ଭାରତର ୬୫ଭାଗ ଲୋକସଂଖ୍ୟା ନିଜର ଜୀବନ- ଜୀବିକା ନିର୍ବହନ ପାଇଁ କୃଷି ଉପରେ ପ୍ରତ୍ୟେକ ଏବଂ ପରୋକ୍ଷ ଭାବରେ ନିର୍ଭର କରିଥାନ୍ତି । କୃଷି କ୍ଷେତ୍ରରେ ଅନେକ ଅଗ୍ରଗତି ହୋଇଛି , ତଥାପି ୭୫% ରୁ ଅଧିକ ଜମିରେ ପର୍ଯ୍ୟାପ୍ତ ଜଳସେଚନର ବ୍ୟବସ୍ଥା ନଥିବାରୁ ଚାଷକାର୍ଯ୍ୟ ମୁଖ୍ୟତଃ ପ୍ରକୃତିର ଦୟା ଉପରେ ନିର୍ଭର କରିଥାଏ । କୁହାଯାଏ ଯେ ଭାରତୀୟ କୃଷକ ଋଣରେ ଜନ୍ମ ଗ୍ରହଣ କରେ ଏବଂ ଋଣରେ ହିଁ ମୃତ୍ୟୁବରଣ କରେ ।
ତେଣୁ କୃଷି ଏବଂ କୃଷକର ଆର୍ଥିକ ଉନ୍ନତି ନହେବା ପର୍ଯ୍ୟନ୍ତ ଏ ଦେଶରେ ସମୃଦ୍ଧି ଅସମ୍ଭବ । ସମାଜର ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ କୃଷକଙ୍କ ନ୍ୟୂନତମ କୃଷି ଆୟକୁ ସୁରକ୍ଷିତ ଏବଂ ସୁନିଶ୍ଚିତ କରିବା ନିମିତ୍ତ କେନ୍ଦ୍ର ସରକାରଙ୍କ ଦ୍ଵାରା ଗତ ୧୯୯୯-୨୦୦୦ ରବି ଋତୁ ଠାରୁ ସମଗ୍ର ଦେଶରେ “ରାଷ୍ଟ୍ରୀୟ କୃଷି ବୀମା ଯୋଜନା” ( rastriya krushi bima yojana ) ପ୍ରଣୟନ କରାଯାଇଅଛି । ଏହି ଯୋଜନା ଓଡିଶା ରାଜ୍ୟ ସରକାରଙ୍କ ସହମତି ଏବଂ ସକ୍ରୀୟ ସହଯୋଗ ଫଳରେ ଅପାର ସଫଳତାର ସହ ଏଗ୍ରୀକଲଚର ଇନସ୍ୟୁରାନସ କମ୍ପାନୀ ଦ୍ଵାରା କାର୍ଯ୍ୟକାରୀ ହେଉଛି ।
ଯୋଜନାର ଉଦ୍ଦେଶ୍ୟ - ପ୍ରାକୃତିକ ବିପର୍ଯ୍ୟୟ, ରୋଗ ଏବଂ ପୋକ କାରଣରୁ ବୀମିତ ଫସଲର “ବାସ୍ତବିକ ଉତ୍ପାଦନ “ ସେହି ଅଧିସୂଚିତ ବୀମା ଏକକ ପାଇଁ ପୂର୍ବ ନିର୍ଦ୍ଧାରିତ “ନିଶ୍ଚିତ ଉତ୍ପାଦନ “ ଠାରୁ କମ ହେଲେ , ବିମାକୃତ ଚାଷୀଙ୍କୁ ଆର୍ଥିକ ସହାୟତା । ସ୍ୱଳ୍ପ ଦରରେ ବୀମା ସୁବିଧା ପ୍ରଦାନ କରି ଖାଦ୍ଯ ଫସଲ ଡାଲି ଏବଂ ତୈଳବୀଜ ଜାତୀୟ ଫସଲର ଅଧିକ ଉତ୍ପାଦନକୁ ସୁନିଶ୍ଚିତ ଏବଂ ପ୍ରୋତ୍ସାହନ ଦେବା । ବୀମା ଯୋଗ୍ୟ ଫସଲ - ରାଜ୍ୟ ସରକାର ଦ୍ଵାରା ରାଜ୍ୟରେ ବହୁଳ ଭାବରେ ଚାଷ ହେଉଥିବା ଫସଲ ଗୁଡିକର ବୀମା ନିମନ୍ତେ ନିମ୍ନଲିଖିତ ଋତୁ ଅନୁସାରେ ଅଧିସୂଚିତ କରାଯାଇଛି ।
ଏହି ବୀମା ଯୋଜନା ଅଧିସୂଚିତ କ୍ଷେତ୍ର ବା ବୀମା ଏକକ ଉପରେ ଆଧାରୀତ । ସେଥିପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ଧାନ ଫସଲ ପାଇଁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ଏବଂ ଅନ୍ୟ ଫସଲ ଗୁଡିକ ନିମନ୍ତେ ନିର୍ଦ୍ଧିଷ୍ଟ ବ୍ଲକକୁ ବୀମା ଏକକ ଭାବେ ଅଧିସୂଚିତ କରାଯାଉଛି । ଅଧିସୂଚିତ ଗ୍ରାମ ପଞ୍ଚାୟତ/ବ୍ଲକରେ ବୀମା ଯୋଗ୍ୟ ଫସଲ ଉତ୍ପାଦନ କରୁଥିବା ସମସ୍ତ କୃଷକ ସର୍ତ୍ତ ସାପେକ୍ଷ ଏହି ଯୋଜନାରେ ବୀମା କରିପାରିବେ । ସେଥିନିମନ୍ତେ କୃଷକମାନଙ୍କୁ ୨ଟି ବର୍ଗରେ ବିଭକ୍ତ କରାଯାଇଛି ।
ସମସ୍ତ ପ୍ରକାର ପ୍ରାକୃତିକ ବିପତ୍ତି, ଯେଉଁ ବିପର୍ଯ୍ୟୟ ଗୁଡିକ ମନୁଷ୍ୟକୃତ ବା ମନୁଷ୍ୟ କର୍ତ୍ତୁତ୍ଵାଧୀନ ନୁହେଁ , ଅଥବା ରୋଗ ପୋକ ଇତ୍ୟାଦି କାରଣରୁ ବୀମା ଏକକର ଚଳିତ ବର୍ଷ ନିମନ୍ତେ ଧାର୍ଯ୍ୟ ନିଶ୍ଚିତ ଉତ୍ପାଦନରେ କ୍ଷତି ହେଲେ ଯୋଜନାର ନିୟମ ଓ ପଦ୍ଧତି ଅନୁସାରେ କ୍ଷତିପୂରଣ ପ୍ରଦାନ କରାଯାଏ । ଯୁଦ୍ଧ, ଆଣବିକ ବିପଦ, ଇଛାକୃତ ବା ଷଡଯନ୍ତ୍ର ମୂଳକ ଫସଲ କ୍ଷତି (ଉତ୍ପାଦନରେ ହ୍ରାସ ପାଇଁ ଶସ୍ୟ କଟା ପରୀକ୍ଷାକୁ ପ୍ରଭାବିତ କରିବା ), ଅଥବା ଯେଉଁ କାରଣ ଗୁଡିକୁ ରୋକା ଯାଇପାରେ , ତାହା ଫସଲ ବୀମା କ୍ଷତି ପୂରଣ ନିମନ୍ତେ ମାନ୍ୟ ନୁହେଁ । ଯେ ପର୍ଯ୍ୟନ୍ତ ନିର୍ଦ୍ଧିଷ୍ଟ ଭାବେ ଅଧିସୂଚନା ଜାରି କରାନଯାଇଛି, ଯୋଜନାରେ ବର୍ଣ୍ଣିତ ସ୍ଥାନୀୟ ବା ସୀମିତ କ୍ଷେତ୍ର ବିଶେଷରେ ବନ୍ୟା, ବାତ୍ୟା, କୁଆ ପଥର ଓ ଭୁସ୍ଖଳନ ଜନିତ ଫସଲ କ୍ଷତି ହେଲେ ମଧ୍ୟ ବ୍ୟକ୍ତିଗତ କୃଷକ କ୍ଷତିପୂରଣ ହେତୁ ଯୋଗ୍ୟ ବିବେଚିତ ହେବେ ନାହିଁ ।
ନିକଟସ୍ଥ ବ୍ୟାଙ୍କରେ ଚଳନ ଯୋଗ୍ୟ ଜମା ଖାତା / ଚାଲୁ ଖାତା/ ଋଣ ଖାତା ଥିବା ଆବଶ୍ୟକ ।ଚାଷ କରାଯାଇଥିବା ଜମି ଉପରେ ବୈଧ ମାଲିକାନା ପ୍ରମାଣ ପତ୍ର ଯଥା ପଟ୍ଟା, କବଲା, ଦଲିଲ, ଚୁକ୍ତିପତ୍ର ଏଫିଡେଭିଟ ଇତ୍ୟାଦି ର ନକଲ ।ନିର୍ଦ୍ଧାରିତ ବୀମା ପ୍ରସ୍ତାବ ପତ୍ର ପୂରଣ କରି କୃଷି/ରାଜସ୍ୱ/ପରିସଙ୍ଖ୍ୟାନ ଅଧିକାରୀଙ୍କ ଠାରୁ ସତ୍ୟାପିତ କରାଇନେବା ଆବଶ୍ୟକ ।
ରାଷ୍ଟ୍ରୀୟ କୃଷି ବୀମା ଯୋଜନାରେ ଅଧିସୂଚିତ କ୍ଷେତ୍ର ବା ବୀମା ଏକକ ଗ୍ରାମ ପଞ୍ଚାୟତ କିମ୍ବା ବ୍ଲକ ହୋଇ ଥିବାରୁ ବୀମିତ ଫସଲର ବାସ୍ତବିକ ଉତ୍ପାଦନ ଆକଳନ ତଦନୁସାରେ ହୋଇଥାଏ ।
ଏପରି ସ୍ଥଳେ କୃଷକଙ୍କ (ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ) ବ୍ୟକ୍ତିଗତ ହାନିଲାଭକୁ କ୍ଷତି ପୂରଣ ନିମନ୍ତେ ବିଚାରକୁ ନିଆଯାଏ ନାହିଁ । ପ୍ରତ୍ୟେକ ଋତୁରେ ସମସ୍ତ ବୀମା ଯୋଗ୍ୟ ଫସଲର ଆବଶ୍ୟକ ସଂଖ୍ୟକ ଶସ୍ୟ କାଟ ପରୀକ୍ଷା ମାଧ୍ୟମରେ ରାଜ୍ୟ ସରକାରଙ୍କ ଦ୍ଵାରା ଅଧିସୂଚିତ ବୀମା ଏକକ (ଗ୍ରାମପଞ୍ଚାୟତ/ବ୍ଲକ) ର ବାସ୍ତବିକ ଉତ୍ପାଦନ ହାର କିଗ୍ରା ପ୍ରତି ହେକ୍ଟର ନିର୍ଧାରଣ କରାଯାଇଥାଏ । ଯଦି ଏହି ଚଳିତ ଋତୁର ବାସ୍ତବିକ ଉତ୍ପାଦନ ପୂର୍ବ ନିର୍ଦ୍ଧାରିତ ନିଶ୍ଚିତ /ଗ୍ୟାରେଣ୍ଟି ଯୁକ୍ତ ଉତ୍ପାଦନ ଠାରୁ କମ ହୁଏ ସେ ସ୍ଥିତିରେ ଯେତିକି କମ ହେଲା ସେତିକି ପରିମାଣର କ୍ଷତି ପ୍ରତ୍ୟେକ କୃଷକଙ୍କର ହୋଇଛି ବୋଲି ସ୍ଵୀକାର କରାଯାଏ ।
ଏହି ଯୋଜନା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ତତ୍ତ୍ଵାବଧାନ ଏବଂ ବହୁ ବିଧ ଆର୍ଥିକ ଅନୁଦାନ ଯୋଗୁଁ କାର୍ଯ୍ୟକାରୀ ହୋଇପାରିଛି । ବଗିଚା ଓ ବ୍ୟବସାୟୀକ ଫସଲ ତଥା କୃଷକଙ୍କ ଅତିରିକ୍ତ ବିମାର ସମସ୍ତ କ୍ଷତି ପୂରଣ ଏଗ୍ରୀକଲଚର ଇନସୁରାନସ କମ୍ପାନୀ ବହନ କରିଥାଏ । ଅନ୍ୟ ଫସଲ ବର୍ଗର ସକଳ ପ୍ରିମିୟମ ଠାରୁ କ୍ଷତି ପୂରଣ ରାଶି ଅଧିକ ହେଲେ, କେନ୍ଦ୍ର ଓ ରାଜ୍ୟ ସରକାର ସମପରିମାଣରେ ବହନ କରିଥାନ୍ତି । ଏହା ବ୍ୟତୀତ ପ୍ରିମିୟମ ଅନୁଦାନ ପ୍ରଚାର ପ୍ରସାର, ବିତ୍ତୀୟ ଅନୁଷ୍ଠାନକୁ ସେବା ଶୁକ୍ଳ ଏବଂ ଏଗ୍ରୀକଲଚର ଇନସୁରାନସ କମ୍ପାନୀକୁ ପରିଚାଳନା ଖର୍ଚର ଆଂଶିକ ଅନୁଦାନ ପ୍ରଦାନ କରିଥାନ୍ତି ।
ଡାଲି ଜାତୀୟ ଫସଲ ନିମନ୍ତେ କେନ୍ଦ୍ରର ସହାୟତା
ଗୋଆ ଗ୍ଲୋବୋଏଲ୍ ଏବଂ ସୁଗାର ସମ୍ମିଳନୀରେ କୃଷି ଜାଗରଣ 'ଆଗ୍ରି ଇଣ୍ଡିଆ ଷ୍ଟାର୍ଟଅପ୍ 2022 ରେ ପୁରସ୍କୃତ
Share your comments