1. କୃଷି ଖବର

ଥାଇଲାଣ୍ଡ ଚିଂ ମାଇରେ ଅନୁଷ୍ଠିତ ସପ୍ତମ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେଲା କୃଷି ଜାଗରଣ

ଆଜି ସୋମବାର ତଥା ୨୯ ଜୁନ ରୁ ଆରମ୍ଭ ହେବାକୁ ଯାଉଛି ଥାଇଲାଣ୍ଡ ଚିଂ ମାଇରେ ସପ୍ତମ ଅନ୍ତର୍ଜାତୀୟ ସମ୍ମିଳନୀ l ସରିଛି ସମସ୍ତ ପ୍ରସ୍ତୁତି l ଚାଇପାଟାନା ଫାଉଣ୍ଡେସନ୍ ଏବଂ ଅଫିସ୍ ଅଫ୍ ରୟାଲ୍ ଡେଭଲପମେଣ୍ଟ ପ୍ରୋଜେକ୍ଟ ବୋର୍ଡ (ORDPB) ଦ୍ୱାରା ଆୟୋଜିତ ଏହି ସମ୍ମିଳନୀ ପାଇଁ ICV7 ୱେବସାଇଟରେ ତୃତୀୟ ଥର ପାଇଁ ଘୋଷଣା କରାଯାଇଛି ।

Tanushree Mahapatra
Tanushree Mahapatra
Krishi jagran team participated in the 7th International Conference in Thailand

Krishi jagran team participated in the 7th International Conference in Thailand

ଆଜି ସୋମବାର ତଥା ୨୯ ଜୁନ ରୁ ଆରମ୍ଭ ହେବାକୁ ଯାଉଛି ଥାଇଲାଣ୍ଡ ଚିଂ ମାଇରେ ସପ୍ତମ ଅନ୍ତର୍ଜାତୀୟ ସମ୍ମିଳନୀ l ସରିଛି ସମସ୍ତ ପ୍ରସ୍ତୁତି l ଚାଇପାଟାନା ଫାଉଣ୍ଡେସନ୍ ଏବଂ ଅଫିସ୍ ଅଫ୍ ରୟାଲ୍ ଡେଭଲପମେଣ୍ଟ ପ୍ରୋଜେକ୍ଟ ବୋର୍ଡ (ORDPB) ଦ୍ୱାରା ଆୟୋଜିତ ଏହି ସମ୍ମିଳନୀ ପାଇଁ ICV7 ୱେବସାଇଟରେ ତୃତୀୟ ଥର ପାଇଁ ଘୋଷଣା କରାଯାଇଛି । ତେବେ ଏହି କାର୍ଯ୍ୟକ୍ରମ ପ୍ରାୟ ଚାରି ଦିନ ଧରି ଚାଲିବ ଯେଉଁଥିରେ ଅନେକ ଦେଶ ଯୋଗଦେବାର କାର୍ଯ୍ୟକ୍ରମ ରହିଛି l

ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମଟି ଉଦଘାଟିତ ହେବ l ତେବେ କାର୍ଯ୍ୟକ୍ରମର ସ୍ୱାଗତ ସମାରୋହ ଆରମ୍ଭ ଭେଟିଭର୍ ନେଟୱାର୍କ ଇଣ୍ଟରନ୍ୟାସନାଲ୍ (TVNI)ର ସଭାପତି ତଥା ଚେୟାରମ୍ୟାନ୍ ଶ୍ରୀ ଜିମ୍ ସ୍ମିଲ୍ ଙ୍କ ଦ୍ୱାରା କରାଯିବ l ICV-7 ଆୟୋଜକ କମିଟିର ଅଧ୍ୟକ୍ଷଙ୍କୁ ପ୍ରତିନିଧିତ୍ୱ କରୁଥିବା ରୟାଲ୍ ଡେଭଲପମେଣ୍ଟ ପ୍ରୋଜେକ୍ଟ ବୋର୍ଡ (ଆରଡିପିବି) ର ସେକ୍ରେଟେରୀ ଜେନେରାଲ୍ ଶ୍ରୀ ପୱତ ନାଭମାରତ୍ନାଙ୍କୁ ଉଦବୋଧନ ଦେଇ ସମାରୋହଟି ଆରମ୍ଭ ହେବ l

ଭେଟିଭର୍ ଉପରେ ଆୟୋଜିତ ସପ୍ତମ ଅନ୍ତର୍ଜାତୀୟ ସମ୍ମିଳନୀରେ ଆୱାର୍ଡ ବିତରଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ l ଯାହାକୁ ପ୍ରଧାନ କରିବେ ଚାଇପାଟାନା ଫାଉଣ୍ଡେସନ୍ ଏବଂ ଅଫିସ୍ ଅଫ୍ ରୟାଲ୍ ଡେଭଲପମେଣ୍ଟ ପ୍ରୋଜେକ୍ଟର ସେକ୍ରେଟାରୀ ଜେନେରାଲ ସୁମେଟ୍ ଟାଣ୍ଟିଭେଜ୍କୁଲ୍ l ତେବେ ୧୯୯୬ ପରଠାରୁ ଏହି The King of Thailand Vetiver Awards ପ୍ରଦାନ କରାଯାଉଛି l ଏହି ଆୱାର୍ଡ ପ୍ରତି ୪ ରୁ ୫ ବର୍ଷ ମଧ୍ୟରେ ପ୍ରଦାନ କରାଯାଇଥାଏ  l TVNI (  the Vetiver Network International  )ଆଗ୍ରହୀ ବ୍ୟକ୍ତିମାନଙ୍କୁ ଏହି ପୁରସ୍କାର ପାଇଁ ନିଜକୁ ସାମିଲ କରିବାକୁ ଆମନ୍ତ୍ରଣ କରେ ଯାହା ଭେଟିଭର୍ ସିଷ୍ଟମର ଗବେଷଣା ଏବଂ ବିକାଶ ସହିତ ଜଡିତ ରହିଛି  l

ତେବେ ଆଜି କୃଷି ଜାଗରଣ ସଂସ୍ଥା ପାଇଁ ଏକ ବଡ ଖୁସିର ଦିନ l ୨୬ ବର୍ଷ ହେବ ଏହି ସଂସ୍ଥା କୃଷି ବିକାଶରେ ନିଜକୁ ନିୟୋଜିତ ରଖିଛି l ପ୍ରାୟତଃ ୧୨ ଟି ଭାଷାରେ ପ୍ରତି ମାସ ଏହି ସଂସ୍ଥାର ପତ୍ରିକା ପ୍ରକାଶ ପାଇଥାଏ l ସେହିପରି ଏହି ସଂସ୍ଥାର ଅନ୍ୟ ଏକ ପତ୍ରିକା ହେଉଛି ଏଗ୍ରିକଲଚର ୱାର୍ଲଡ l ତେବେ ଆଗାମୀ ମାସ ଜୁନ ସଂସ୍କରଣ ପାଇଁ ପ୍ରକାଶ ହେବାକୁ ଥିବା ଏହି ପତ୍ରିକାରେ ମୁଖ୍ୟତଃ ଭେଟିବାରକୁ ଆଲୋକପାତ କରାଯାଇ ପ୍ରକାଶ କରୁଛି ଏହି ସଂସ୍ଥା l ଯାହାକୁ ଥାଇଲାଣ୍ଡ ର ଚିଂ ମାଇ ରେ ଅନୁଷ୍ଠିତ ହେବାକୁ ଥିବା ସପ୍ତମ ଅନ୍ତର୍ଜାତୀୟ ସମ୍ମିଳନୀରେ ରାଣୀ HRH ରାଜକୁମାରୀ ମହା ଚକ୍ରୀ ସିରିନ୍ଦହର୍ନଙ୍କ ଦ୍ୱାରା ରିଲିଜ କରାଯିବ l ତେବେ ସଂସ୍ଥା ପାଇଁ ଏହା ଏକ ବଡ ସଫଳତା କହିଲେ ଆତ୍ୟୁକ୍ତ ହେବ ନାହିଁ l

ଭୂମି, ଜଳ ଏବଂ ବାୟୁ ପ୍ରଦୂଷଣକୁ ଏଡ଼ାଇ ପରିବେଶର ସୁରକ୍ଷା ପାଇଁ ଭେଟିଭରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ l  ବାୟୁମଣ୍ଡଳରୁ କାର୍ବନ ଡାଇଅକ୍ସାଇଡ୍ ନେଇ ଅମ୍ଳଜାନ ଦେଇଥାଏ ଏହି ଘାସ ପ୍ରଜାତି l ଭେଟ୍ଟିୱର୍ଟ ହେଉଛି ଦାରବାଇ ଘାସ ପରିବାରର ଏକ ଉତ୍କୃଷ୍ଟ ସୁଗନ୍ଧିତ ଫସଲ l ବର୍ତ୍ତମାନ ପର୍ଯ୍ୟନ୍ତ ପରିବେଶରେ ଭେଟିଭରଙ୍କ ଅବଦାନ ଉପରେ ୩0,000 ରୁ ଅଧିକ ଗବେଷଣା କାଗଜ ସାରା ବିଶ୍ୱରେ ପ୍ରକାଶିତ ହୋଇଛି | ତାମିଲନାଡୁର ଉତ୍ତର-ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳର ଅନେକ କୃଷକ ଏହାକୁ ନିଜ ଚାଷ କାର୍ଯ୍ୟରେ ସାମିଲ କରିଛନ୍ତି l ଯଦି ଆପଣ ଏହି ଭଟିବାର ମୂଳକୁ ଏକ ମାଟି ପାତ୍ରରେ କାଟି ଏହାକୁ ଭିଜାଇ ପାଣି ପିଅନ୍ତି, ତେବେ ଅଗଣିତ ରୋଗ ଭଲ ହୋଇଯିବ l

ଏହି କାର୍ଯ୍ୟକ୍ରମରେ ଥାଇଲାଣ୍ଡର ରାଣୀ ସ୍ୱାଗତ ସମ୍ଵର୍ଦ୍ଧନା ପ୍ରଦାନ କରିବେ l ତେବେ ସେଠାରେ ଥିବା ବିଚାରପତିମାନଙ୍କ ଦ୍ୱାରସା  କୃତଜ୍ଞତାର ଟୋକେନ୍ ମଧ୍ୟ ଉପସ୍ଥାପନା କରାଯିବ l ଏହି କାର୍ଯ୍ୟକ୍ରମ ସମାରୋହରେ ଅତିଥିଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି l ୩ ଦିନ ଧରି ଚାଲିବାକୁ ଥିବା ଏହି ସମାରୋହରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ କରାଯାଇଛି l ଭଟିବାର ଏକ ପ୍ରକାର ଘାସ ପ୍ରଜାତିର ଯାହା ଉପରେ ଅନେକ ଆଲୋଚନା ପର୍ଯ୍ୟାଲୋଚନା ମଧ୍ୟ କରାଯିବ l ଆଶା କରାଯାଉଛି ଏହି ସମାରୋହ ଚାଷୀଙ୍କୁ ଏହି ଘାସ ଚାଷ କରିବା ପାଇଁ ଉତ୍ସୁକତା ପ୍ରଦାନ କରିବ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments