1. କୃଷି ଖବର

ଆଖୁ ଫସଲରେ କାଣ୍ଡବିନ୍ଧା ପୋକ ବ୍ୟାପୁଥିଲେ ତାର ପ୍ରତିକାର ଜାଣନ୍ତୁ

ଆଖୁ ଗୋଟିଏ ଅର୍ଥକାରୀ ଫସଲ । ଭାରତରେ ଚିନି ଓ ଗୁଡ ଉତ୍ପାଦନ ପାଇଁ ଏହା ମୁଖ୍ୟ ଫସଲ । ଆଖୁ ଗୋଟିଏ ଅତି ଉପକାରୀ ଫସଲ ଅଟେ । ଆଖୁ ଫସଲ କ୍ଷେତ୍ରଫଳ ଓ ଚିନି ଉତ୍ପାଦନରେ ପୃଥିବୀରେ ଭାରତ ପ୍ରଥମ ସ୍ଥାନ ଅଧିକାର କରିଛି ।

Sudesna Nayak
Sudesna Nayak
safe sugarcane from insects and pest

safe sugarcane from insects and pest

ଆଖୁ ଗୋଟିଏ ଅର୍ଥକାରୀ ଫସଲ  । ଭାରତରେ ଚିନି ଓ ଗୁଡ ଉତ୍ପାଦନ ପାଇଁ ଏହା ମୁଖ୍ୟ ଫସଲ  । ଆଖୁ ଗୋଟିଏ ଅତି ଉପକାରୀ ଫସଲ ଅଟେ  । ଆଖୁ ଫସଲ କ୍ଷେତ୍ରଫଳ ଓ ଚିନି ଉତ୍ପାଦନରେ ପୃଥିବୀରେ ଭାରତ ପ୍ରଥମ ସ୍ଥାନ ଅଧିକାର କରିଛି  ।

ଆଖୁ ରସରୁ ଚିନି, ଗୁଡ, ଖଣ୍ଡସାରୀ  ଇତ୍ୟାଦି ସୁମିଷ୍ଠ ପଦାର୍ଥ ତିଆରି ହୁଏ  । ଆଖୁଛେଦା ଆଖୁରସରୁ ଗୁଡ କରିବା ପାଇଁ ଜାଳେଣୀ ସାଧାରଣ ଜାଳେଣୀ ରୂପେ ବ୍ୟବହାର କରାଯାଏ  । ଏହି ଛେଦାରୁ ମଧ୍ୟ କାଗଜ, ବିଭିନ୍ନ ପ୍ରକାର ପଟା, ତିଆରି ହୁଏ  । ଦେଶର ଏହି ବଢୁଥିବା ଜନସଂଖ୍ୟାର ବଢୁଥିବା ଚିନିର ଆବଶ୍ୟକତାକୁ ପୁରଣ କରିବା ପାଇଁ ୨୦୩୦ରେ ପ୍ରାୟ ୨୫ ନିୟୁତ ଟନ ଚିନିର ଆବଶ୍ୟକତା ପଡ଼ିପାରେ l ଲଗାତାର ସଘନ କୃଷି ଓ ବାରମ୍ବାର ରାସାୟନିକ ସାରର ପ୍ରୟୋଗ କାରଣରୁ ଭାରତୀୟ ଭୂମିରେ ଆବଶ୍ୟକୀୟ ପୋଷକତତ୍ତ୍ ମଧ୍ୟ ହ୍ରାସ ହେବାକୁ ଲାଗିଛି  l ତେଣୁ ଆଖୁର ପର୍ଯ୍ୟାପ୍ତ ପରିମାଣର ଉତ୍ପାଦନ ପାଇଁ ଭୂମିରେ ଆବଶ୍ୟକ ଥିବା ପୋଷକ ତତ୍ତ୍ ଉଚିତ ମାତ୍ରାରେ ରହିବା ଜରୁରୀ l

ଭାରତରେ ପ୍ରାୟ ୩.୮ ନିୟୁତ ହେକ୍ଟର ଜମିରେ ଆଖୁଚାଷ କରାଯାଏ ଏବଂ ୨୫୪ ନିୟୁତ ଟନ ଆଖୁ ଉତ୍ପାଦିତ ହୁଏ  । ହେକ୍ଟର ପ୍ରତି ହାରାହାରି ୬୬ଟନ ଆଖୁ ଉତ୍ପାଦିତ ହୋଇଥାଏ  । ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ହରିଆନା, ପଞ୍ଜାବ, ବିହାର, ଓଡିଶା, ମଧ୍ୟପ୍ରଦେଶ, ଆସାମ ପ୍ରଭୃତି ରାଜ୍ୟରେ ମୁଖ୍ୟତଃ ଆଖୁଚାଷ କରାଯାଏ  ।

ଆମ ରାଜ୍ୟ ସମଗ୍ର ଦେଶରେ କୃଷି କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ସୁବିଦିତ । ଶସ୍ୟ ଜାତୀୟ ତଥା ଉଦ୍ୟାନକୃଷି ଜାତୀୟ ଫସଲ ଉତ୍ପାଦନ କରି ଚାଷୀଭାଇମାନେ ନିଜର ଜୀବିକା ପ୍ରତିପୋଷଣ କରିଥାନ୍ତି । ରାଜ୍ୟର ପ୍ରମୁଖ ଅର୍ଥକାରୀ ଫସଲ ଭାବେ ଆଖୁ ବହୁସ୍ଥାନରେ ଚାଷ କରାଯାଏ । ଆଖୁ ଫସଲରେ ସମସ୍ୟା ସୃଷ୍ଟି କରୁଥିବା ପୋକ ତନ୍ମଧ୍ୟରୁ ସଅଳ କାଣ୍ଡବିନ୍ଧା ପୋକ ଅତ୍ୟନ୍ତ କ୍ଷତିକାରକ ।

ଆଖୁ ଫସଲକୁ ଏହି ପୋକ ଶୁକ୍ଳ ଅବସ୍ଥାରେ ଆଖୁ ଗଢା ଓ ପିଲକୁ ଆକ୍ରମଣ କରେ । ଶୁକ୍ଳ ଅଣ୍ଡାରୁ ବାହାରିବା ପରେ ଆଖୁ ଗଛରେ ପ୍ରବେଶ କରି ମଝି ପତ୍ରକୁ ଖାଇ ନଷ୍ଟ କରେ । କିଛିଦିନ ପରେ ଆକ୍ରମିତ ପତ୍ରଗୁଡ଼ିକ ଶୁଖାଯାଇ ହଳଦିଆ ପଡ଼ିଯାଏ । ଏହା ଫଳରେ ଗଛ ବି ଶୁଖିଯାଏ ଓ ମରିଯାଏ ।

 

ନିୟନ୍ତ୍ରଣ ଜାଣନ୍ତୁ

ଜମିକୁ ଭଲ ଭାବରେ ହଳ କରିଥିଲେ ଭଲ । ଏହା ଦ୍ାରା ମାଟିରେ ଥିବା ପୋକର ବିଭିନ୍ନ ଅବସ୍ଥା ସୂର୍ଯ୍ୟାଲୋକ ସଂସ୍ପର୍ଶରେ ଆସି ନଷ୍ଟ ହୋଇଯାଏ ଠିକ ଭାବେ ଜଳସେଚନ କରନ୍ତୁ ହେକ୍ଟର ପ୍ରତି ୪ଟି ଆଲୋକ ଯନ୍ତା ବ୍ୟବହାର କରନ୍ତୁ ଜୈବିକ ନିୟନ୍ତ୍ରଣ ପାଇଁ େକ୍ଟର ପ୍ରତି ୫୦୦୦୦ ଟ୍ରାଇକୋଗ୍ରାମା ପରାଶ୍ରୟା କୀଟ ୧୦ଦିନ ଅନ୍ତରରେ ୫-୬ ଥର ଛାଡ଼ିଲେ ସୁଫଳ ମିଳିଥାଏ । ଜମିକୁ ଗଭୀର ଭାବେ ଚାଷ କରିବା ପରେ ସେଥିରେ ସିଆର କରି ୧୦ରୁ ୧୫ ସେଣ୍ଟି ମିଟର ତଳେ ଆଖୁ, ଖଣ୍ଡ ପୋତନ୍ତୁ । ହୁଡ଼ା ଟେକିବା ସମୟରେ ହୁଡ଼ାକୁ ଉଚ୍ଚ କରନ୍ତୁ । ଏହାଦ୍ାରା ପୋକଟିର ପ୍ରାଦୁର୍ଭାବ କମିଯିବାର ସମ୍ଭାବନା ଅଧିକ ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ