1. କୃଷି ଖବର

କୃଷକଙ୍କ ପାଇଁ ସୂବର୍ଣ୍ଣ ସୁଯୋଗ ଆଣିଦେବ ‘କୃଷି ସଂୟଂତ୍ର’ , ଜାଣନ୍ତୁ ଏହା କ’ଣ....

ଦେଶର ଅର୍ଥ ବ୍ୟବସ୍ଥାର ସୁଦୃଢ଼ୀକରଣରେ କୃଷିର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଆମ ଦେଶର ପ୍ରାୟ ୬୦ ପ୍ରତିଶତ ଲୋକ କୃଷି(Agriculture) ଉପରେ ନିର୍ଭରଶୀଳ । ତେଣୁ କୃଷି କ୍ଷେତ୍ରରେ ଉତ୍ପାଦନ କ୍ଷମତା ବୃଦ୍ଧି କରିବାକୁ ହେଲେ କୃଷକଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଯୋଗାଇ ଦେବା ସହ ଅତ୍ୟାଧୁନିକ କୃଷି ଜ୍ଞାନକୌଶଳ ସହ ସେମାନଙ୍କୁ ପରିଚିତ କରାଇବା ନିତ୍ୟାନ୍ତ ଆବଶ୍ୟକ । ଯାହା ଦ୍ୱାରା କୃଷି କ୍ଷେତ୍ରରେ ମନ ବଳାଉଥିବା ଯୁବପିଢ଼ୀ (Youth) ଓ କୃଷି ଭାଇ, ଭଉଣୀମାନଙ୍କୁ ଯଥେଷ୍ଟ ପ୍ରୋତ୍ସାହନ ମିଳିପାରିବ ।

Priyambada Rana
Priyambada Rana
‘Krishi Jagran’ going to Organize ‘Krishi Sanyanta’ Program

‘Krishi Jagran’ going to Organize ‘Krishi Sanyanta’ Program

ଦେଶର ଅର୍ଥ ବ୍ୟବସ୍ଥାର ସୁଦୃଢ଼ୀକରଣରେ କୃଷିର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ।  ଆମ ଦେଶର ପ୍ରାୟ ୬୦ ପ୍ରତିଶତ ଲୋକ କୃଷି(Agriculture) ଉପରେ ନିର୍ଭରଶୀଳ । ତେଣୁ କୃଷି କ୍ଷେତ୍ରରେ ଉତ୍ପାଦନ କ୍ଷମତା ବୃଦ୍ଧି କରିବାକୁ ହେଲେ କୃଷକଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଯୋଗାଇ ଦେବା ସହ ଅତ୍ୟାଧୁନିକ କୃଷି ଜ୍ଞାନକୌଶଳ ସହ ସେମାନଙ୍କୁ ପରିଚିତ କରାଇବା ନିତ୍ୟାନ୍ତ ଆବଶ୍ୟକ । ଯାହା ଦ୍ୱାରା କୃଷି କ୍ଷେତ୍ରରେ ମନ ବଳାଉଥିବା ଯୁବପିଢ଼ୀ (Youth) ଓ କୃଷି ଭାଇ, ଭଉଣୀମାନଙ୍କୁ ଯଥେଷ୍ଟ ପ୍ରୋତ୍ସାହନ ମିଳିପାରିବ ।

ଏଥିପାଇଁ କୃଷି ଓ କୃଷକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଅନେକ ଯୋଜନାମାନ ପ୍ରଣୟନ କରିଆସୁଛନ୍ତି ଏବଂ ସେହି ଯୋଜନା ଗୁଡ଼ିକର କିପରି ସଫଳ ରୂପାୟନ କରାଯାଇପାରିବ ସେ ନେଇ କୃଷି ସମ୍ବନ୍ଧିତ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମରେ ସରକାର ସହଯୋଗର ହାତ ମଧ୍ୟ ବଢ଼ାଉଥିବା ଦେଖିବାକୁ ମିଳୁଛି ।

ଓଡ଼ିଶା ଭଳି ଏକ କୃଷି ପ୍ରଧାନ ରାଜ୍ୟରେ ଚାଷ ହେଉଛି ଅଧିକାଂଶ ଓଡ଼ିଆଙ୍କ ପ୍ରଧାନ ଜୀବିକା । କୃଷି ମାଧ୍ୟମରେ ଚାଷୀ ଭାଇମାନେ କିପରି ଅଧିକ ଲାଭାନ୍ୱିତ ହୋଇପାରିବେ, ନୂଆ ନୂଆ ଜ୍ଞାନ କୌଶଳ ମାଧ୍ୟମରେ କୃଷିକୁ କିପରି ଲାଭଦାୟକ ବୃତ୍ତିରେ ପରିଣତ କରାଇପାରିବେ ସେ ନେଇ ଆସନ୍ତା ମାର୍ଚ୍ଚ ମାସ ୨୫ ଓ ୨୬ ତାରିଖରେ ‘କୃଷି ଜାଗରଣ’ ଆନୁକୂଲ୍ୟରେ ‘କୃଷି ସଂୟଂତ୍ର’(Krishi Sanyantra) ନାମକ ଏକ ମେଳା ଅନୁଷ୍ଠିତ ହେବାକୁ ଯାଉଛି ।ଏହା ମେଳାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବିଶେଷ କରି ବାଲେଶ୍ୱର ବିଭିନ୍ନ ଅଞ୍ଚଳରୁ ଚାଷୀ ଭାଇ, କୃଷି ବୈଜ୍ଞାନିକ, କୃଷି ଇଞ୍ଜିନିୟର ଓ କୃଷି ଅଧିକାରୀମାନେ ଯୋଗ ଦେବେ।

‘କୃଷି ଜାଗରଣ’(Krishi Jagran) ସଂସ୍ଥା ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏହାର ଲକ୍ଷ ଦେଶର କୃଷି କ୍ଷେତ୍ରକୁ ତୁଳନାତ୍ମକ ଭାବେ ସମୃଦ୍ଧ, ସୁଦୃଢ଼ କରିବା । ଭାରତ ଭଳି କୃଷି ପ୍ରଧାନ ଦେଶରେ କୃଷକମାନେ କିପରି ସବୁ କ୍ଷେତ୍ରରେ ସଶକ୍ତ ହୋଇପାରିବେ ସେ ନେଇ ଆମେ ପ୍ରଚାର ପ୍ରସାର କରିଥାଉ ।ଏଥି ସହ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସରକାରୀ ଯୋଜନା ଓ ସରକାରୀ ସୁବିଧା ସୁଯୋଗ ସହ ଚାଷୀ ଭାଇମାନଙ୍କୁ ପରିଚିତ କରାଇବା ଓ ଏହାର କାର୍ଯ୍ୟକାରିତା,ଫାଇଦା ସମ୍ପର୍କରେ ମଧ୍ୟ କୃଷକଙ୍କୁ ଜାଗୃତ କରିବା ସର୍ବଦା ‘କୃଷି ଜାଗରଣ’ର ଉଦେଶ୍ୟ ରହି ଆସିଛି ।ତେଣୁ ଏଭଳି ଏକ ଉଦେଶ୍ୟ ନେଇ ବାଲେଶ୍ୱରରେ କୃଷି ଜାଗରଣ ‘କୃଷି ସୟଂତ୍ର’ ଭଳି ଏକ ମହତ୍ତ୍ୱ ଓ ବୃହତ୍ତ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଯାଉଛି ।

ଏହି ପ୍ରଦର୍ଶନୀ ଓଡିଶାର କୃଷି ଏବଂ ସହଯୋଗୀ କ୍ଷେତ୍ରକୁ ଉତ୍ସାହିତ କରିବ ଏବଂ ବାଲେଶ୍ୱର ଜିଲ୍ଲାର କୃଷିକ୍ଷେତ୍ରକୁ ଆହୁରି ସୁଦୃଢ କରିବ l  ସରକାରୀ ସଂଗଠନ, କୃଷି ଉଦ୍ୟୋଗୀ, ଉତ୍ପାଦକ, ମତ୍ସ୍ୟ କମ୍ପାନୀ, କୁକୁଡ଼ା ଏବଂ ପଶୁପାଳନ(Animal Husbandry).କୃଷି କ୍ଷେତ୍ର, ଡିଲର, ବିତରକ, ବୈଜ୍ଞାନିକ, ଆସୋସିଏସନ୍, ଏଗ୍ରି-ଷ୍ଟାର୍ଟଅପ୍ କମ୍ପାନୀ , ଜୈବିକକୃଷି କମ୍ପାନୀ ଏବଂ ଅନ୍ୟାନ୍ୟ କୃଷି ଏବଂ ସହଯୋଗୀ ସଂଗଠନ ସହିତ ଏହି କାର୍ଯ୍ୟକ୍ରମ କୃଷକମାନଙ୍କ ପାଇଁ ଏକ ଉଚିତ ପ୍ଲାଟଫର୍ମ ହେବ l

ତେବେ ମାର୍ଚ୍ଚ ମାସରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ହେଉଛି "Explore the Unexplored Agri Odisha", ଏହି ଉଦ୍ଦେଶ୍ୟରେ ‘କୃଷି ଜାଗରଣ’ ସଂସ୍ଥା ଓଡିଶାରେ କୃଷି ଅଭିବୃଦ୍ଧିକୁ ଉତ୍ସାହିତ ତଥା ପ୍ରୋତ୍ସାହିତ କରିବା ପାଇଁ ଯୋଜନା କରିଛି ।ଏହି କାର୍ଯ୍ୟକ୍ରମରେ କୃଷି ତଥା କୃଷି ସହିତ ଜଡିତ ସମସ୍ତ ଅଧିକାରୀଙ୍କୁ ଏକତ୍ରିତ କରିବା ଏହାର ଲକ୍ଷ । ଏହି କାର୍ଯ୍ୟକ୍ରମ ଓଡିଶାର କୃଷକମାନଙ୍କୁ ତଥା ଏହି କାର୍ଯ୍ୟକ୍ରମ ମାଧ୍ୟମରେ କୃଷକମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସହାୟତା ପ୍ରଦାନ କରାଯାଇପାରିବ ଯାହା କୃଷି କ୍ଷେତ୍ରରେ ନୂତନ ପ୍ରଯୁକ୍ତିବିଦ୍ୟା, ସ୍ୱୟଂଚାଳିତ ଏବଂ ଉଦ୍ଭାବନ ବିଷୟରେ କୃଷକଙ୍କୁ ଅଧିକ ସୂଚନା ପ୍ରଦାନ କରିବ l ଏହି କାର୍ଯ୍ୟକ୍ରମରେ କୃଷକମାନଙ୍କୁ ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରଣାଳୟର ଯୋଜନା ବିଷୟରେ ସଚେତନ କରାଯିବ ।ଏଥି ସହି ଆମେ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଯେ ୨୦୨୩ ବର୍ଷକୁ ‘ଆନ୍ତର୍ଜାତୀୟ ମିଲେଟ ବର୍ଷ’ ଭାବେ ଘୋଷିତ କରାଯାଇଛି, ଅଧିକ ମିଲେଟ ଉତ୍ପାଦନକାରୀ ଦେଶ ଭାବେ ଭାରତ ଏହାର ପ୍ରଚାର ପ୍ରସାରର ନେତୃତ୍ୱ ନେଇଛି । ସେଥିପାଇଁ ଆମେ ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ମିଲେଟର ପ୍ରଚାର କରିବା ପାଇଁ ମଧ୍ୟ ଲକ୍ଷ ରଖାଯାଇଛି।

ଏବେ ଶସ୍ତାରେ କିଣନ୍ତୁ କୃଷି ଉପକରଣ: ମେଗା କୃଷି ଯନ୍ତ୍ରପାତି ମେଳା

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments