1. କୃଷି ଖବର

କୋରାପୁଟରେ ମିଳିବ ପିଜିଏସ୍ ପ୍ରମାଣିକୃତ ଜୈବିକ ଉତ୍ପାଦ

ଏଥିରେ ରାଜ୍ୟ ସରକାରଙ୍କ ଅଧିକାରୀ ଓ ଆରଆରଟିଟିଏସର ବୈଜ୍ଞାନିକ ମାନେ ଉପସ୍ଥିତ ଥିଲେ।

Tanushree Mahapatra
Tanushree Mahapatra
Koraput will release PGS certified organic Products soon

Koraput will release PGS certified organic Products soon

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଜୈବିକ ଓ ପ୍ରାକୃତିକ କୃଷି କେନ୍ଦ୍ର ପକ୍ଷରୁ କୋରାପୁଟ ଲକ୍ଷ୍ମୀପୁରସ୍ଥିତ ବିପିକେପି କ୍ଲଷ୍ଟର ଏଫ୍ଆଇଏସି ସୌଧରେ ସହଭାଗୀ ଗ୍ୟାରେଣ୍ଟି ବ୍ୟବସ୍ଥା (ପିଜିଏସ୍) ଉପରେ ଏକ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସରକାରଙ୍କ ଅଧିକାରୀ ଓ ଆରଆରଟିଟିଏସର ବୈଜ୍ଞାନିକ ମାନେ ଉପସ୍ଥିତ ଥିଲେ।

ଉଦ୍ଘାଟନୀ ଦିବସରେ ଭୁବନେଶ୍ୱର ସ୍ଥିତ ଆରସିଓଏନଏଫର ସହକାରୀ ନିର୍ଦ୍ଦେଶକ ଏସ୍ ଆର୍ ଇଙ୍ଗଲେ ପିଜିଏସ୍ ପ୍ରମାଣିକୃତ ଏବଂ ଜୈବିକ କୃଷିରେ ଏହାର ଗୁରୁତ୍ୱ ଉପରେ ପ୍ରଶିକ୍ଷଣ ଦେଇଥିଲେ।

କୋରାପୁଟରେ ୧୦୦୦ ହେକ୍ଟର ପରିମିତ ଅଞ୍ଚଳରେ ୫୦ଟି କ୍ଲଷ୍ଟରର ୧୦୦୦ରୁ ଅଧିକ ଚାଷୀ ୨୦୨୨ରୁ ପିଜିଏସ୍ ବ୍ୟବସ୍ଥାରେ ପଞ୍ଜିକୃତ ହୋଇଛନ୍ତି ଏବଂ ବର୍ତ୍ତମାନ ସେମାନେ ସଂଯୋଜନାର ତୃତୀୟ ବର୍ଷରେ ଅଛନ୍ତି ଏବଂ ଜୈବିକ ପଦ୍ଧତିରେ ଉତ୍ପାଦିତ ଫସଲରୁ ସେମାନଙ୍କର ବ୍ରାଣ୍ଡ୍‍ ପ୍ରତିଷ୍ଠା କରିବାର ସୁଯୋଗ ରହିଛି ।

ଏହି ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଏଡିଏ ଶ୍ରୀ. କାହ୍ନୁ ଚରଣ ଦାସ, ଶ୍ରୀ. ଏଡିଓ ଏମ୍ ପ୍ରକାଶ ରାଓ, ଏଡିଏ ଡ. ଶୁଭଶ୍ରୀ ବନ୍ଦିତା, ସହକାରୀ ନିର୍ଦ୍ଦେଶକ ଡ. ପର୍ଶୁରାମ ଶିଆଳ ଓ ବିଏଓ ଶ୍ରୀ. ସୂର୍ଯ୍ୟକାନ୍ତ ନାୟକ ଜୈବିକ କୃଷି ଓ ଜୈବିକ ପ୍ରମାଣିକୃତ ଉତ୍ପାଦ ପାଇଁ ପ୍ରୋତ୍ସାହନ ଓ ସଚେତନତା ସୃଷ୍ଟି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସିମଫେଡ୍ ପ୍ରତିନିଧି ଶ୍ରୀ. ମଙ୍ଗରାଜ ସ୍ୱାଇଁ ଓ ଶ୍ରୀମତୀ ଅନିତାଙ୍କ ସମେତ ଏଡିଓ ସର୍କଲର ବିଭିନ୍ନ ବ୍ଲକରୁ ୨୦ରୁ ଅଧିକ ପ୍ରତିଯୋଗୀ ଯୋଗ ଦେଇଥିଲେ।

ଅଧିକ ପଢ଼ନ୍ତୁ

ପ୍ରେରଣା ପାଲଟିଛନ୍ତି ସଫଳ କଦଳୀ ଚାଷୀ ଧୀରେନ୍ଦ୍ର

ବିହାର କଟିହାରରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ