1. କୃଷି ଖବର

ଦୁଇଟି ନୂଆ ଶଙ୍କର କିସମ ଆଳୁ ବିଷୟରେ ଜାଣନ୍ତୁ !!

ଆଳୁ ଚାଷ କୃଷକମାନଙ୍କ ପାଇଁ ବହୁତ ଲାଭବାନ ବୋଲି ପ୍ରମାଣିତ ହୋଇଛି l କାରଣ ଆଳୁର ଉପଯୋଗ ପ୍ରାୟତଃ ସମସ୍ତଙ୍କର ଘରେ କରାଯାଇଥାଏ l ସେଥିପାଇଁ ଆଳୁକୁ ପରିବାମାନଙ୍କର ରାଜା ବୋଲି ମଧ୍ୟ କୁହାଯାଇଥାଏ l ଭାରତର ଦକ୍ଷିଣ ଭାଗକୁ ଛାଡିଲେ ଦେଶର ପ୍ରାୟତଃ ସମସ୍ତ ଭାଗରେ ଏହାର ଫସଲ କରାଯାଇଥାଏ l ଏହି ଲେଖା ମାଧ୍ୟମରେ ଆଳୁ ଫସଲ କରୁଥିବା କୃଷକ ଭାଇମାନଙ୍କ ପାଇଁ ଏକ ବହୁତ ଭଲ ଖବର ଉପସ୍ଥାପନ କରାଯାଇଛି l ତେଣୁ ଆପଣ ଏହି ଲେଖାଟିକୁ ନିଶ୍ଚିତ ପଢନ୍ତୁ l

Sugyan Kumar Nayak
Sugyan Kumar Nayak
Potato

ତିରୁଅନନ୍ତପୁରମରେ ଥିବା ସିଟିସିଆରଆଇ ସଂସ୍ଥାନ ଆଳୁର ଏକ ଏପରି ପ୍ରଜାତିର ଆବିଷ୍କାର କରିଛନ୍ତି, ଯାହା ମାଧ୍ୟମରେ ଆଳୁର ଅମଳ ବଢ଼ାଯାଇ ପାରିବ ଓ କୃଷକମାନେ ମଧ୍ୟ ଲାଭବାନ ହୋଇ ପାରିବେ l କୃଷକମାନଙ୍କ ପାଇଁ ଏହି କିସମର ଆଳୁ କୃଷି କରିବା ବହୁତ ଲାଭଦାୟକ ପ୍ରମାଣିତ ହେବ l ତେବେ ଆସନ୍ତୁ ଜାଣିବା ଆଳୁର ଏହି ନୂଆ କିସମ ବିଷୟରେ l ଏହି ଉନ୍ନତ ଆଳୁ କିସମ ଦୁଇଟିର ନାମ ହେଉଛି କସାବା ଏବଂ ଚାଇନିଜ l

ଏହି କିସମ ଆଳୁର ବିଶେଷତ୍ୱ:

୧. ଏହି କିସମ କୀଟ ପ୍ରତିରୋଧି ଅଟେ l

୨. ରୋଗ ଓ କୀଟ ନିୟନ୍ତ୍ରଣ ପାଇଁ କୃଷକମାନଙ୍କୁ ରାସାୟନିକ ଔଷଧ ଛିଞ୍ଚିବାର ଆବଶ୍ୟକତା ନଥାଏ l

୩. ଏଥିରେ ଅଳ୍ପ ବିନିଯୋଗ କରିବାକୁ ପଡିଥାଏ l

୪. ଏହାର କୃଷିରୁ କୃଷକମାନଙ୍କୁ ବହୁତ ଲାଭ ମିଳିଥାଏ l

୫. ଏହାର ଆକାର ବଡ଼ ହୋଇଥାଏ l

୬. ବଜାରରେ ଏହାର ଚାହିଦା ମଧ୍ୟ ଭଲ ରହିଥାଏ l

୭. ଏହା ଅନ୍ୟ କିସମ ତୁଳନାରେ ୫୦ ପ୍ରତିଶତ ଅଧିକ ଉତ୍ପାଦନ ଦେଇଥାଏ l

ଏହାର ପରୀକ୍ଷଣ ଅନେକ ସ୍ଥାନରେ କରାଯାଇଛି l ତିରୁଅନନ୍ତପୁରମରେ ଥିବା ସିଟିସିଆରଆଇରେ ଆଳୁର ଦୁଇଟି କିସମ ବିକଶିତ କରାଯାଇଛି l ଏହି ଦୁଇଟି ପ୍ରଜାତିର ପରୀକ୍ଷଣ ମଧ୍ୟ କିଛି କୃଷକମାନଙ୍କର କ୍ଷେତରେ କରାଯାଇଛି l ଦୁଇଟି ଯାକ ଉଦ୍ୟମରେ ଏହି ଦୁଇଟି କିସମର ଭଲ ଉତ୍ପାଦନ ଦେଖିବାକୁ ମିଳିଥିଲା l ଯାହାକୁ ଦେଖି କୃଷକମାନେ ଏହି ଦୁଇଟି କିସମ ପ୍ରତି ବହୁତ ଆକର୍ଷିତ ମଧ୍ୟ ହେଉଛନ୍ତି l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments