1. କୃଷି ଖବର

ଦଶମୂଳରୁ ପ୍ରସ୍ତୁତ ଜଗାର ଫୁଲୁରି ତେଲ, ମାଟି ତଳେ ପୋତାହୁଏ ଏକ ବର୍ଷ

ସ୍ନାନ ପୂର୍ଣ୍ଣିମାରେ 108 ଗରା ଜଳରେ ଗାଧୋଇବା ପରେ ଅସୁସ୍ଥ ହୋଇଡିଛନ୍ତି ମହାପ୍ରଭୁ । ପାଖରେ ଅଛନ୍ତି ବଇଦ । ଚାଲିଛି ଗୁପ୍ତ ଚିକିତ୍ସା । ଜଗତର ନାଥ ଜଗନ୍ନାଥଙ୍କ ଜ୍ବର ଭଲ ପାଇଁ ଚାଲିଛି ଫୁଲରି ତେଲର ପ୍ରସ୍ତୁତି ।

Shuvanshu Kar
Shuvanshu Kar
know about how ayurvedik phuluri tela is prepared for sick holy trinity

know about how ayurvedik phuluri tela is prepared for sick holy trinity

ଜଗାକୁ ପ୍ରବଳ ଜ୍ବର । ତାତିରେ ଖଇ ଫୁଟୁଛି । ଅସହ୍ୟ ହେଉଛି ଜ୍ବର ପୀଡା । ପାଟିକୁ ନା ଛପନ ଭୋଗ ରୁଚୁଛି ନା ଫଳମୂଳ । ସ୍ନାନ ପୂର୍ଣ୍ଣିମାରେ 108 ଗରା ଜଳରେ ଗାଧୋଇବା ପରେ ଅସୁସ୍ଥ ହୋଇଡିଛନ୍ତି ମହାପ୍ରଭୁ । ପାଖରେ ଅଛନ୍ତି ବଇଦ । ଚାଲିଛି ଗୁପ୍ତ ଚିକିତ୍ସା । ଜଗତର ନାଥ ଜଗନ୍ନାଥଙ୍କ ଜ୍ବର ଭଲ ପାଇଁ ଚାଲିଛି ଫୁଲରି ତେଲ(phuluri tela)ର ପ୍ରସ୍ତୁତି ।

ଫୁଲରି ତେଲ ସେବା କଣ

ଅସୁସ୍ଥ ଶ୍ରୀଜିଉଙ୍କୁ ସୁସ୍ଥ କରିବା ପାଇଁ ଗୁପ୍ତ ଚିକିତ୍ସା କରାଯାଇଥାଏ । ଜ୍ବରରେ ପୀଡିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଅଙ୍ଗରେ ମାଲିସ ହୁଏ ଫୁଲରି ତେଲ । ବିଭିନ୍ନ ଚେରମୂଳିରୁ ପ୍ରସ୍ତୁତ ଆୟୁର୍ବେଦଗୁଣ ସମ୍ପନ୍ନ ଏହି ତେଲ ଅଣସରର ପଞ୍ଚମ ଦିନରେ ଶୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥାଏ । ମହାପ୍ରଭୁଙ୍କ ଚିକିତ୍ସାରେ ଲାଗୁଥିବା ଏହି ମହୌଷଧୀକୁ ଫୁଲରିତେଲ ତଥା ଶ୍ରୀତୈଳ ମଧ୍ୟ କୁହାଯାଏ । ଆଉ ଏହି ସେବାକୁ ଫୁଲରି ତେଲ ସେବା ।

କିଭଳି ପ୍ରସ୍ତୁତ ହୁଏ ଫୁଲରି ତେଲ

ଜଗନ୍ନାଥଙ୍କ ଗୁପ୍ତନୀତିରେ ଅନେକ ରହସ୍ୟ ଲୁଚି ରହିଛି । ସେହିଭଳି ଅଣସର ନୀତିରେ ଫୁଲରିତେ(phuluri tela)ଲ ସେବା ଅନ୍ୟତମ । ଏହି ଫୁଲରି ତେଲ କଣ ଓ କିଭଳି ପ୍ରସ୍ତୁତ ହୋଇଥାଏ, ପ୍ରାୟତଃ କାହାରିକୁ ଏ ବିଷୟରେ ଜଣାନଥିବ ।

କିଆ, କେତକୀ, ଜଟାମାଂସୀ, ଚନ୍ଦନ ଅଗୁରୁ ଓ ରାଶି ଆଦି ଚେରମୂଳରୁ ମିଶ୍ରଣ ପ୍ରସ୍ତୁତ ହୋଇଥାଏ । ପୁରୀର ବଡ ଓଡିଆ ମଠ ଯୋଗାଇ ଦେଇଥାଏ ଏହି ଆୟୁର୍ବେଦିକ ତେଲ । ବେଲ, ଗମ୍ଭାରୀ, ଗିଲ, ଘରପୋଡିଆ, ଫଣଫଣା, ଅଗିବଥୁ ସହିତ ଦଶମୂଳ ମିଶ୍ରଣରେ ଫୁଲରି ତେଲ ପ୍ରସ୍ତୁତ କରାଯାଏ ।

ବର୍ଷେ ଯାଏଁ ମାଟି ତଳେ ପୋତି ରଖାଯାଏ ଫୁଲରି ତେଲ

ଅନେକ ଦିନ ପୂର୍ବରୁ ଫୁଲରି ତେଲ ପ୍ରସ୍ତୁତ କରାଯାଇ ଏହାକୁ ମାଟି ତଳେ ପୋତି ଦିଆଯାଏ । ପାଖାପାଖି ଏକ ବର୍ଷ ମାଟି ତଳେ ରହିବା ପରେ ଏହାକୁ ବାହା କରାଯାଏ । ମହାପ୍ରଭୁଅକ ସେବାୟତମାନେ ଏହାକୁ ଶୀଜିଉଙ୍କ ଶ୍ରୀଅଙ୍ଗରେ ମାଲିସ କରନ୍ତି । ଏହାପରେ ଧିରେ ଧିରେ ସୁସ୍ଥ ହୁଅନ୍ତି ମହାପ୍ରଭୁ ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments