1. କୃଷି ଖବର

ଏବେ ଶସ୍ତାରେ କିଣନ୍ତୁ କୃଷି ଉପକରଣ: ମେଗା କୃଷି ଯନ୍ତ୍ରପାତି ମେଳା

ରାଜ୍ୟ ସରକାରଙ୍କ କୃଷି ଓ ସଶକ୍ତିକରଣ ବିଭାଗ ,ରାୟଗଡ ଅନୁକୂଲ୍ୟରେ ଜି.ସି.ଡି ପଡ଼ିଆ ରାୟଗଡ ଠାରେ ତା.02.02.2023ରିଖ ଠାରୁ ତା.05.02.2023ରିଖ ପର୍ଯ୍ୟନ୍ତ (ମୋଟ 4 ଦିନ) ରାୟଗଡ ଜିଲ୍ଲାର ଚାଷୀ ଭାଇ ଓ ଭଉଣୀମାନଙ୍କର କୃଷିକାର୍ଯ୍ୟ ନିମନ୍ତେ ବ୍ୟବହୃତ ହେଉଥିବା ସମସ୍ତ ପ୍ରକାର କୃଷି ଯନ୍ତ୍ରପାତି ସରକାରୀ ରିହାତି ମୂଲ୍ୟରେ ଯୋଗାଇଦେବା ପାଇଁ ଏକ ମେଗା କୃଷି ଯନ୍ତ୍ରପାତି ମେଳା ଆୟୋଜନ କରାଯାଉଛି ।

Sudesna Nayak
Sudesna Nayak

ଆପଣମାନଙ୍କ ପାଇଁ ଏକ ସୁବର୍ଣ୍ଣ  ସୁଯୋଗ । ରାଜ୍ୟସରକାର ସବୁବେଳେ ଚାଷୀ ଭାଇ ଓ ଭଉଣୀ ମାନଙ୍କର ବିକାଶ ପାଇଁ ସର୍ବଦା ଅନବରତ ପ୍ରୟାସ କରିଥାନ୍ତି । ଉନ୍ନତ କୃଷି ଯନ୍ତ୍ରପାତି,ବିହନ ,ସାର, ନୂଆ ଜ୍ଞାନ କୌଶଳ ସହଜରେ ଯେମିତି ରାଜ୍ୟର ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ସହଜରେ ଉପଲବ୍ଧ ହବ, ସେଥିପାଇଁ ଓଡିଶା ସରକାରଙ୍କ ଦ୍ୱାରା କରାଯାଇଥିବା ପ୍ରଚେଷ୍ଟା ସଦା ସର୍ବଦା ପ୍ରସଂଶଯୋଗ୍ୟ । 

ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ କୃଷି ଓ ସଶକ୍ତିକରଣ ବିଭାଗ ,ରାୟଗଡାଙ୍କ ଅନୁକୂଲ୍ୟରେ ଜି.ସି.ଡି ପଡ଼ିଆ ରାୟଗଡା ଠାରେ ତା.02.02.2023ରିଖ ଠାରୁ ତା.05.02.2023ରିଖ  ପର୍ଯ୍ୟନ୍ତ (ମୋଟ 4 ଦିନ) ରାୟଗଡା ଜିଲ୍ଲାର ଚାଷୀ ଭାଇ ଓ ଭଉଣୀମାନଙ୍କର କୃଷିକାର୍ଯ୍ୟ ନିମନ୍ତେ ବ୍ୟବହୃତ ହେଉଥିବା ସମସ୍ତ ପ୍ରକାର କୃଷି ଯନ୍ତ୍ରପାତି ସରକାରୀ ରିହାତି ମୂଲ୍ୟରେ ଯୋଗାଇଦେବା ପାଇଁ ଏକ ମେଗା କୃଷି ଯନ୍ତ୍ରପାତି ମେଳା ଆୟୋଜନ କରାଯାଉଛି ।

ଏହି ମେଳାରେ ସମସ୍ତ କୃଷି ଯନ୍ତ୍ରପାତି ଉତ୍ପାଦନକାରୀ ସଂସ୍ଥା, ବିତରଣକାରୀ ସଂସ୍ଥା,ବିଭିନ୍ନ ବିଭାଗୀୟ ଅଧିକାରୀ,ଅନ୍ୟ କର୍ମଚାରୀ ଉପସ୍ଥିତ ରହି କୃଷିକାର୍ଯ୍ୟ ନିମନ୍ତେ ଆବଶ୍ୟକ ହେଉଥିବା ସମସ୍ତ ପ୍ରକାରର ଯନ୍ତ୍ରପାତି,ଉପକରଣ ,ରିହାତି ମୂଲ୍ୟରେ ଯୋଗାଇଦେବାର ବ୍ୟବସ୍ଥା ରହିଛି । ଏହି ମେଳାରେ ଚାଷୀଭାଇ ଓ ଭଉଣୀମାନଙ୍କୁ କୃଷି କାର୍ଯ୍ୟରେ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତିର ଆବଶ୍ୟକତା,ବ୍ୟବହାର,ରକ୍ଷଣାବେକ୍ଷଣା ଓ ସରକାରୀ ରିହାତି ସମ୍ବଦ୍ଧରେ ତାଲିମ/ପାଠଶାଳା ମାଧ୍ୟମରେ ସଚେତନ କରାଯିବ । ଏତତ ବ୍ୟତୀତ ମେଳାରେ ସରକାରଙ୍କ ତରଫରୁ ବିଭିନ୍ନ କୃଷି ଯନ୍ତ୍ରପାତି ପ୍ରଦର୍ଶନର ମଧ୍ୟ ବ୍ୟବସ୍ଥା କରାଯାଇଛି ।

ଏଣୁ ଆପଣମାଙ୍କୁ ବିନମ୍ର ଅନୁରୋଧ ,ଆପଣମାନେ ଉକ୍ତ ମେଳାରେ ବିପୁଳ ସଂଖ୍ୟାରେ ଯୋଗଦେଇ ଆବଶ୍ୟକୀୟ କୃଷି ଯନ୍ତ୍ରପାତି /ଉପକରଣ ସରକାରୀ ରିହାତି ମୂଲ୍ୟରେ କିଣିବାର ସୁଯୋଗ ନିଅନ୍ତୁ ।

                                                                                                                          ନିବେଦକ

                                                                ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ,ରାୟଗଡ଼ା

(କୃଷକ ଓଡ଼ିଶା, ଗୋ ସୁଗମ (Go Sugam) ରେ ରେଜିଷ୍ଟ୍ରି ଭୁକ୍ତ ଓ କୃଷକ ପରିଚୟ ପ୍ରାପ୍ତ ଚାଷୀ ଭାଇ ଓଭଉଣୀମାନେ ହିଁ ଆବେଦନ କରିବା ପାଇଁ ଯୋଗ୍ୟ ଅଟନ୍ତି l )

ମୁଁ  https://sugam.odisha.gov.in (Go Sugam Portal) ମାଧ୍ୟମରେ ନିଜର ବୈଧ ପରିଚୟ ପତ୍ର କୃଷକ ପରିଚୟ ପତ୍ର ଓ ରେଜିଷ୍ଟ୍ରିଭୁକ୍ତ ମୋବାଇଲ୍ ନଂ ଦେଇ ଲଗ-ଇନ୍ Log-in କରିବି । ତାପରେ ମୁଁ "Subsidy for porcurement of farmmachinery and implements" ତାଲିମକୁ  ଚୟନ କରି ନିଜର ଆବଶ୍ୟକ ମୁତାବକ କୃଷିଯନ୍ତ୍ରପାତି / ଉପକରଣ ଗୁଡ଼ିକୁ booking ସଂରକ୍ଷଣ କରିବି l

ସେହି କୃଷିଯନ୍ତ୍ରପାତି /ଉପକରଣ ପାଇଁ ମୁଁ ତଥା ମୋର ପରିବାରର କୌଣସି ସଦସ୍ୟ ପୂର୍ବକୁ ସରକାରୀ ରିହାତି ନେଇନାହିଁ ବୋଲି ଅନଲାଇନ ଆବେଦନରେ ମୋତେ ଘୋଷଣାନାମା ଦେବାକୁ ପଡିବ l ଚୟନ କରିଥିବା କୃଷି ଯନ୍ତ୍ରପାତିକୁ ନିର୍ଦ୍ଧାରିତ ବର୍ଷ /ସମୟ ପର୍ଯ୍ୟନ୍ତ ନିଜ ଜିମାରେ ରଖିବାକୁ ମଧ୍ୟ ଅନଲାଇନରେ ଘୋଷଣାନାମା ଦେବାକୁ ପଡିବ l

ଏହି booking/ ସଂରକ୍ଷଣ ୧୫ ଦିନ ପାଇଁ ବୈଧ ଅଟେ । ସେହି ସମୟ ମଧ୍ୟରେ ମୋତେ ମୋର ଇଚ୍ଛା ମୁତାବକ କୃଷିଯନ୍ତ୍ରପାତି /ଉପକରଣର ନିର୍ମାତା ( Make) / ମଡେଲ ( Model) ଓ ବିକ୍ରେତା (Dealer) ଚୟନ କରିବି । ଚୟନ କରିଥିବା କୃଷିଯନ୍ତ୍ରପାତି / ଉପକରଣର ଦେୟ ବାବଦକୁ ନିଜସ୍ବ ଅର୍ଥ କିମ୍ବା ଋଣ ପ୍ରଣାଳୀକୁ ସ୍ଥିର କରି

https://odishafarmmachinery.nic.in ପୋର୍ଟାଲ  (Portal) ରୁ  ଓଟିପି (OTP) ଜରିଆରେ ଅନୁମତି ପତ୍ର (Permit order) ବାହାର କରିବି । ଅନୁମତି ପତ୍ର (Permit order)ର ବୈଧତା ଯଥାକ୍ରମେ ୪୫ ଦିନ (ନିଜସ୍ବ ଅର୍ଥ) / ୬୦ ଦିନ (ବ୍ୟାଙ୍କ୍ ଋଣ) ପାଇଁ ଅଟେ । ଚୟନ କରିଥିବା କୃଷିଯନ୍ତ୍ରପାତି |/ଉପକରଣର ପ୍ରଯୁଜ୍ୟ ସହାୟତା ରାଶି ଅନୁମତି ପତ୍ର (Permit order)ରେ ସୂଚିତ ହୋଇଅଛି।

ନିଜସ୍ବ ଅର୍ଥରେ କିଣୁ ଥିବା କୃଷିଯନ୍ତ୍ରପାତି ପାଇଁ - ଅନୁମତି ପତ୍ର (Permit order) ଦର୍ଶିତ ସଂପୂର୍ଣ୍ଣ ମୂଲ୍ୟ (Full Cost) କୁ ନିଜର କୃଷକ ପରିଚୟ ପତ୍ରରେ ରେଜିଷ୍ଟ୍ରିଭୁକ୍ତ ବ୍ୟାଙ୍କ୍ ଜମା ଖାତାରୁ Payment Gateway ମାଧ୍ୟମରେ କୃଷି ଓ ଖାଦ୍ୟ ନିର୍ଦ୍ଦେଶକଙ୍କ ଜମାଖାତାକୁ ହସ୍ତାନ୍ତର କରିବି । ଏହି ଦେୟ (e- challan) / Net Banking ମାଧ୍ୟମରେ ହୋଇପାରିବ ।

ବ୍ୟାଙ୍କ ଋଣ ମାଧ୍ୟମରେ ଯନ୍ତ୍ରପାତି ପାଇଁ - ମୁଁ ମୋର ଋଣ ପାଇଥିବା ବ୍ୟାଙ୍କକୁ ବିତରଣ ନିର୍ଦ୍ଦେଶ (Delivery order) ଆଣି ବିକ୍ରେତା (Dealer) ଙ୍କ ପାଖେ ଦାଖଲ କରିବି । ଯଦି ଋଣର ପରିମାଣ ଅନୁମତି ପତö (Permit order) ଦର୍ଶିତ ମୂଲ୍ୟଠାରୁ ଉଣା ହୋଇଥାଏ, ତାହାହେଲେ ଅବଶିଷ୍ଟ ଅର୍ଥ (Payment gateway) ମାଧ୍ୟମରେ (e-challan) / Net BankingÞ ଜରିଆରେ କୃଷି ଓ ଖାଦ୍ୟ ନିର୍ଦ୍ଦେଶକଙ୍କ ଜମାଖାତାକୁ ହସ୍ତାନ୍ତର କରିବି ।

ତତ୍ପରେ ମୋତେ କୃଷିଯନ୍ତ୍ରପାତି ଆଣିବା ପାଇଁ ଚୟନ କରିଥିବା ବିକ୍ରେତା (Dealer) ଙ୍କ ସହ ଯୋଗାଯୋଗ କରିବି ।

ମୁଁ ବିକ୍ରେତା (Dealer) ଙ୍କ ଠାରୁ କୃଷିଯନ୍ତ୍ରପାତି ଓ ତତ୍ ସଂଲଗ୍ନ ବିଲ୍, କାଗଜପତ୍ର, ପ୍ରତିଶୃତି ପତ୍ର (Guarantee Card) ଏବଂ ବ୍ୟବହାର ପୁସ୍ତିକା (User Manual) ଇତ୍ୟାଦି ଗ୍ରହଣ କରିବି । ବିକ୍ରେତା (Dealer) mobile app ମାଧ୍ୟମରେ ମୋ ସହ କିଣିଥିବା କୃଷୀଯନ୍ତ୍ରପାତିର ଫୋଟୋ ଉଠାଇବେ l

ସେହି ଫଟୋକୁ ବିକ୍ରେତା (Dealer) odishafarmmachinery website କୁ ପଠାଇବେ ।

ପୂର୍ବ ବର୍ଣିତ କାର୍ଯ୍ୟମାନଙ୍କର ସଠିକ ସମ୍ପାଦନ ପରେ ମୋ କୃଷକ ପରିଚୟ ପତ୍ରରେ ରେଜିଷ୍ଟ୍ରୀଭୁକ୍ତ ବ୍ୟାଙ୍କ ଜମା ଖାତାକୁ ରିହାତି ଅନୁଦାନ ରାଶି ଆସିବ ।

ଅଧିକ ସୂଚନା ପାଇଁ ନିଜ ଅଞ୍ଚଳ ସହକାରୀ କୃଷି ଯନ୍ତ୍ରୀ / ସହକାରୀ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ

                         କୃଷି କୃଷକ ସଶକ୍ତି କରଣ ବିଭାଗ ,ଓଡିଶା

ସୁବର୍ଣ୍ଣ କୃଷି ମେଳା ୨୦୨୨; ଏକ ବୃହତ୍ତ କୃଷକ ସମ୍ମିଳନୀ

ଉତ୍କଳ କୃଷି ମେଳା୨୦୨୨; ଏକ ବୃହତ୍ତ କୃଷକ ସମ୍ମିଳନୀ,ଗୋଟିଏ ମଞ୍ଚରେ ବହୁ କୃଷକଙ୍କୁ ଯୋଡିବାର ଏକ ବଡ ସୁଯୋଗ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments