News

ବ୍ୟାଙ୍କ ଦେଲା ଖୁସି ଖବର ; ଗ୍ରାହକଙ୍କୁ ମିଳିବ ପୂର୍ବ ଅପେକ୍ଷା ଅଧିକ ଲାଭ, ଜାଣନ୍ତୁ...

ଘରୋଇ କ୍ଷେତ୍ରର ଋଣଦାତା କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଅଲଗା ଅଲଗା ଅବଧି ପାଇଁ ଫିକ୍ସଡ୍ ଡିପୋଜିଟ୍ (Fixed Deposits:FD) ଉପରେ ସୁଧ ହାର ସଂଶୋଧନ କରିଛି ।

11 March, 2022 4:59 PM IST By: Sudesna Nayak

ଘରୋଇ କ୍ଷେତ୍ରର ଋଣଦାତା କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ( kotak mahindra bank) ଅଲଗା ଅଲଗା ଅବଧି ପାଇଁ ଫିକ୍ସଡ୍ ଡିପୋଜିଟ୍ (Fixed Deposits:FD) ଉପରେ ସୁଧ ହାର ସଂଶୋଧନ କରିଛି ।

ସୂଚନା ଅନୁଯାୟୀ, ଏହି ସୁଧ ହାର ସମସ୍ତ ଘରୋଇ, NRO ଏବଂ NRE ସମସ୍ତ ଗ୍ରାହକଙ୍କ ପାଇଁ ଅଛି । ନୂତନ ସୁଧ ହାର ବୁଧବାର ଅର୍ଥାତ୍ ମାର୍ଚ୍ଚ ୯,୨୦୨୦ ଠାରୁ କାର୍ଯ୍ୟକାରୀ ହେବ । ଏହି ଦରଗୁଡିକ ୨ କୋଟି ଟଙ୍କା ପର୍ଯ୍ୟନ୍ତ FD ଉପରେ ଲାଗୁ ହେବ ।

କହିବାକୁ ଗଲେ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ (Kotak Mahindra Bank) ୩୬୫ରୁ ୩୮୯ ଦିନରେ ମ୍ୟାଚ୍ୟୋର ହେବାକୁ ଥିବା FD କୁ ୫ ପ୍ରତିଶତକୁ ବୃଦ୍ଧି କରିଛି । ଏହାପୂର୍ବରୁ ବ୍ୟାଙ୍କ ଏହି ଅବଧିରେ ୪.୯ ପ୍ରତିଶତ ସୁଧ ଦେଉଥିଲା । ଏଥି ସହିତ ବ୍ୟାଙ୍କ (Bank)ବର୍ତ୍ତମାନ କ୍ରମଶ: ୭ ରୁ ୩୦ ଦିନ, ୩୧ ରୁ ୯୦ ଦିନ ଏବଂ ୯୧ ରୁ ୧୨୦ ଦିନ ମଧ୍ୟରେ ମ୍ୟାଚ୍ୟୋର ହେଉଥିବା FD ଉପରେ ହିଁ ୨.୫ ପ୍ରତିଶତ, ୨.୭୫ ପ୍ରତିଶତ ଏବଂ ୩ ପ୍ରତିଶତ ହାରରେ ସୁଧ ଦେବାକୁ ନିଷ୍ପତ୍ତି ନେଇଛି ।

ବ୍ୟାଙ୍କ ୭ ଦିନରୁ ଆରମ୍ଭ ୧୦ ବର୍ଷ ମଧ୍ୟରେ ପରିପକ୍ୱତା ହେଉଥିବା FD ଉପରେ ବ୍ୟାଙ୍କ ୩ ପ୍ରତିଶତରୁ ୫.୮ ପ୍ରତିଶତ ପର୍ଯ୍ୟନ୍ତ ସୁଧ ହାର ପ୍ରଦାନ କରିଥାଏ । କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ (Kotak Mahindra Bank) ବର୍ତ୍ତମାନ ୧୮୧ରୁ ୩୬୩ ଦିନରେ ମ୍ୟାଚ୍ୟୋରିଟି ଥିବା FD ଉପରେ ୪.୪୦ ପ୍ରତିଶତ ସୁଧ, ଅନ୍ୟପଟେ ୩୬୪ ଦିନରେ ମ୍ୟାଚ୍ୟୋରିଟି FD ଉପରେ ୪.୫୦ ପ୍ରତିଶତ ସୁଧ ପ୍ରଦାନ କରିବ । ୩୯୦ ଦିନ ଓ ୨୩ ମାସରୁ କମ୍ ସମୟରେ ମ୍ୟାଚ୍ୟୋରିଟି FD ଉପରେ ୫.୧୦ ପ୍ରତିଶତ ଦରରେ ମିଳିବ । ବରିଷ୍ଠ ନାଗରିକମାନେ FD ଉପରେ ୫୦ ଆଧାର ପଏଣ୍ଟ ଅଧିକ ସୁଧ ହାର ପାଇବେ ।

ପ୍ରକାଶ ଥାଉ କି, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ (Kotak Mahindra Bank) ପୂର୍ବରୁ ଆକ୍ସିସ୍ ବ୍ୟାଙ୍କ (Axis Bank), HDFC ବ୍ୟାଙ୍କ (HDFC Bank), ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (State Bank of India:SBI), IndusInd Bank, IDBI Bank ବିଭିନ୍ନ FD ଅବଧିରେ ସୁଧ ହାର ବୃଦ୍ଧି କରିବାକୁ ହିଁ ଘୋଷଣା କରିଛନ୍ତି ।

ଏହି ଟୋଲ୍ ଫ୍ରି ନମ୍ବରରେ କଲ୍ କରି ଉପଭୋଗ କରନ୍ତୁ SBI ର ଅନେକ ସୁବିଧା ; ମେସେଜ ମଧ୍ୟ କରିପାରିବେ

Bank Holidays:ଏହି ଦିନ ସବୁ ଛୁଟି ରହିବ ବ୍ୟାଙ୍କ ; ବନ୍ଦ ରହିବ କାମ,ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)