1. କୃଷି ଖବର

ମିଞ୍ଜର ମେଳା କଣ ? ମୋଦି କହିଲେ ମେଳାର ଅଜଣା କଥା

ମେଳା ସମ୍ପର୍କରେ କିଛି ଅଜଣା କଥା ଦେଶବାସୀଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Shuvanshu Kar
Shuvanshu Kar
PM Modi urges people to visit fairs across country, upload pictures on social media

PM Modi urges people to visit fairs across country, upload pictures on social media

ଭାରତରେ ଅନେକ ପର୍ବପର୍ବାଣୀ ପାଳନ କରାଯାଏ । ମେଳା(fairs)ର ମଧ୍ୟ ଆୟୋଜନ କରାଯାଏ । ଏ ସମ୍ପର୍କରେ କିଛି ଅଜଣା କଥା ଦେଶବାସୀଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(pm modi) । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତ(mann ki baat) ଜରିଆରେ ଦେଶବାସୀଙ୍କ ସହ ନିଜ ମନର କଥା କହିଛନ୍ତି ।

ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶରୁ ଜଣେ ଶ୍ରୋତା ଆଶିଷ ବହଲଙ୍କର ଏକ ଚିଠି ପାଇଥିଲେ । ଆଶିଷ ନିଜ ଚିଠିରେ ଲେଖିଥିବା ଚମ୍ବା ର "ମିଞ୍ଜର୍ ମେଳା' କଥା କହିଛନ୍ତି ମୋଦି । ସେ କହିଛନ୍ତି, ପ୍ରକୃତରେ ମକାର ଫୁଲକୁ ମିଞ୍ଜର୍ କୁହାଯାଏ । ଯେତେବେଳେ ମକାରେ ଫୁଲ ଆସେ, ସେତେବେଳେ ମିଞ୍ଜର୍ ମେଳା ପାଳନ କରାଯାଏ ଏବଂ ଏହି ମିଞ୍ଜର ମେଳାରେ ଭାଗ ନେବାକୁ ଦେଶର କୋଣଅନୁକୋଣରୁ ପର୍ଯ୍ୟଟକ ଆସିଥାନ୍ତି । ସଂଯୋଗବଶତଃ ଏହି ମେଳା ଏବେ ଚାଲିଛି ।

ଯଦି ହିମାଚଳ ବୁଲିବାକୁ ଯାଇଛନ୍ତି ତେବେ ଏହି ମେଳା ଦେଖିବାକୁ ଚମ୍ବା ଯାଇପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଚମ୍ବା ଏତେ ସୁନ୍ଦର ଯେ ଏଠାକାର ଲୋକଗୀତରେ ବାରମ୍ବାର କୁହାଯାଏ - "ଚମ୍ବା ଇକ୍ ଦିନ ଓଣା କନେ ମହିନା ରୈଣା'' । ଅର୍ଥାତ ଯେଉଁ ଲୋକେ ଦିନକ ପାଇଁ ଚମ୍ବା ଆସନ୍ତି, ସେମାନେ ଏହାର ସୌନ୍ଦର୍ଯ୍ୟ ଦେଖି ମାସସାରା ଏଇଠି ରହିଯାଆନ୍ତି ।

ମୋଦି କହିଛନ୍ତି, ମେଳା ସବୁର ମଧ୍ୟ ବଡ଼ ସାଂସ୍କୃତିକ ଗୁରୁତ୍ୱ ରହିଛି । ମେଳା ଜନ-ମନ ଦୁଇଟିକୁ ଯୋଡ଼ିଥାଏ । ହିମାଚଳରେ ବର୍ଷା ପରେ ଯେତେବେଳେ ଖରିଫ ଫସଲ ପାଚେ, ସେତେବେଳେ ସେପ୍ଟେମ୍ବରରେ ଶିମଳା, ମଣ୍ଡି, କୁଲ୍ଲୁ ଓ ସୋଲନରେ ସୈରି ବା ସୈର ମଧ୍ୟ ପାଳନ କରାଯାଏ । ସେପ୍ଟେମ୍ବରରେ ଜାଗରା ମଧ୍ୟ ଆସିବାର ଅଛି । ଜାଗରା ମେଳାରେ ମହାସୁ ଦେବତାଙ୍କୁ ଆହ୍ୱାନ କରି ବିସୁ ଗୀତ ଗାନ କରାଯାଏ । ମହାସୁ ଦେବତାଙ୍କର ଏହି ଜାଗର ହିମାଚଳର ଶିମଳା, କିନ୍ନୌର ଏବଂ ସିରମୌର ସମେତ ଉତ୍ତରାଖଣ୍ଡରେ ମଧ୍ୟ ଅନୁଷ୍ଠିତ ହୁଏ ।

ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ଆଦିବାସୀ ସମାଜରେ ମଧ୍ୟ ଅନେକ ପାରମ୍ପରିକ ମେଳା ଆୟୋଜିତ ହୋଇଥାଏ । ଏଥିମଧ୍ୟରୁ କେତେକ ମେଳା ଆଦିବାସୀ ସଂସ୍କୃତି ସହିତ ସଂପୃକ୍ତ ତ ଆଉ କିଛିର ଆୟୋଜନ ଆଦିବାସୀ ଇତିହାସ ଓ ଐତିହ୍ୟ ସହିତ ସଂପୃକ୍ତ, ଯେପରିକି ଆପଣଙ୍କୁ ଯଦି ସୁଯୋଗ ମିଳେ ତ ତେଲଙ୍ଗାନାର ମେଡାରମର ଚାରିଦିନିଆ ସମକ୍କା-ସରଲମ୍ମା ଯାତ୍ରାମେଳା ନିଶ୍ଚୟ ଦେଖିବାକୁ ଯାଆନ୍ତୁ । ଏହି ମେଳାକୁ ତେଲଙ୍ଗାନାର ମହାକୁମ୍ଭ କୁହାଯାଏ ।

ସରଲମ୍ମା ଯାତ୍ରାମେଳା ଦୁଇ ଆଦିବାସୀ ମହିଳା ନାୟିକା ସମକ୍କା ଓ ସରଲମ୍ମାଙ୍କ ସମ୍ମାନରେ ଅନୁଷ୍ଠିତ ହୁଏ । ଏହା କେବଳ ତେଲଙ୍ଗାନା ନୁହେଁ, ବରଂ ଛତିଶଗଡ଼, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶର କୋୟା ଆଦିବାସୀ ସମ୍ପ୍ରଦାୟ ପାଇଁ ଆସ୍ଥାର ବଡ଼ କେନ୍ଦ୍ର । ଆନ୍ଧ୍ରପ୍ରଦେଶରେ ମାରିଦମ୍ମା ମେଳା ମଧ୍ୟ ଆଦିବାସୀ ସମାଜର ପ୍ରଥା ସହିତ ସଂପୃକ୍ତ ଏକ ବଡ଼ ମେଳା । ମାରିଦମ୍ମା ମେଳା ଜ୍ୟେଷ୍ଠ ଅମାବାସ୍ୟାରୁ ଆଷାଢ଼ ଅମାବାସ୍ୟା ପର୍ଯ୍ୟନ୍ତ ଚାଲେ ଏବଂ ଏଠାକାର ଆଦିବାସୀ ସମାଜ ଏହାକୁ ଶକ୍ତି ଉପାସନା ସହିତ ଯୋଡ଼ିଥାନ୍ତି । ଏଠାକାର ପୂର୍ବ ଗୋଦାବରୀର ପେଦ୍ଧାପୁରମରେ ମରିଦମ୍ମା ମନ୍ଦିର ମଧ୍ୟ ରହିଛି । ସେହିଭଳି ରାଜସ୍ଥାନରେ ଗରାସିୟା ଜନଜାତିର ଲୋକେ ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀରେ "ସିୟାୱା କା ମେଲା' ବା "ମନଖାଁ ରୋ ମେଲା'ର ଆୟୋଜନ କରନ୍ତି ବୋଲି ମୋଦି କହିଛନ୍ତି ।

Mann Ki Baat: ମହୁ ଚାଷ ବିଷୟରେ କଣ କହିଲେ ମୋଦି ? ପଢନ୍ତୁ...

ଭର୍ଚୁଆଲ୍ ହର୍ବାରିଅମ୍ କଣ ? ମାଗଣାରେ ପାଆନ୍ତୁ ବୈଜ୍ଞାନିକ ସୂଚନା

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments