1. କୃଷି ଖବର

MFOI Samridh Kisan Utsavs: ଏକ ଦିବସୀୟ କୃଷି ମେଳା

ଚାଷୀଙ୍କ ଚାଷ କଥା ଜାଣିବେ ଦେଶ ତଥା ଦେଶ ବାହାରେ ରହୁଥିବା ଚାଷୀ l ନୂତନ ଜ୍ଞାନକୌଶଳ ସହିତ ପରିଚିତ ହେବେ ଚାଷୀ l

Tanushree Mahapatra
Tanushree Mahapatra
Krishi Jagran presents to you the MFOI Samridh Kisan Utsavs

Krishi Jagran presents to you the MFOI Samridh Kisan Utsavs

୨୦୨୩ ଡିସେମ୍ବର ମାସରେ ଆୟୋଜିତ ହୋଇଥିଲା " ମିଲେନିୟର୍ ଫାର୍ମର ଅଫ ଇଣ୍ଡିଆ ପୁରସ୍କାର ୨୦୨୩ " ଯାହା ସଫଳତା ସାଉଁଟିଥିଲା l ଏହି କୃଷି ମହାକୁମ୍ଭଟି କୃଷି ଜାଗରଣ ଦ୍ୱାରା ଆୟୋଜିତ ହୋଇଥିଲା l ମହିନ୍ଦ୍ରା ଟ୍ରାକ୍ଟରଙ୍କ ଦ୍ୱାରା ପ୍ରାୟୋଜିତ ' ମିଲେନିୟର୍ ଫାର୍ମର୍ ଅଫ୍ ଇଣ୍ଡିଆ ପୁରସ୍କାର 'ର ଚମତ୍କାର ସଫଳତା ପରେ ୨୦୨୪ ଆର୍ଥିକ ବର୍ଷରେ ପୁଣିଥରେ ନୂଆ ଦିଲ୍ଲୀ ଠାରେ ଏହାର ୨ୟ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି l ଯେଉଁଥିରେ ଚାଷୀଙ୍କୁ ୩୦୦ ରୁ ଅଧିକ କଟେଗୋରୀରେ ପ୍ରଦାନ କରାଯିବ ସମ୍ମାନ l ଚାଷୀଙ୍କ ଚାଷ କଥା ଜାଣିବେ ଦେଶ ତଥା ଦେଶ ବାହାରେ ରହୁଥିବା ଚାଷୀ l ନୂତନ ଜ୍ଞାନକୌଶଳ ସହିତ ପରିଚିତ ହେବେ ଚାଷୀ l

ଏହି ପୁରସ୍କାର କାର୍ଯ୍ୟକ୍ରମ ଅଧୀନରେ ଆରମ୍ଭ ହୋଇଛି ଆଉ ଦୁଇଟି ନୂଆ ପଦକ୍ଷେପ l ପ୍ରଥମ ଟି ହେଲା ସମୃଦ୍ଧ କିସାନ ଉତ୍ସବ ଏବଂ ଅନ୍ୟଟି ହେଉଛି MFOI, VVIF କିସାନ୍ ଭାରତ ଯାତ୍ରା l ପ୍ରଥମଟି ହେଉଛି ଏକ ଦିବସୀୟ କୃଷି ମେଳା ଏବଂ ଦ୍ଵିତୀୟ ଟି ହେଉଛି ଚାଷୀଙ୍କ ପାଇଁ ଏକ ରୋଡ଼ ସୋ l ଯାହାଦ୍ୱାରା ଚାଷୀଙ୍କୁ ବିଭିନ୍ନ ଚାଷ ସହିତ ଜଡିତ ଉପକରଣ ବିଷୟରେ ସୂଚନା ପ୍ରଦାନ କରାଯାଉଛି l ମହିନ୍ଦ୍ରା ଟ୍ରାକ୍ଟର ର ନୂଆ ଉପକରଣ ବିଷୟରେ କୁଜହଉଛି ଚାଷୀଙ୍କୁ l ଯାହା ସେମାନେ ନିଜ କୃଷି ଅତି ସହଜ ଓ ସରଳ କରିବା ପାଇଁ ଵ୍ୟଵହାର କରି ପାରିବେ l

ତେବେ ୨ୟ ସଂସ୍କରଣ " ମିଲେନିୟର୍ ଫାର୍ମର ଅଫ ଇଣ୍ଡିଆ ପୁରସ୍କାର ୨୦୨୪ " ଡିସେମ୍ବର ୧ ରୁ ୩ ତାରିଖ ପର୍ଯ୍ୟନ୍ତ IARI ପୁସା ଠାରେ ଆୟୋଜିତ କରାଯିବ l ତେବେ ଏଥିପାଇଁ ନୂତନ ପଞ୍ଜିକରଣ ଆରମ୍ଭ ହୋଇଛି ଯାହା ସମ୍ପୂର୍ଣ୍ଣ ମାଗଣା ଚାଷୀଙ୍କ ପାଇଁ l ୧୦ ଲକ୍ଷ ରୁ ଅଧିକ ରୋଜଗାର କରିଥିବା ଚାଷୀ ଏଥିରେ ପଞ୍ଜିକରଣ କରିପାରିବେ l ନିଜ ଚାଷ ବର୍ଗ ଅନୁଯାୟୀ ପଞ୍ଜିକରଣ କରିପାରିବେ l https://millionairefarmer.in/en/ ଲିଙ୍କରେ ନାମାଙ୍କନ କରିପାରିବେ ଚାଷୀ l

ତେବେ ଜୁନ୍ ମାସରେ ୧୦ ଟି ରୋମାଞ୍ଚକର ଦିନରେ ୧୦ ଟି ବିଭିନ୍ନ ସ୍ଥାନରେ କୃଷି ଜାଗରଣ MFOI ସମୃଦ୍ଧ କିସାନ୍ ଉତ୍ସବ ଆୟୋଜନ କରିବାକୁ ଯାଉଛି l ଏହି ସୁଯୋଗ ଆପଣ ଆଦୌ ହାତଛଡ଼ା କରିବାକୁ ଦିଅନ୍ତୁ ନାହିଁ l ତେଣୁ, ଆପଣଙ୍କର କ୍ୟାଲେଣ୍ଡରେ ତାରିଖ ଚିହ୍ନିତ କରନ୍ତୁ ଏବଂ ଏକ ସମୃଦ୍ଧ କୃଷି ଅଭିଜ୍ଞତା ପାଇଁ ଆମ ସହିତ ଯୋଗ ଦିଅନ୍ତୁ l ଏହି ଏକ ଦିବସୀୟ କୃଷି ମେଳାରେ କୌଣସି ଚାଷ ଜନିତ ଷ୍ଟଲ ଉପସ୍ଥାପନ କରିବାକୁ ଇଛା ଥିଲେ ନିମ୍ନରେ ପ୍ରଦାନ କରାଯାଇଥିବା ନମ୍ବରରେ ଯୋଗାଯୋଗ କରନ୍ତୁ l ମେଘା ଶର୍ମା -୯୮୯୧୬ ୬୮୨୯୨ ,ହର୍ଷ କପୁର -୯୮୯୧୭ ୨୪୪୬୬ , ନିଶାନ୍ତ କୁମାର -୯୯୫୩୭ ୫୬୪୩୩ l

ଅଧିକ ପଢ଼ନ୍ତୁ

MFOI, VVIF Kisan Bharat Yatra: ଚାଷୀ ଜାଣିଲେ ଏମ.ଏଫ.ଓ.ଆଇ ପୁରସ୍କାରର ମହତ୍ତ୍ୱ

MFOI 2024: ମୂଳା ଚାଷୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ