1. କୃଷି ଖବର

ତରଭୁଜ ଚାଷ କରି ହେବେ ଲକ୍ଷପତି,ଜାଣନ୍ତୁ ପ୍ରଣାଳୀ

ଆପଣ ଜାଣିଛନ୍ତି କି ? ତରଭୁଜ ଚାଷ କରି ଆପଣ ହୋଇପାରିବେ ମାଲାମାଲ । ସଠିକ ଭାବରେ ତରଭୁଜ ଚାଷ ଆପଣଙ୍କ କ୍ଷେତରେ ସୁନା ଫଲେଇବା ସହ ଆପଣଙ୍କୁ ଲକ୍ଷପତି ହେବାର ସୁଯୋଗ ଦେଇପାରେ । ତେବେ ଆସନ୍ତୁ ଜାଣିବା କିପରି ସଠିକ ପ୍ରଣାଳୀରେ ତରଭୁଜ କରି ଅଳ୍ପ ଖର୍ଚରେ ଅଧିକ ଲାଭବାନ ହେଇପାରିବେ ।

Sudesna Nayak
Sudesna Nayak
know how to become successful watermelon farmer

know how to become successful watermelon farmer

ଆପଣ ଜାଣିଛନ୍ତି କି ? ତରଭୁଜ ଚାଷ (watermelon farming) କରି ଆପଣ ହୋଇପାରିବେ ମାଲାମାଲ । ସଠିକ ଭାବରେ ତରଭୁଜ ଚାଷ ଆପଣଙ୍କ କ୍ଷେତରେ ସୁନା ଫଲେଇବା ସହ ଆପଣଙ୍କୁ ଲକ୍ଷପତି ହେବାର ସୁଯୋଗ ଦେଇପାରେ । ତେବେ ଚାଲନ୍ତୁ ଜାଣିବା କିପରି ସଠିକ ପ୍ରଣାଳୀରେ ତରଭୁଜ (watermelon farming) କରି ଅଳ୍ପ ଖର୍ଚ୍ଚରେ ଅଧିକ ଲାଭବାନ ହେଇପାରିବେ ।

ତରଭୁଜ (watermelon) ପାଟିକୁ ଯେତିକି ସ୍ୱାଦିଷ୍ଟ ହୋଇଥାଏ ଶରୀର ପାଇଁ ମଧ୍ୟ ସେତିକି ହିତକାରକ ହୋଇଥାଏ । ଖରା ଦିନରେ ଏହା ଶରୀରରେ ଜଳ ନିୟନ୍ତ୍ରଣ କରିବାରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ବିଭିହ୍ନ ପ୍ରକାର ମାଟି ତରଭୁଜ ପାଇଁ ଚାଷ ଉପଯୋଗୀ ହୋଇଥିଲେ ମଧ୍ୟ, ସାଧାରଣତଃ ନଦୀପଠା ଉର୍ବର ମାଟି ଏହି ଚାଷ ପାଇଁ ଉପଯୁକ୍ତ ହୋଇଥାଏ ।

ବଜାରରେ ବିଭିହ୍ନ କିସମର ତରଭୁଜ ମଞ୍ଜି ଉପଲବ୍ଧ ହୋଇଥାଏ , ଯେମିତିକି ସୁଗାର ବେବି, ଲାଲ ସୋନା, ଆର୍କା ମାଣିକ, ଦୁର୍ଗାପୁରା ମଧୁ, ଆର୍କାୟାମୋଟୋ,ସୁଗାର ବଏ, ଆର୍କ ଜ୍ୟୋତି, ପୁଷା ଜୋବଦନା ଇତ୍ୟାଦି ବିଭିନହ ପ୍ରକାରର ମଞ୍ଜି ଉପଲବ୍ଧ ଥାଏ ,ତେଣୁ ସଠିକ ମାଟି ପାଇଁ ସଠିକ ମଞ୍ଜି ଚୟନ କରି ଚାଷ କରିବା ଏହି ଚାଷ ପାଇଁ ଏକ ଗୁରୁତ୍ୱ ପୁର୍ଣ ଭୂମିକା ଗ୍ରହଣ କରିଥାଏ । ତରଭୁଜ ଚାଷ କରିବା ପାଇଁ ଡିସେମ୍ବରରୁ ଜାନୁଆରୀ ସଠିକ ସମୟ ହୋଇଥାଏ ।

ତରଭୁଜ ଚାଷ (watermelon farming) ପାଇଁ ସାର ମଧ୍ୟ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ତରଭୁଜ ଜମି ପ୍ରସ୍ତୁତି ସମୟରେ ଖତ କିମ୍ବା କଞ୍ଜେଷ୍ଟ ୫-୧୦ ଟନ୍ ଏକର ପ୍ରତି ବ୍ୟବହାର କରିବା ଉଚିତ । ଜମିରେ ଜଳ ସେଚନର ମଧ୍ୟ ନିହାତି ଆବଶ୍ୟକ ରହିଥାଏ । ତେଣୁ ମଞ୍ଜି ପୋତିବା ପରେ ଜମିରେ ହାଲକା ଜଳ ସେଚନର ମଧ୍ୟ କରିବା ଆବଶ୍ୟକ ରହିଥାଏ । ପ୍ରାରମ୍ଭିକ ପର୍ଯ୍ୟାୟରେ ଜମିର ଅନାବନା ଘାସ ତଥା ବାଳୁଙ୍ଗା ମୁକ୍ତ ରହିବା ନିହାତି ଦରକାର କାରଣ ଏହି ସମୟରେ ଘାସ ନ ବାଛିଲେ ଶତକଡ଼ା ୩୦ ଭାଗ ଅମଳ କମି ଯାଇପାରେ, ତେଣୁ ମଞ୍ଜି ଲଗାଇବାର ୧୫ ଦିନ ପରେ ଥରେ ଏବଂ ଦ୍ଵିତୀୟ ଯବକ୍ଷାରଜାନ ସାର ପ୍ରୟୋଗ ପୂର୍ବରୁ ଆଉଥରେ କୋଡ଼ାଖୁସା କରି ଅନାବନା ଘାସ ବାଛିବା ଉଚିତ ।

ତରଭୁଜ ଗଛଗୁଡିକ ୯୦ - ୧୨୦ ଦିନରେ ଫଳ ଅମଳଯୋଗୀ ହୋଇଯାଆନ୍ତି । ଫଳ ଅମଳ ଉପଯୋଗୀ ହେଲେ ରଙ୍ଗ ବଦଳିବା ଆରମ୍ଭ କରେ । ଜମିର ଉର୍ବରତା ଓ ଚାଷ ପ୍ରଣାଳୀ ଅନୁଯାୟୀ ଏକ ଏକର ତରଭୁଜ ଚାଷ କଲେ ୧୦୦- ୨୫୦ କ୍ଲିଣ୍ଟାଲ ଅମଳ ମିଳିଥାଏ ।

ଭାରତରେ ରାଜସ୍ଥାନ , ତାମିଲନାଡୁ , ପଞ୍ଜାବ , ହରିୟାଣା , କର୍ଣ୍ଣାଟକ , ଉତ୍ତରପ୍ରଦେଶ ଆଦି ରାଜ୍ୟ ମାନଙ୍କରେ ତରଭୁଜ ଚାଷ ବହୁଳ ପରିମାଣରେ କରାଯାଉଥିବା ବେଳେ ଓଡିଶାରେ ଢେଙ୍କାନାଳ, ଦେଓଗଡ, ଜଗତସିଂହପୁର, ପୁରୀ, କଟକ ଏବଂ ଖୋର୍ଦ୍ଧାରେ ସାଧାରଣତଃ ତରଭୁଜ ଚାଷ କରିବାର ଦେଖା ଯାଇଥାଏ ।

ନାଲି ନୁହେଁ, ହଳଦିଆ ତରଭୁଜ! ରୋଜଗାର କରିବେ ଲକ୍ଷ ଲକ୍ଷ ଟଙ୍କା

ତରଭୁଜ ମଞ୍ଜି ର ଉପକାରିତା: ତରଭୁଜ ମଞ୍ଜି ପକାଇବା ପୂର୍ବରୁ ଏହାର ଗୁଣ ବିଷୟରେ ଜାଣନ୍ତୁ |

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments