
Kotak Mahindra Bank Receives Agri Infra Fund Award
କୃଷି ଭିତ୍ତିଭୂମି ପାଣ୍ଠି (AIF)ରେ ଅମୂଲ୍ୟ ଯୋଗଦାନ ପାଇଁ କୋଟାକ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ (KMBL /Kotak)କୁ ମିଳିଛି ସମ୍ମାନ । ଭାରତ ସରକାର କୋଟାକ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡକୁ ଏଗ୍ରି ଇନଫ୍ରା ପୁରସ୍କାର(Agri Infra Fund Award) ପ୍ରଦାନ କରିଛନ୍ତି । ଏହି ଯୋଜନା ଅଧୀନରେ ବିଭିନ୍ନ କୃଷି ଏବଂ କୃଷକଙ୍କୁ 425 କୋଟିରୁ ଅଧିକ ଋଣ ପ୍ରଦାନ କରିଛି କୋଟା ମହିନ୍ଦ୍ରା ବ୍ୟାଙ୍କ ।
କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର କୃଷି ଅର୍ଥ ବ୍ୟାପାର ମୁଖ୍ୟ ବି.ଏସ ଶିବକୁମାର ରାଷ୍ଟ୍ରପତି କହିଛନ୍ତି, କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଦ୍ୱାରା କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ସମ୍ମାନିତ ହେବା ଏକ ଗୌରବର ବିଷୟ। ଭାରତୀୟ କୃଷି କ୍ଷେତ୍ରରେ ସମୟାନୁବର୍ତ୍ତୀ ଏବଂ ପ୍ରଭାବଶାଳୀ ଅବଦାନ ସୁନିଶ୍ଚିତ କରିବାକୁ ଆମେ ସର୍ବଦା ଆଗରେ ରହିଥାଉ । ଏହି ପାଣ୍ଠି ଅଧୀନରେ କୋଟାକ ଦ୍ୱାରା ଅନୁଦାନ ପ୍ରାପ୍ତ 26% ରୁ ଅଧିକ ହିତାଧିକାରୀ ମହିଳା ଅଟନ୍ତି । ଆମେ ଅଭିବୃଦ୍ଧି ପାଇଁ ପ୍ରତିବଦ୍ଧ ବୋଲି ଶିବକୁମାର କହିଛନ୍ତି ।
କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କେଏମବିଏଲ ଅଧିକାରୀମାନଙ୍କୁ ଆଗ୍ରି ଇନଫ୍ରା ପାଣ୍ଠି ପୁରସ୍କାର ପ୍ରଦାନ କରିଛନ୍ତି । ଏହି ପୁରସ୍କାରକୁ ଗ୍ରାହକ ଏବଂ କୋଟାକର ସମଗ୍ର ଟମକୁ ଉତ୍ସର୍ଗ କରିଛନ୍ତି ଶିବକୁମାର ।
ଦୁଇ ବର୍ଷ ପୂର୍ବେ କୃଷି ଭିତ୍ତିଭୂମି ପାଣ୍ଠି (AIF) ଅର୍ଥାତ୍ 2020ରେ କେନ୍ଦ୍ର ସରକାରଙ୍କ ଏକ ଉତ୍ସର୍ଗୀକୃତ ଯୋଜନା ଭାବରେ ମହତ୍ବାକାଂକ୍ଷୀ ଆତ୍ମନିର୍ଭରଶୀଳ ଭାରତ ପ୍ୟାକେଜ୍ ଅନ୍ତର୍ଗତ କୃଷି ଭିତ୍ତିଭୂମି ପାଣ୍ଠିର ଆରମ୍ଭ କରାଯାଇଥିଲା । ଏହା ଅନ୍ତର୍ଗତ ଅମଳ ପରବର୍ତ୍ତୀ ପରିଚାଳନା ଭିତ୍ତିଭୂମିରେ ବିନିଯୋଗ ଓ କୃଷି ସମ୍ପତ୍ତି ସୃଷ୍ଟି ପାଇଁ ଏହା ମଧ୍ୟମ ଅବଧି ଋଣ ସୁବିଧା ଯୋଗାଇଥାଏ ।
ଏହି ସୁବିଧା ଆକାରରେ ସରକାରଙ୍କଠାରୁ 3% ସୁଧରେ ଏବଂ 2 କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା କ୍ଷୁଦ୍ର ଉଦ୍ୟୋଗ (CGTMSE) ପାଇଁ କ୍ରେଡିଟ୍ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ ଦ୍ୱାରା ପ୍ରଦାନ କରାଯାଇଥାଏ ।
ଆଜି କୃଷି ଭିତ୍ତିଭୂମି ପାଣ୍ଠି ପୁରସ୍କାର ପ୍ରଦାନ କରିବେ କେନ୍ଦ୍ରମନ୍ତ୍ରୀ
Share your comments