News

କୃଷି ସଂୟଂତ୍ର: କୃଷକଙ୍କ ପାଇଁ ତିନି ଦିନିଆ କାର୍ଯ୍ୟକ୍ରମ

ମାର୍ଚ୍ଚ ୨୫ ରୁ ୨୭ ପର୍ଯ୍ୟନ୍ତ ଓଡ଼ିଶାର ବାଲେଶ୍ୱର କୁରୁଦା ପଡ଼ିଆରେ " କୃଷି ସୟଂତ୍ର" ତିନି ଦିନିଆ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛନ୍ତି ଦିଲ୍ଲୀ ସ୍ଥିତ କୃଷି ଜାଗରଣ ସଂସ୍ଥା | ସମଗ୍ର କାର୍ଯ୍ୟକ୍ରମରେ, ଅଂଶଗ୍ରହଣ କାରୀମାନେ ଗୁଣାତ୍ମକ ଉତ୍ପାଦନ, ବଜାରର ଉପଲବ୍ଧତା ବୃଦ୍ଧି, କୃଷି କ୍ଷେତ୍ରରେ ନୂତନ ପ୍ରଯୁକ୍ତିବିଦ୍ୟା ଏବଂ କୃଷକମାନଙ୍କୁ ସହାୟତା କରିବାରେ ସରକାରଙ୍କ ଭୂମିକା ଭଳି ବିଭିନ୍ନ ସେମିନାର ଏବଂ ଅଧିବେଶନରେ ଯୋଗ ଦେଇ ଅନେକ ଜାଣିବାର ସୁବିଧା ସୁଯୋଗ ପାଇବେ l

18 March, 2023 4:06 PM IST By: Tanushree Mahapatra

ମାର୍ଚ୍ଚ ୨୫ ରୁ ୨୭ ପର୍ଯ୍ୟନ୍ତ ଓଡ଼ିଶାର ବାଲେଶ୍ୱର କୁରୁଦା ପଡ଼ିଆରେ " କୃଷି ସୟଂତ୍ର" ତିନି ଦିନିଆ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛନ୍ତି ଦିଲ୍ଲୀ ସ୍ଥିତ କୃଷି ଜାଗରଣ ସଂସ୍ଥା | ସମଗ୍ର କାର୍ଯ୍ୟକ୍ରମରେ, ଅଂଶଗ୍ରହଣ କାରୀମାନେ ଗୁଣାତ୍ମକ ଉତ୍ପାଦନ, ବଜାରର ଉପଲବ୍ଧତା ବୃଦ୍ଧି, କୃଷି କ୍ଷେତ୍ରରେ ନୂତନ ପ୍ରଯୁକ୍ତିବିଦ୍ୟା ଏବଂ କୃଷକମାନଙ୍କୁ ସହାୟତା କରିବାରେ ସରକାରଙ୍କ ଭୂମିକା ଭଳି ବିଭିନ୍ନ ସେମିନାର ଏବଂ ଅଧିବେଶନରେ ଯୋଗ ଦେଇ ଅନେକ ଜାଣିବାର ସୁବିଧା ସୁଯୋଗ ପାଇବେ l

ଓଡ଼ିଶାର କୃଷି ଶିଳ୍ପକୁ ଆତ୍ମନିର୍ଭରଶୀଳ କରିବାରେ କୃଷକଙ୍କ ଦକ୍ଷତା ବୃଦ୍ଧି କରିବାକୁ କୃଷି ସ୍ୱୟଂତ୍ର କୃଷି ମେଳାର ଲକ୍ଷ୍ୟ  । ମାର୍ଚ୍ଚ ୨୫ ରେ ଏକ ବିଶାଳ ଉଦ୍ଘାଟନୀ ଉତ୍ସବ ସହିତ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ, ଯେଉଁଥିରେ ଭାରତୀୟ କୃଷି କ୍ଷେତ୍ରରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସମେତ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ପଶୁପାଳନ ମନ୍ତ୍ରୀ ପୁରୁଷତ୍ତମ ରୁପାଲା, ଭାରତର ଦୁଗ୍ଧ ଏବଂ ମତ୍ସ୍ୟଜୀବୀ ତଥା ସାଂସଦ ସଦସ୍ୟ ପ୍ରତାପ ଚନ୍ଦ୍ର ସାରଙ୍ଗୀ ଯୋଗ ଦେବା ଭଳି କାର୍ଯ୍ୟକ୍ରମ ରହିଛି । ବ୍ୟବସାୟ ପ୍ରଦର୍ଶନୀ, ଗଣମାଧ୍ୟମର ପାରସ୍ପରିକ କ୍ରିୟା, କୃଷକ ସୁବିଧା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମଧ୍ୟ ପାଇବେ ଚାଷୀ |

ତେବେ ମାର୍ଚ୍ଚ ମାସରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ହେଉଛି "Explore the Unexplored Agri Odisha", ଏହି ଉଦ୍ଦେଶ୍ୟରେ ‘କୃଷି ଜାଗରଣ’ ସଂସ୍ଥା ଓଡିଶାରେ କୃଷି ଅଭିବୃଦ୍ଧିକୁ ଉତ୍ସାହିତ ତଥା ପ୍ରୋତ୍ସାହିତ କରିବା ପାଇଁ ଯୋଜନା କରିଛି ।ଏହି କାର୍ଯ୍ୟକ୍ରମରେ କୃଷି ତଥା କୃଷି ସହିତ ଜଡିତ ସମସ୍ତ ଅଧିକାରୀଙ୍କୁ ଏକତ୍ରିତ କରିବା ଏହାର ଲକ୍ଷ ।  ସମଗ୍ର କାର୍ଯ୍ୟକ୍ରମରେ, ଗୁଣାତ୍ମକ ଉତ୍ପାଦନ, ବଜାରକୁ ଉପଲବ୍ଧତା ବୃଦ୍ଧି, କୃଷି କ୍ଷେତ୍ରରେ ନୂତନ ପ୍ରଯୁକ୍ତିବିଦ୍ୟା ଏବଂ କୃଷକମାନଙ୍କୁ ସହାୟତା କରିବାରେ ସରକାରଙ୍କ ଭୂମିକା ଭଳି ବିଷୟ ଉପରେ ପର୍ଯ୍ୟବେସିତ ବିଭିନ୍ନ ସେମିନାର ଏବଂ ଅଧିବେଶନରେ ଉପସ୍ଥିତ କରାଯିବ । ଏହି କାର୍ଯ୍ୟକ୍ରମ କୃଷକମାନଙ୍କୁ ସେମାନଙ୍କର ଅଭିଜ୍ଞତା ଏବଂ ଶିଳ୍ପରେ ଥିବା ଅନ୍ୟ ବୃତ୍ତିଗତ ମାନଙ୍କ ସହ ଯୋଡିହେବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି |

ଏହି ମେଳାରେ କୃଷି ସମ୍ପ୍ରଦାୟର ସପକ୍ଷରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ବହୁ କୃଷି ବୈଜ୍ଞାନିକ, ଇଞ୍ଜିନିୟର୍ ଏବଂ ଟେକ୍ନୋକ୍ରାଟ୍ ଯୋଗଦେବେ ଯାହା ସହିତ କୃଷକ ମାନେ ନିଜର ଅସୁବିଧା ବିଷୟରେ ଆଲୋଚନା କରିପାରିବେ । ଓଡିଶାର କୃଷକ ସମ୍ପ୍ରଦାୟ ସମ୍ମୁଖୀନ ହେଉଥିବା ଆହ୍ୱାନକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ବିଶେଷ ମହତ୍ତ୍ୱପୂର୍ଣ୍ଣ ଅଟେ । ସମଗ୍ର କାର୍ଯ୍ୟକ୍ରମରେ, ଗୁଣାତ୍ମକ ଉତ୍ପାଦନ, ବଜାରକୁ ଉପଲବ୍ଧତା ବୃଦ୍ଧି, କୃଷି କ୍ଷେତ୍ରରେ ନୂତନ ପ୍ରଯୁକ୍ତିବିଦ୍ୟା ଏବଂ କୃଷକମାନଙ୍କୁ ସହାୟତା କରିବାରେ ସରକାରଙ୍କ ଭୂମିକା ଭଳି ବିଷୟ ଉପରେ ପର୍ଯ୍ୟବେସିତ ବିଭିନ୍ନ ସେମିନାର ଏବଂ ଅଧିବେଶନରେ ଉପସ୍ଥିତ ରହିପାରିବେ। ଏହି କାର୍ଯ୍ୟକ୍ରମ କୃଷକମାନଙ୍କୁ ସେମାନଙ୍କର ଅଭିଜ୍ଞତା ବାଣ୍ଟିବା ଏବଂ ଶିଳ୍ପରେ ଥିବା ଅନ୍ୟ ବୃତ୍ତିଗତମାନଙ୍କ ସହ ଯୋଡିହେବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି |

‘କୃଷି ଜାଗରଣ’(Krishi Jagran) ସଂସ୍ଥା ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏହାର ଲକ୍ଷ ଦେଶର କୃଷି କ୍ଷେତ୍ରକୁ ତୁଳନାତ୍ମକ ଭାବେ ସମୃଦ୍ଧ, ସୁଦୃଢ଼ କରିବା । ଭାରତ ଭଳି କୃଷି ପ୍ରଧାନ ଦେଶରେ କୃଷକମାନେ କିପରି ସବୁ କ୍ଷେତ୍ରରେ ସଶକ୍ତ ହୋଇପାରିବେ ସେ ନେଇ ଆମେ ପ୍ରଚାର ପ୍ରସାର କରିଥାଉ ।ଏଥି ସହ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସରକାରୀ ଯୋଜନା ଓ ସରକାରୀ ସୁବିଧା ସୁଯୋଗ ସହ ଚାଷୀ ଭାଇମାନଙ୍କୁ ପରିଚିତ କରାଇବା ଓ ଏହାର କାର୍ଯ୍ୟକାରିତା,ଫାଇଦା ସମ୍ପର୍କରେ ମଧ୍ୟ କୃଷକଙ୍କୁ ଜାଗୃତ କରିବା ସର୍ବଦା ‘କୃଷି ଜାଗରଣ’ର ଉଦେଶ୍ୟ ରହି ଆସିଛି ।ତେଣୁ ଏଭଳି ଏକ ଉଦେଶ୍ୟ ନେଇ ବାଲେଶ୍ୱରରେ କୃଷି ଜାଗରଣ ‘କୃଷି ସୟଂତ୍ର’ ଭଳି ଏକ ମହତ୍ତ୍ୱ ଓ ବୃହତ୍ତ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଯାଉଛି ।

ରାଜ୍ୟର ସମସ୍ତ କୃଷିଙ୍କୁ ଏକାଠି କରିବ ‘କୃଷି ସଂୟଂତ୍ର’

କୃଷକଙ୍କ ପାଇଁ ସୂବର୍ଣ୍ଣ ସୁଯୋଗ ଆଣିଦେବ ‘କୃଷି ସଂୟଂତ୍ର’ , ଜାଣନ୍ତୁ ଏହା କ’ଣ....

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)