1. କୃଷି ଖବର

ଗୁଡ ନ୍ୟୁଜ ; କେନ୍ଦ୍ର ସରକାର ପ୍ରତି ମାସରେ ଦେବେ ୫୦୦୦ ଟଙ୍କା, ବର୍ଷକୁ ମିଳିବ ୬୦,୦୦୦ ଟଙ୍କା, ଜାଣନ୍ତୁ କିପରି ?

ଆଜି ଆମେ ଆପଣମାନଙ୍କୁ ଏପରି ଏକ ଯୋଜନା ବିଷୟରେ କହିବୁ, ଯେଉଁଥିରେ ସରକାର ଆପଣମାନଙ୍କୁ ପ୍ରତି ମାସରେ ୫୦୦୦ ଟଙ୍କା ଦିଅନ୍ତି ।

Sudesna Nayak
Sudesna Nayak
know here what are the benefits of atal pension yojana you can apply like this

know here what are the benefits of atal pension yojana you can apply like this

କେନ୍ଦ୍ର ସରକାର (Central Government)ଙ୍କ ଦ୍ୱାରା ଅନେକ ସ୍ୱତନ୍ତ୍ର ଯୋଜନା (Central Government scheme) ପରିଚାଳିତ ହେଉଛି । ଆଜି ଆମେ ଆପଣମାନଙ୍କୁ ଏପରି ଏକ ଯୋଜନା ବିଷୟରେ କହିବୁ, ଯେଉଁଥିରେ ସରକାର ଆପଣମାନଙ୍କୁ ପ୍ରତି ମାସରେ ୫୦୦୦ ଟଙ୍କା ଦିଅନ୍ତି । ଏହି ଟଙ୍କା ଆପଣମାନଙ୍କ ବୃଦ୍ଧାବସ୍ଥାକୁ ସୁରକ୍ଷିତ କରିବ । ଅନେକ ଯୋଜନା ମାଧ୍ୟମରେ ସରକାର ଆପଣମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରନ୍ତି ।

ସୂଚନା ଅନୁଯାୟୀ, ଏହି ସରକାରୀ ଯୋଜନାର ନାମ ହେଉଛି ଅଟଳ ପେନସନ୍ ଯୋଜନା (Atal Pension Yojana) । ଏଥିରେ ଆପଣମାନଙ୍କୁ ସରକାର ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ପେନସନ ରାଶି ପ୍ରଦାନ କରନ୍ତି । ଏଥିରେ ସରକାର ନାଗରିକମାନଙ୍କୁ ପ୍ରତିମାସରେ ୧୦୦୦ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ରାଶି ପ୍ରଦାନ କରନ୍ତି । ୧୮ ରୁ ୪୦ ବର୍ଷ ବୟସର ଯେକୌଣସି ଭାରତୀୟ ନାଗରିକ, ବିଶେଷକରି ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ଏହି ଯୋଜନାରେ ନିବେଶ କରି ପେନସନର ଲାଭ ଉଠାଇ ପାରିବେ । ଏହି ଯୋଜନା ପେନସନ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ ଦ୍ୱାରା ପରିଚାଳିତ ହେଉଛି ।

କହିବାକୁ ଗଲେ, ଏହି ଯୋଜନାରେ ନାଗରିକମାନଙ୍କୁ ପ୍ରତି ମାସରେ ପ୍ରିମିୟମ ରାଶି ଦେବାକୁ ପଡ଼ିଥାଏ । ଯଦି ଆବେଦନକାରୀଙ୍କୁ ୧୮ ବର୍ଷ ବୟସ ହୁଏ, ତେବେ ତାଙ୍କୁ ପ୍ରତି ମାସରେ ୨୧୦ ଟଙ୍କା ପ୍ରିମିୟମ ଦେବାକୁ ପଡିବ । ଏହା ବ୍ୟତୀତ ପ୍ରତି ମାସରେ ୧୦୦୦ ଟଙ୍କା ପେନସନ ପାଇବାକୁ ହେଲେ ୧୮ ବର୍ଷ ବୟସରେ କେବଳ ୪୨ ଟଙ୍କା ଦେବାକୁ ପଡ଼ିବ ।

ଏଠାରେ କହି ରଖୁଛୁ ଯେ, ଯଦି କୌଣସି କାରଣରୁ ବ୍ୟକ୍ତିଙ୍କ ୬୦ ବର୍ଷ ବୟସ ପୂର୍ବରୁ ମୃତ୍ୟୁ ହୋଇଯାଏ, ତେବେ ଏହି ଅଟଳ ପେନସନ ଯୋଜନା (Atal Pension Yojana)ର ଅର୍ଥ ଲାଭାର୍ଥୀଙ୍କ ମନୋନୀତ ସଦସ୍ୟଙ୍କୁ ହିଁ ଦିଆଯିବ ।

ଅଟଳ ପେନସନ୍ ଯୋଜନା (Atal Pension Yojana)ରେ ନିଜର ଆକାଉଣ୍ଟ ଖୋଲିବା ପାଇଁ ଆପଣମାନଙ୍କୁ ସେହି ବ୍ୟାଙ୍କକୁ ଯିବାକୁ ପଡିବ ଯେଉଁଠାରେ ଆପଣମାନଙ୍କର ସଞ୍ଚୟ ଆକାଉଣ୍ଟ ଅଛି ଓ ସେଠାରେ ଯାଇ APY ପଞ୍ଜୀକରଣ ଫର୍ମ ପୂରଣ କରନ୍ତୁ । ଏହା ସହିତ ଆଧାର କାର୍ଡ ଓ ମୋବାଇଲ୍ ନମ୍ବର ମଧ୍ୟ ଦେବାକୁ ପଡିବ । ଏହା ପରେ ସେହି ବ୍ୟାଙ୍କ ଆକାଉଣ୍ଟରୁ ଆପଣମାନଙ୍କ କିସ୍ତି ପ୍ରତି ମାସରେ ସ୍ୱୟଂଚାଳିତ ଭାବରେ କଟାଯିବ ।

ପ୍ରକାଶ ଥାଉ ଯେ, ଆପଣ ଏଥିରେ ମାସିକ, ତ୍ରୈମାସିକ ଏବଂ ଅର୍ଦ୍ଧ ବାର୍ଷିକ ନିବେଶ କରିପାରିବେ । ଆପଣମାନଙ୍କୁ ୪୨ ବର୍ଷ ବୟସ ପର୍ଯ୍ୟନ୍ତ ନିବେଶ କରିବାକୁ ପଡ଼ିବ । ଏହା ପରେ ୪୨ ବର୍ଷରେ ଆପଣଙ୍କର ମୋଟ ନିବେଶ ୧.୦୪ ଲକ୍ଷ ଟଙ୍କା ହେବ ଓ ୬୦ ବର୍ଷ ପରେ ଆପଣଙ୍କୁ ମାସିକ ୫୦୦୦ ଟଙ୍କା ପେନସନ୍ ମିଳିବ । ଏହି ଯୋଜନାରେ କେବଳ ଗୋଟିଏ ସଦସ୍ୟଙ୍କ ନାମରେ କେବଳ ଗୋଟିଏ ହିଁ ଖାତା ଖୋଲା ଯାଇ ହେବ । ଆୟକର ବିଭାଗର 80CCD ଅଧୀନରେ, ଏହା ଟିକସ ଛାଡର ଲାଭ ପାଇଥାଏ । ପ୍ରଥମ ୫ ବର୍ଷ ପାଇଁ ସରକାରଙ୍କ ତରଫରୁ ମଧ୍ୟ ଯୋଗଦାନ ରାଶି ପ୍ରଦାନ କରାଯିବ ।

Pension Scheme: ଖୁସିଖବର,ଏହି ସ୍କିମରେ ପ୍ରତିମାସରେ ୩ ହଜାର ଲେଖାଏଁ ଟଙ୍କା ଦେଉଛନ୍ତି କେନ୍ଦ୍ର ସରକାର

ପତ୍ନୀଙ୍କ ନାମରେ ଆଜି ହିଁ ଖୋଲନ୍ତୁ ସ୍ପେଶାଲ ଆକାଉଣ୍ଟ ; ପ୍ରତି ମାସ ମିଳିବ ୪୪ ହଜାର ଟଙ୍କା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments