନୱାର (Annu Kanwar)ଛତୁ ଚାଷରେ ତାଙ୍କ ଅଭିଜ୍ଞତାକୁ ଆଲୋକିତ କରିଥିଲେ । ଏବଂ ମହିଳା କୃଷକମାନଙ୍କୁ ଆଗକୁ ବଢିବା ପାଇଁ ପରାମର୍ଶ ଦେଇଥିଲେ ।
ରାଜସ୍ଥାନରୁ ପୁରଭ ଜିନ୍ଦଲ (Purva Jindal)ଜୈବିକ ଚାଷରେ ତାଙ୍କର ପ୍ରେରଣାଦାୟକ ଯାତ୍ରା ବିଷୟରେ ସେୟାର କରିଥିଲେ। ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇ ଜୈବିକ ପନିପରିବା ଚାଷ ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଥିଲେ ।
ହିମାଚଳ ପ୍ରଦେଶରୁ ମୀନା କୁମାରୀ ଚାନ୍ଦେଲ (Meena Kumari Chandel) ଗ୍ରୀନ ହାଉସ ଏବଂ ଫୁଲ ଚାଷରେ ତାଙ୍କର ପ୍ରେରଣାଦାୟକ ଯାତ୍ରା ବିଷୟରେ ସେୟାର କରିଥିଲେ।
ରାଜସ୍ଥାନରୁ ସୋନିଆ ଜେନ (Soniya Jain) ଫୁଲ ଚାଷରେ ତାଙ୍କର ଅବଦାନ ବିଷୟରେ କହିଥିଲେ।
ରାଜସ୍ଥାନରୁ ଉମା ରତ୍ନୁ (Uma Ratnu) ଏକ କ୍ଷୀର FPO ପ୍ରତିଷ୍ଠା କରିବାରେ ତାଙ୍କ ଅଭିଜ୍ଞତା ବାଣ୍ଟିଥିଲେ ।
କେରଳରୁ ସୁଷମା କୁମାରୀ (Sushma Kumari) ପିଏମ ଜନ ଧନ ଯୋଜନା (PM Jan Dhan Yojana)
ଭଳି ସରକାରୀ ପଦକ୍ଷେପ ବିଷୟରେ ସୂଚନା ସେୟାର କରିଥିଲେ ।
ରେଖା ଶର୍ମା (Rekha Sharma) ଜୈବିକ, ଗୃହରେ ଉତ୍ପାଦିତ ପନିପରିବା ଏବଂ ସ୍ବୟଂ ସହାୟକ ଗୋଷ୍ଠୀ (SHG) ବିଷୟରେ ତାଙ୍କ ଅଭିଜ୍ଞତା ବାଣ୍ଟିଥିଲେ ।
ପଞ୍ଜାବରୁ ମଞ୍ଜିତ କୌର (Manjeet Kaur)ତାଙ୍କର କୃଷି ଅଭିଜ୍ଞତା ବାଣ୍ଟିଥିଲେ, ଫସଲକୁ ବଜାରରେ ବିକ୍ରୟ କରିବା ପୂର୍ବରୁ, ଫାର୍ମ-ରୁ-ମାର୍କେଟ ଦ୍ରବ୍ୟର ଅତିରିକ୍ତ ମୂଲ୍ୟ ପ୍ରଦର୍ଶନ କରିଥିଲେ ।
ରାଜସ୍ଥାନରୁ ସୁମନ ଶର୍ମା (Suman Sharma)ତାଙ୍କର ସଫଳ ସୋୟାବିନ ପ୍ରୋସେସିଂଙ୍ଗ ୟୁନିଟ୍ ବିଷୟରେ ଆଲୋଚନା କରିଥିଲେ, ସେ କୃଷି ବିଜ୍ଞାନ କେନ୍ଦ୍ରରୁ ତାଲିମ ଗ୍ରହଣ କରିବା ପରେ ଆରମ୍ଭ କରିଥିଲେ ।
ପ୍ରକାଶ ଥାଉ ଯେ, ଏହି ୱେବିନାର୍ ଆଶା ଏବଂ ଏକତାର ବାର୍ତ୍ତା ସହିତ ସମାପ୍ତ କରି କୃଷି କ୍ଷେତ୍ରରେ ମହିଳାମାନଙ୍କୁ ଅଟକାଇଥିବା ପ୍ରତିବନ୍ଧକକୁ ଭାଙ୍ଗିବା ପାଇଁ ନିରନ୍ତର ଉଦ୍ୟମ ଆହ୍ବାନ କରିଛି ।
ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ ଯୋଜନା ଜାରି ରଖିବାକୁ କ୍ୟାବିନେଟ୍ ଅନୁମୋଦନ
Share your comments