1. କୃଷି ଖବର

ଖରିଫ ଫସଲ ବିକ୍ରି ପଞ୍ଜିକରଣ: ଗଞ୍ଜାମରେ ଖସିଛି, କୋରାପୁଟରେ ବଢିଛି

ଗଞ୍ଜାମ ଜିଲ୍ଲାରେ 25% ଚାଷୀ ଖରିଫ ଫସଲକୁ 2022-23 ରେ ବିକ୍ରୟ କରିବାକୁ ସରକାରଙ୍କ ନିକଟରେ ପଞ୍ଜୀକୃତ ହୋଇଛନ୍ତି। ସେପଟେ ସେପଟେ କୋରାପୁଟରେ ଖରିଫ ଫସଲ ବିକ୍ରି ପଞ୍ଜୀକରଣ ବୃଦ୍ଧି ପାଇଛି ।

Shuvanshu Kar
Shuvanshu Kar
know about the Registration of farmers for Kharif sale in odisha

know about the Registration of farmers for Kharif sale in odisha

ଅନୁକୂଳ ଜଳବାୟୁ(favourable climatic) ପରିସ୍ଥିତି ଯୋଗୁଁ ଚଳିତ ବର୍ଷ ଅଧିକ ଅମଳର ଆଶା ରହିଥିବାବେଳେ ଗଞ୍ଜାମ ଜିଲ୍ଲାର ଅଧିକାଂଶ ଚାଷୀ ନିରାଶ ହେବାର ଆଶଙ୍କା ରହିଛି । ଜିଲ୍ଲାରେ 25% ଚାଷୀ ଖରିଫ(Kharif) ଫସଲକୁ 2022-23 ରେ ବିକ୍ରୟ କରିବାକୁ ସରକାରଙ୍କ ନିକଟରେ ପଞ୍ଜୀକୃତ ହୋଇଛନ୍ତି।

ଜିଲ୍ଲା କୃଷି ଅଧିକାରୀ ଦ ଇଣ୍ଡିଆନ ଏକ୍ସପ୍ରେସକୁ ଦେଇଥିବା ସୂଚନା ଅନୁଯାୟୀ, ଅଳ୍ପ କିଛି ବ୍ଲକ ବ୍ୟତୀତ ଅଧିକାଂଶ ଅଞ୍ଚଳରେ ଧାନ ଚାଷ କାର୍ଯ୍ୟ ଶେଷ ହୋଇସାରିଛି । ଜିଲ୍ଲାର 4,08,548 ହେକ୍ଟର କୃଷି ଜମି ମଧ୍ୟରୁ 1,70,328 ହେକ୍ଟରରେ ଖରିଫ ଧାନ ଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।

ଜୁନ ମାସରେ ଅନିୟମିତ ବର୍ଷା ଏବଂ ଜଳସେଚନ ଅଭାବରୁ ଚାଷ ବିଳମ୍ବ ହୋଇଥିଲା । ଜୁଲାଇରେ ଜିଲ୍ଲାରେ ଭଲ ବୃଷ୍ଟିପାତ ହୋଇଥିଲେ ହେଁ ଏହା ପର୍ଯ୍ୟାପ୍ତ ନୁହେଁ। ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ଜିଲ୍ଲାରେ ଧାନ ଚାଷ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଧାନ ବିକ୍ରି ପାଇଁ ଚାଷୀଙ୍କ ପଞ୍ଜୀକରଣ ପ୍ରକ୍ରିୟା ଜୁଲାଇ 15 ରୁ ଆରମ୍ଭ ହୋଇ 23 ଅଗଷ୍ଟରେ ଶେଷ ହୋଇଥିଲା। 1,22,938 ଚାଷୀ ପଞ୍ଜୀକୃତ ହେବାରେ ସକ୍ଷମ ହୋଇଥିବାବେଳେ 10,983 ଜଣ ଅପେକ୍ଷା ତାଲିକାରେ ଅଛନ୍ତି। ପଞ୍ଜୀକରଣ ପ୍ରକ୍ରିୟାରେ ପ୍ରାୟ 370 PACS, 93 ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସାମିଲ ଥିଲେ ।

ସେପଟେ କୋରାପୁଟରେ ଖରିଫ ଫସଲ ବିକ୍ରି ପଞ୍ଜୀକରଣ ବୃଦ୍ଧି ପାଇଛି । କୋରାପୁଟ ଯୋଗାଣ ବିଭାଗ ବର୍ତ୍ତମାନସୁଦ୍ଧା ଖରିଫ ଋତୁରେ ସେମାନଙ୍କ ଧାନ ବିକ୍ରୟ ପାଇଁ ଜିଲ୍ଲାର 14 ଟି ବ୍ଲକର ଚାଷୀଙ୍କ ଠାରୁ ରେକର୍ଡ ସଂଖ୍ୟକ ପଞ୍ଜିକରଣ ଗ୍ରହଣ କରିଛନ୍ତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ପ୍ରାୟ 44,149 ଚାଷୀ ପଞ୍ଜିକରଣ କରିଛନ୍ତି, ଯାହା ଗତ ବର୍ଷ ତୁଳନାରେ ଅଧିକ । ଗତ ଖରିଫ ଋତୁରେ 38,703 ଚାଷୀଙ୍କ ପଞ୍ଜୀକରଣ ହୋଇଥିଲା ।

ଚାଷୀ ପଞ୍ଜୀକରଣକୁ ସୁଗମ କରିବା ପାଇଁ ବିଭାଗ 20 ଟି ବୃହତ କ୍ଷେତ୍ର ବହୁମୁଖୀ ସୋସାଇଟି, 23 ମହିଳା SHG ନିୟୋଜିତ କରିଥିଲା । ଏହାଦ୍ବାରା ଚାଷୀମାନେ ବିନା କୌଣସି ଅସୁବିଧାରେ ଡିସେମ୍ବରରେ ସେମାନଙ୍କ ଉତ୍ପାଦକୁ ବିକ୍ରି କରିପାରିବେ।

ଖରିଫ ଚାଷୀ ସାବଧାନ ! 31 ଜୁଲାଇସୁଦ୍ଧା କରନ୍ତୁ ଫସଲ ବୀମା

ଚାଷୀଙ୍କ ପାଇଁ ଧାନ କ୍ରୟ ପଞ୍ଜିକରଣ ସମୟସୀମା ବୃଦ୍ଧିକଲେ ରାଜ୍ୟ ସରକାର

Share your comments