News

ICAR DG ହିମାଂଶୁ ପାଠକଙ୍କୁ ଭେଟିଲା କୃଷି ଜାଗରଣ ଟିମ

ଗତ ସପ୍ତାହ ଶୁକ୍ରବାର ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ICAR)ମହାନିର୍ଦ୍ଦେଶକ ନିଯୁକ୍ତ ହୋଇଥିଲେ ଡଃ. ହିମାଂଶୁ ପାଠକ । ଏହାପରେ ଆଜି (ସୋମବାର) କୃଷି ଜାଗରଣର ଟିମ ସହିତ ପାଠକଙ୍କ ସାକ୍ଷାତ ହୋଇଛି ।

01 August, 2022 5:08 PM IST By: Shuvanshu Kar

କୃଷି ଜାଗରଣର ଟିମ ସହ ସାକ୍ଷାତ କରିଛନ୍ତି ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ICAR- Indian Council of Agricultural Research (ICAR)ର ନୂଆ ମହାନିର୍ଦ୍ଦେଶକ ଡଃ. ହିମାଂଶୁ ପାଠକ । କୃଷି କ୍ଷେତ୍ର ଉପରେ ଏହି ବୈଠକରେ ଅନେକ ଆଲୋଚନା ହୋଇଛି ।

କୃଷି କ୍ଷେତ୍ର ପାଇଁ ଅନେକ ଯୋଜନା ରହିଛି । ଏହାକୁ ଖୁବ ଶୀଘ୍ର ସେୟାର କରାଯିବା ନେଇ କହିଛନ୍ତି ହିମାଂଶୁ ପାଠକ । ଅନ୍ୟପକ୍ଷେ ଭବିଷ୍ୟତର ଯୋଜନାକୁ ନେଇ ଡଃ. ହିମାଂଶୁ ପାଠକଙ୍କୁ ଶୁଭେଚ୍ଛା ଜଣାଇଛି କୃଷି ଜାଗରଣ ।

ଗତ ସପ୍ତାହ ଶୁକ୍ରବାର ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ICAR)ମହାନିର୍ଦ୍ଦେଶକ ନିଯୁକ୍ତ ହୋଇଥିଲେ ଡଃ. ହିମାଂଶୁ ପାଠକ । ଏହାପରେ ଆଜି (ସୋମବାର) କୃଷି ଜାଗରଣର ଟିମ ସହିତ ପାଠକଙ୍କ ସାକ୍ଷାତ ହୋଇଛି । କୃଷି ଭବନରେ ହୋଇଥିବା ଏହି ସାକ୍ଷାତକାରରେ କୃଷି ଜାଗରଣର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଏମ ସି ଡୋମିନିକଙ୍କ ସହିତ ନିର୍ଦ୍ଦେଶକ ସାଇନି ଡୋମିନିକ ମଧ୍ୟ ଉପସ୍ଥିତ ଥିଲେ ।

କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ, ହିମାଂଶୁ ପାଠକଙ୍କୁ ଭାରତୀୟ କୃଷି ଆନୁସନ୍ଧାନ ପରିଷଦର ମହାନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି । ହିମାଂଶୁ ଆଇସିଏଆର ଡିଜି ହେବା ସହିତ କୃଷି ଅନୁସନ୍ଧାନ ଓ ଶିକ୍ଷା ବିଭାଗ(DARE)ର ସଚିବ ପଦରେ ମଧ୍ୟ ଦାୟିତ୍ବ ସମ୍ଭାଳିବେ ।

ହିମାଂଶୁ ପାଠକ ହେଲେ ଭାରତୀୟ କୃଷି ଆନୁସନ୍ଧାନ ପରିଷଦର ମହାନିର୍ଦ୍ଦେଶକ

PIB ମୁଖ୍ୟ ନିର୍ଦ୍ଦେଶକ ହେଲେ ସତ୍ୟେନ୍ଦ୍ର ପ୍ରକାଶ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)