
know petrol diesel price of 16 december 2021
ପୁଣି ବଢିଲା କି ପ୍ରେଟ୍ରୋଲ-ଡିଜେଲ ଦର । ଆଜି (ଗୁରୁବାର) ସକାଳେ ପେଟ୍ରୋଲ ଓ ଡିଜେଲର ନୂଆ ଦର ଜାରି ହୋଇଛି । ଦୀର୍ଘ ଦିନ ଧରି ସ୍ଥିର ରହିଥିବା ତୈଳ ଦରରେ ପୁଣି ଥରେ ଖାଉଟିଙ୍କୁ ଆଶ୍ୱସ୍ତି ମିଳିଛି। କିନ୍ତୁ ଏବେ ବି ପ୍ରେଟ୍ରୋଲ-ଡିଜେଲ ମୂଲ୍ୟ ଖାଉଟିଙ୍କୁ ବାଧୁଛି। କ୍ରମାଗତ ୪୨ ଦିନ ପାଇଁ ଇନ୍ଧନ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।
ଗୁରୁବାର ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ହୋଇଛି। ନାଇମାକ୍ସ ଅଶୋଧିତ ତୈଳ ବ୍ୟାରେଲ ପିଛା ୦.୯୧ ପ୍ରତିଶତ ବା ପ୍ରାୟ ୧ ପ୍ରତିଶତ ବୃଦ୍ଧି ହୋଇ ୭୧.୭୮ ଡଲାରରେ ପହଞ୍ଚିଛି । ଘରୋଇ ବଜାର ବିଷୟରେ କହିବାକୁ ଗଲେ, ଏଠାରେ ଅନେକ ରାଜ୍ୟରେ ପେଟ୍ରୋଲର ଦର ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ରହିଛି ଏବଂ ଏଥିମଧ୍ୟରେ ମୁମ୍ବାଇ ଓ ଶ୍ରୀ ଗଙ୍ଗନଗର ପ୍ରମୁଖ ଅଛନ୍ତି ।
ନୂଆ ଦର ଜାରି ହେବା ପରେ ଏବେ ଦିଲ୍ଲୀରେ ପେଟ୍ରୋଲ ଦର ୯୫.୪୧ ଟଙ୍କା ଏବଂ ଡିଜେଲ ୮୬.୬୭ ଟଙ୍କା ରହିଛି । ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ୧୦୯.୯୮ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୧୪ ଟଙ୍କା ରହିଛି। ଆସନ୍ତାବର୍ଷ ନିର୍ବାଚନ ହେବାକୁ ଥିବା ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ପେଟ୍ରୋଲ ଲିଟର ପିଛା ୯୫.୨୮ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୬.୮୦ ଟଙ୍କାରେ ବିକ୍ରି ହେଉଛି । ପଞ୍ଜାବର ରାଜଧାନୀ ଚଣ୍ଡିଗଡ଼ରେ ପେଟ୍ରୋଲ ୯୪.୨୩ ଟଙ୍କା ଏବଂ ଡିଜେଲ ପିଛା ୮୦.୦୯ ଟଙ୍କାରେ ବିକ୍ରି ହେଉଛି ।
ଘରେ ବସି ମଧ୍ୟ ମୋବାଇଲ ଫୋନରୁ କେବଳ ଏକ ଏସଏମଏସ ପଠାଇ ଆପଣ ନିଜ ସହରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଯାଞ୍ଚ କରିପାରିବେ। ଏଥିପାଇଁ ଆପଣଙ୍କ ମୋବାଇଲରୁ ୯୨୨୪୯୯୨୨୪୯ ନମ୍ବରକୁ SMS ପଠାଇବାକୁ ପଡିବ।
Share your comments