1. କୃଷି ଖବର

PIB ମୁଖ୍ୟ ନିର୍ଦ୍ଦେଶକ ହେଲେ ସତ୍ୟେନ୍ଦ୍ର ପ୍ରକାଶ

ବରିଷ୍ଠ ଭାରତୀୟ ସୂଚନା ସେବା (IIS) ଅଧିକାରୀ ସତ୍ୟେନ୍ଦ୍ର ପ୍ରକାଶଙ୍କୁ ପ୍ରେସ ସୂଚନା ବ୍ୟୁରୋ (PIB)ର ମୁଖ୍ୟ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି ।

Shuvanshu Kar
Shuvanshu Kar
Satyendra Prakash Appointed as Principal DG, Press Information Bureau

Satyendra Prakash Appointed as Principal DG, Press Information Bureau

ବରିଷ୍ଠ ଭାରତୀୟ ସୂଚନା ସେବା (IIS) ଅଧିକାରୀ ସତ୍ୟେନ୍ଦ୍ର ପ୍ରକାଶଙ୍କୁ ପ୍ରେସ ସୂଚନା ବ୍ୟୁରୋ (PIB)ର ମୁଖ୍ୟ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ଆଜି (ସୋମବାର) ଠାରୁ ପ୍ରକାଶ ପିଆଇପି ମୁଖ୍ୟ ନିର୍ଦ୍ଦେଶ ଦାୟିତ୍ବ ଗ୍ରହଣ କରିବେ । 1988 ବ୍ୟାଚ୍ ଭାରତୀୟ ସୂଚନା ଆଇଆଇଏସ ଅଧିକାରୀ ତଥା କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ପ୍ରଧାନ ମହାନିର୍ଦ୍ଦେଶକ ପ୍ରକାଶ, ଜୟଦୀପ ଭଟନାଗରଙ୍କ ସ୍ଥାନରେ ପିଆଇବି ମୁଖ୍ୟ ନିର୍ଦ୍ଦେଶକ ଦାୟିତ୍ୱ ଗ୍ରହଣ କରିବେ । ଭଟନଗର ରବିବାର ଏହି ପଦରୁ ଅବସର ନେଇଛନ୍ତି ।

ନିଜର ଅଭିନବ କାର୍ଯ୍ୟ ଶୈଳୀ ପାଇଁ ଜଣାଶୁଣା, ପ୍ରକାଶଙ୍କୁ କୋଭିଡ ବିଶ୍ୱ ମହାମାରୀ ପରେ ନିର୍ବାଚନରେ ​​ଭୋଟରଙ୍କ ଅଂଶଗ୍ରହଣ ବୃଦ୍ଧି ଲକ୍ଷ୍ୟ ନେଇ ନିର୍ବାଚନ ଆୟୋଗ ଦ୍ୱାରା ସମ୍ମାନିତ କରାଯାଇଥିଲା । ତିନି ଦଶନ୍ଧିର କ୍ୟାରିଅରରେ ପ୍ରକାଶ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ, ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏବଂ ପ୍ରେସ ସୂଚନା ବ୍ୟୁରୋରେ ବିଭିନ୍ନ ପଦବୀରେ ଦାୟିତ୍ବ ତୁଲାଇଛନ୍ତି ।

ଅନ୍ୟପକ୍ଷେ 1986 ବ୍ୟାଚ୍ ଆଇଆଇଏସ୍ ଅଧିକାରୀ ଭଟନାଗର ବାଣିଜ୍ୟ, ବିକ୍ରୟ ଏବଂ ମାର୍କେଟିଂ ବିଭାଗର ମୁଖ୍ୟ ଭାବରେ ଦୁରଦର୍ଶନ ନ୍ୟୁଜରେ କାର୍ଯ୍ୟ କରିଛନ୍ତି। ସେ ପ୍ରସାର ଭାରତୀ ସ୍ୱତନ୍ତ୍ର ସମ୍ବାଦଦାତା ପଶ୍ଚିମ ଏସିଆରେ ମଧ୍ୟ କାର୍ଯ୍ୟ କରିଛନ୍ତି। ଏହି ସମୟରେ ସେ 20ଟି ଦେଶରେ କଭର କରିଥିଲେ । ପରେ ସେ ଆକାଶବାଣୀର ସମାଚାର ସେବା ଡିଭିଜନର ମୁଖ୍ୟ ହୋଇଥିଲେ ।

ସେପଟେ ପିଆଇବିର ପଶ୍ଚିମାଞ୍ଚଳ ମହାନିର୍ଦ୍ଦେଶକ ମନିଷ ଦେଶାଇ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋରେ ପ୍ରକାଶଙ୍କ ସ୍ଥାନ ନେବେ । 1989 ବ୍ୟାଚ୍ IIS ଅଧିକାରୀ ଦେଶାଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ମିଡିଆ ୟୁନିଟ୍ ଯଥା ବିଜ୍ଞାପନ ଏବଂ ଭିଜୁଆଲ୍ ପବ୍ଲିକେସନ୍, ଅଲ୍ ଇଣ୍ଡିଆ ରେଡିଓ, ପ୍ରସାର ଭାରତୀ ଏବଂ ଭାରତୀୟ ଜନସଞ୍ଚାର ସଂସ୍ଥାନରେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି ।

ହିମାଂଶୁ ପାଠକ ହେଲେ ଭାରତୀୟ କୃଷି ଆନୁସନ୍ଧାନ ପରିଷଦର ମହାନିର୍ଦ୍ଦେଶକ

ମିଞ୍ଜର ମେଳା କଣ ? ମୋଦି କହିଲେ ମେଳାର ଅଜଣା କଥା

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments