1. କୃଷି ଖବର

ଚିନାବାଦାମ ଫସଲରେ ରୋଗ ବ୍ୟାପୁଥିଲେ ତାର ପ୍ରତିକାର ବିଷୟରେ ଜାଣନ୍ତୁ

ଚିନାବାଦାମ ଏକ ଅର୍ଥକାରୀ ଫସଲ । ଭାରତରେ ସମସ୍ତ ତୈଳବୀଜ ଫସଲ ମଧ୍ୟରୁ ଚିନାବାଦାମ ଶତକଡା ୪୦ ଭାଗ ଜମିରେ ଚାଷ କରାଯାଏ । କିନ୍ତୁ ସମସ୍ତ ତୈଳବୀଜ ଉତ୍ପାଦନର ଶତକଡା ୬୦ ଭାଗ ଚିନାବାଦାମରୁ ମିଳିଥାଏ । ଚିନାବାଦାମ ଉଭୟ ସ୍ବାସ୍ଥ୍ୟ ଏବଂ ତ୍ବଚା ପାଇଁ ଲାଭଦାୟକ । ତ୍ବଚା ଜନିତ ବିଭିନ୍ନ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ ଚିନାବାଦାମ । ସାଧାରଣତଃ ଶୀତଦିନେ ଚିନାବାଦାମ ଖାଇବା ଦ୍ୱାରା ଶରୀରକୁ ଉଷୁମ ମିଳିଥାଏ । ଏଥିରେ ଭିଟାମିନ୍-ଇ, ଭିଟାମିନ-ବି୬, ଓମେଗା ଫ୍ୟାଟ ଏସିଡ, ମ୍ୟାଗ୍ନେଶିୟମ, ଫସଫରସ, ପୋଟାସିଅମ, ଜିଙ୍କ୍ ଏବଂ ଆଇରନ ଭରପୂର ମାତ୍ରାରେ ରହିଛି ।

Sudesna Nayak
Sudesna Nayak
safe groundnuts from bacteria

 ଚିନାବାଦାମ ଉଷ୍ମମଣ୍ଡଳୀୟ ଫସଲ  । ଚିନାବାଦାମ ତାର ବୃଦ୍ଧି  ସମୟରେ ଉଷ୍ମ ପରିବେଶ ଆବଶ୍ୟକ କରେ   ।

 ଆମ ରାଜ୍ୟରେ ଚିନାବାଦାମ ଏକ ଅର୍ଥକାରି ଫସଲ ଭାବରେ ଚାଷ କରାଯାଏ । ଓଡିଶାରେ ଚିନାବାଦାମ ସାଧାରଣତଃ ବର୍ଷା ଓ ଶିତ ଋତୁରେ ଚାଷ କରାଯାଏ । ଚିନାବାଦାମରେ ମୁଖ୍ୟତଃ ଦୁଇ ପ୍ରକାରର ଟୀକା ରୋଗ ଦେଖାଯାଏ । ଚିନାବାଦାମ ମୁଖ୍ୟତଃ ଭୂତାଣୁ ଜନିତ ରୋଗରେ ଆକ୍ରାନ୍ତ ହୋଇଥାଏ ।

 ୧.ସହଳ ଟୀକା ରୋଗ

୨.ବିଳମ୍ବ ଟୀକା ରୋଗ

ସହଳ ଟୀକା ରୋଗ ସାଧାରଣତଃ ଚିନାବାଦାମ ଲଗେଇବାର ୩୫ ଦିନ ପରେ ଦେଖାଯାଏ । ଏହି ରୋଗରେ ଚିନାବାଦାମ ପାତ୍ରର ଉପର ପଟେ କଳା ରଙ୍ଗର ଚିହ୍ନ ଦେଖାଯାଏ ଏବଂ ଏହାର ଚାରିପାଖ ରେ ହଳଦିଆ ରଙ୍ଗର ପଟି ଘେରି ରହିଥାଏ ।

ବିଳମ୍ବ ଟୀକା ରୋଗ ଖରିଫ ଋତୁରେ ମଞ୍ଜି ଲଗେଇବାର ୫୫-୫୬ ଦିନ ପରେ ଓ ରବି ଋତୁରେ ୪୨-୪୬ ଦିନ ପରେ ଦେଖାଯାଏ । ଏହି ରୋଗରେ ପାତ୍ର ର ତଳ ପଟେ ଗାଢ କଳା ରଙ୍ଗର ଦାଗ ଦେଖାଯାଏ । ଉଭୟ ସହଳ ଏବଂ ବିଳମ୍ବ ଟୀକା ଦାଗ ଗୁଡିକ ମିଶିଯାଇ ପୁରା ପାତ୍ରକୁ ମାଡିଯାଏ ।

ରୋଗର ପ୍ରତିକାର

କବକ ନାଶକ କାପଟନ କିମ୍ବା ଥିରାମ ୩ ଗ୍ରାମ ପ୍ରତି ଏକ କେଜି । ବିହନ ହିସାବରେ ମିଶାଇ ବିଶୋଧନ କରନ୍ତୁ । ଜମିରେ ୧୦ ଦିନ ବ୍ୟବଧାନରେ ୩ ଗ୍ରାମ ମାନକୋଜେବ କିମ୍ବା ୧.୫ ଗ୍ରାମ କରବେଣ୍ଡ।ଜୀମ ପ୍ରତି ଲିଟର ପାଣିରେ ମିଶାଇ ସିଂଚନ କରନ୍ତୁ ।

ତେବେ ଆସନ୍ତୁ ଜାଣିବା, ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଚିନାବାଦାମର ବ୍ୟବହାର ସମ୍ପର୍କରେ ।

ପ୍ରତିଦିନ ଚିନାବାଦାମ ଖାଇବା ଦ୍ବାରା, ଏହା ତ୍ବଚାର ଚମକ ବଢାଇବାରେ ସାହାଯ୍ୟ କରେ ।

 ଚିନାବାଦାମରେ ଭରପୁର ମାତ୍ରାରେ ପ୍ରୋଟିନ ମିଳିଥାଏ  । ତେଣୁ ରାତିରେ ଗୋଟିଏ ମୁଠା ଚିନାବାଦାମକୁ ପାଣିରେ ବତୁରାଈ ଦିଅନ୍ତୁ  । ପରଦିନ ଏହାକୁ କଞ୍ଚା କିମ୍ବା ସିଝାଇ ଗୁଡ ସହିତ ଖାନ୍ତୁ  । ଏହା ଦ୍ୱାରା ଆପଣଙ୍କୁ ଅନେକ ଲାଭ ମିଳିବ  ।

 ଚିନାବାଦାମ ଓ ଗୁଡ଼ରେ ଅଧିକ ମାତ୍ରାରେ କ୍ୟାଲସିୟମ ରହିଥାଏ । ଯାହା ଦାନ୍ତ ଓ ହାଡ଼କୁ ମଝବୁତ ରଖିବାରେ ସାହାଯ୍ୟ କରିଥାଏ ।

 ଆଖିତମ କଳା ପଡୁଥିଲେ, ଏଥିପାଇଁ ବହୁତ୍ ଲାଭଦାୟକ ଚିନାବାଦାମ ।

 ସନଟ୍ୟାନ୍ ସମସ୍ୟାକୁ ଦୂର କରେ ଚିନାବାଦାମ୍ ତେଲ ।

 ତ୍ବଚାକୁ କମୋଳ ,ବେଦାଗ, ବ୍ରଣହୀନ କରିବାରେ ସାହାଯ୍ୟ କରେ ଚିନାବାଦାମ୍ ତେଲ ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ