News

ଚାଷୀମାନଙ୍କ ସହିତ 26 ତମ ପ୍ରତିଷ୍ଠା ଦିବସ ପାଳନ କଲା କୃଷି ଜାଗରଣ

ଆଜି କୃଷି ଜାଗରଣର ପ୍ରତିଷ୍ଠା ଦିବସ । ଚାଷୀଙ୍କ ହିତରେ ସ୍ବର ଉଠାଇ ଆସୁଥିବା କୃଷି ଜଗତର ପ୍ରତିଷ୍ଠିତ ମିଡିଆ ଗ୍ରୁପ କୃଷି ଜାଗରଣ ଏହାର 25 ବର୍ଷ ପୂର୍ତ୍ତି ପାଳନ କରୁଛି ।

05 September, 2022 2:46 PM IST By: Shuvanshu Kar

ଆଜି କୃଷି ଜାଗରଣର ପ୍ରତିଷ୍ଠା ଦିବସ(Krishi Jagran foundation day) । ଚାଷୀଙ୍କ ହିତରେ ସ୍ବର ଉଠାଇ ଆସୁଥିବା କୃଷି ଜଗତର ପ୍ରତିଷ୍ଠିତ ମିଡିଆ ଗ୍ରୁପ କୃଷି ଜାଗରଣ ଏହାର 25 ବର୍ଷ ପୂର୍ତ୍ତି ପାଳନ କରୁଛି । ଦେଶର କୋଣଅନୁକୋଣରୁ ଯୋଡି ହୋଇଥିବା ଚାଷୀମାନଙ୍କ ସହିତ ନିଜ 26 ତମ ପ୍ରତିଷ୍ଠା(26th foundation day) ଦିବସକୁ ବେଶ ଧୂମଧାମର ସହିତ ପାଳନ କରୁଛି କୃଷି ଜାଗରଣ(Krishi Jagran) ।

କୃଷି ଜାଗରଣ କୃଷି ଏବଂ କୃଷକମାନଙ୍କୁ ଆଗକୁ ନେବା ପାଇଁ ସର୍ବଦା ଉଦ୍ୟମ କରିଆସୁଛି । କୃଷି ସାମ୍ବାଦିକତାର ବିସ୍ତାର ପାଇଁ, ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ଅଭିନବ ଚିନ୍ତାଧାରା ସହିତ ଆଗକୁ ବଢିବା ଦିଗରେ ନିରନ୍ତର ପ୍ରୟାସ ଜାରି ରହିଛି । ଏଥି ସହିତ, ଗତ 26 ବର୍ଷ ଧରି କୃଷି ଜାଗରଣ କ୍ରମାଗତ ଭାବରେ କୃଷକମାନଙ୍କ ସହ ଯୋଡି ହୋଇ ସବିଶେଷ ତଥ୍ୟ, ଜ୍ଞାନ, ସୂଚନା ଆପଣଙ୍କ ନିକଟକୁ ପହଞ୍ଚାଉଛି । ପତ୍ରିକା, ନ୍ୟୁଜ୍ ପୋର୍ଟାଲ୍, ୟୁଟ୍ୟୁବ୍ ଚ୍ୟାନେଲ୍ ଏବଂ ସୋସିଆଲ୍ ମିଡିଆ ଭଳି ବହୁ ଯୋଗାଯୋଗର ମାଧ୍ୟମ ମାଧ୍ୟମରେ କୃଷି କ୍ଷେତ୍ର ସହିତ ସମ୍ପୃକ୍ତ ପାଠକ ଏବଂ ଦର୍ଶକଙ୍କ ମଧ୍ୟରେ ନିଜର ଉପସ୍ଥିତି ଜାହିର କରିଆସୁଛି ।

ଆଜକୁ 25 ବର୍ଷ ପୂର୍ବେ ଆରମ୍ଭ ହୋଇଥିବା କୃଷି ଜାଗରଣ ଅନେକ ଚ୍ୟାଲେଞ୍ଜକୁ ସାମ୍ନା କରି କଠିନ ରାସ୍ତା ଅତିକ୍ରମ ଦେଶର କୋଣ ଅନୁକୋଣରେ ପହଞ୍ଚିସାରିଛି । କୃଷି ଜାଗରଣ ଏବଂ ଏଗ୍ରିକଲ୍ଚର ଓ୍ବାର୍ଲଡର ପ୍ରତିଷ୍ଠାତା ତଥା ସମ୍ପାଦକ ଏମ୍ ସି ଡୋମିନିକଙ୍କ କୃଷକ ଅନୁକୂଳ ଚିନ୍ତାଧାରାର ଫଳାଫଳ ଯେ କୃଷି ଜାଗରଣ ଗାଁ ଗାଁର ଚାଷୀଙ୍କ ମଧ୍ୟରେ ପରିଚିତ ।

ପ୍ରତିଷ୍ଠା ଦିବସ ଅବସରରେ ଦେଶର ବିଭିନ୍ନ ସ୍ଥାନରୁ କୃଷି ସାମ୍ବାଦିକତାକତାର ଅନନ୍ୟ ପଦକ୍ଷେପ ସ୍ବରୂପ ଫାର୍ମର ଦ ଜର୍ଣ୍ଣାଲିଷ୍ଟ ସହିତ ଯୋଡି ହୋଇ କାର୍ଯ୍ୟ କରୁଥିବା ଚାଷୀମାନେ ମଧ୍ୟ ଭର୍ଚୁଆଲ ରୂପେ ଏଥିରେ ସାମିଲ ହୋଇଥିଲେ ।

Har Ghar Tiranga: ଗର୍ବର ସହ ତ୍ରିରଙ୍ଗା ଉଡାଇଲା କୃଷି ଜାଗରଣ

Har Ghar Tiranga: ପ୍ରଧାନମନ୍ତ୍ରୀଙ୍କ 'ହରଘର ତ୍ରିରଙ୍ଗା' ଅଭିଯାନରେ ସାମିଲ ହେଲା କୃଷି ଜାଗରଣ