1. କୃଷି ଖବର

ଉତ୍କଳ କୃଷି ମେଳା୨୦୨୨; ଏକ ବୃହତ୍ତ କୃଷକ ସମ୍ମିଳନୀ,ଗୋଟିଏ ମଞ୍ଚରେ ବହୁ କୃଷକଙ୍କୁ ଯୋଡିବାର ଏକ ବଡ ସୁଯୋଗ

ଆରମ୍ଭ ହେବ ଓଡିଶାର ବୃହତ୍ତମ କୃଷି ସମ୍ମିଳନୀ ଏବଂ ସେମିନାର ଉତ୍କଳ କୃଷି ମେଳା-୨୦୨୨ ।

Sudesna Nayak
Sudesna Nayak

ଗଜପତି: ଆରମ୍ଭ ହେବ ଓଡିଶାର ବୃହତ୍ତମ କୃଷି ସମ୍ମିଳନୀ ଏବଂ ସେମିନାର ଉତ୍କଳ କୃଷି ମେଳା-୨୦୨୨ । ଆସନ୍ତା ବର୍ଷ ମାର୍ଚ୍ଚ ୧୦ ରୁ ୧୧ ଦୁଇ ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ । ଏଥିରେ କୃଷି ଏବଂ କୃଷିଭିତ୍ତିକ ଉନ୍ନତି କ୍ଷେତ୍ରରେ ବିଶେଷ ଆଲୋଚନା କରାଯିବ । ଯେଉଁଠି ଏକାଠି ହେବେ ଏକାଧିକ କୃଷକ ।

ସମସ୍ତ ପ୍ରକାର କୃଷିଗତ ସମସ୍ୟାର ନିରାକରଣ ପାଇଁ ସୁଯୋଗ ସୃଷ୍ଟି କରିବ ଏହି କାର୍ଯ୍ୟକ୍ରମ । ଆଧୁନିକ ଜ୍ଞାନ କୌଶଳରେ କିପରି କୃଷିର ଅଭିବୃଦ୍ଧି ହୋଇପାରିବ ଏହା ଉପରେ କାର୍ଯ୍ୟକ୍ରମରେ ଆଲୋଚନା କରାଯିବ । ସେହିପରି କୃଷକମାନେ ମଧ୍ୟ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଉପସ୍ଥାପନ କରିବା ସହ କୃଷି ବିଶେଷଜ୍ଞଙ୍କ ଠାରୁ ସମାଧାନ ପାଇଁ ପରାମର୍ଶ ନେଇପାରିବ ।

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଆନ ୟୁନିଭରସିଟିରେ ଏହି ଉତ୍କଳ କୃଷି ମେଳା-୨୦୨୨ କାର୍ଯ୍ୟକ୍ରମ ଆୟୋଜିତ ହେବ । କୃଷି କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ଏହି ସେମିନାର ମୁଖ୍ୟ ଭୂମିକା ନିଭାଇବ । ଉତ୍କଳ କୃଷି ମେଳା-୨୦୨୨ ଏକ ବୃହତ୍ତ କୃଷକ ସମ୍ମିଳନୀ । ଏଥିରେ କୃଷକ, କୃଷି ଉତ୍ପାଦନ, କୃଷି ଉଦ୍ୟୋଗୀ, ଆବଣ୍ଟକ, ଡିଲର୍ସ, ଫାର୍ମ ମାଲିକ, କୃଷି ସାମଗ୍ରୀ ବିତରକ, ଯୋଗାଣକାରୀ, ଖୁଚୁରା ବେପାରୀ, ଗବେଷକ, କୃଷି ବିଜ୍ଞାନୀ, ଶିଳ୍ପପତି, ବ୍ୟବସାୟୀ, ନିବେଷକ, ଛାତ୍ର ଓ ମେଧାବୀ, ଗଣମାଧ୍ୟମ ସଂସ୍ଥା, ସରକାରୀ କର୍ମଚାରୀ ଏବଂ ଏଥିରେ ଜଡିତ ଥିବା ସମସ୍ତ କର୍ମୀଙ୍କୁ ସେମାନଙ୍କ ସୁବିଧା ପାଇଁ ସ୍ଥାନ ମିଳିବ ।

ସେହିପରି କୃଷି ଓ ଉଦ୍ୟାନ କୃଷି ଯନ୍ତ୍ରପାତି, ଉପକରଣ, ସୌର ଉପକରଣ ଓ ଏହାର ସମାଧାନ, ବ୍ୟାଙ୍କ ଓ ଆର୍ଥିକ ସହାୟତା ସଂସ୍ଥା, ଜଳସେଚନ, ଟ୍ରାକ୍ଟର, ପମ୍ପ, ସିଞ୍ଚନ ମେସିନ, ଟାୟାର ଉତ୍ପାଦକ ସଂସ୍ଥା, କୃଷି ବ୍ୟବହାର୍ଯ୍ୟ ସାମଗ୍ରୀ, ନର୍ସରୀ, ପୁଷ୍ପଗୁଚ୍ଛ, ମଞ୍ଜି ଉତ୍ପାତ ଶିଳ୍ପ ଏବଂ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଆଦି ଉପସ୍ଥିତ ରହିବେ । ଏସବୁ ସଂସ୍ଥା ସେମାନଙ୍କ କୃଷି ଉପକରଣ ପ୍ରଦର୍ଶିତ କରିବେ ।

ଯେଉଁଥିରେ କୃଷକମାନେ ସେମାନଙ୍କ ସୁବିଧା ଅନୁସାରେ କୃଷି ଉପକରଣ ସାମଗ୍ରୀ ପାଇପାରିବେ । ଫଳରେ ସହଜ ଏବଂ ସୁବିଧାରେ ଚାଷ କରିପାରିବେ । କାରଣ ଉତ୍କଳ କୃଷି ମେଳା କୃଷକଙ୍କ ସୁବିଧା ଉପରେ ବିଶେଷ ଦୃଷ୍ଟି ଦେଇଥାଏ । କିପରି ବର୍ତ୍ତମାନର କୃଷକ ଆଧୁନିକ ଜ୍ଞାନ କୌଶଳ ଆପଣାଇ କମ ସମୟ ମଧ୍ୟରେ କୃଷି ଉତ୍ପାଦ କରିପାରିବ ତାହା ଉତ୍କଳ କୃଷି ମେଳାର ମୂଳ ଲକ୍ଷ୍ୟ । ସେହିପରି କୃଷି ଉପକରଣରେ କୌଣସି ସମସ୍ୟା ଦେଖାଗଲେ ତାହାକୁ ସଜାଡିବାର ସୁଯୋଗ ରହିଛି ଏହି କାର୍ଯ୍ୟକ୍ରମରେ । ଏନେଇ କୃଷକମାନଙ୍କୁ ମଧ୍ୟ ତାଲିମ ଦିଆଯାଇପାରିବ । ଫଳରେ ଯନ୍ତ୍ରପାତିରେ ଦେଖାଯାଉଥିବା ଛୋଟ-ବଡ ସମସ୍ୟାକୁ ନିଜେ ସମାଧାନ କରିପାରିବେ କୃଷକ । ଏଥିରେ ସମୟ ବଞ୍ଚିବା ସହ ଆତ୍ମନିର୍ଭରଶୀଳ ହେବ କୃଷକ, ଯାହା ଉତ୍କଳ କୃଷି ମେଳା ଭଳି ଏକ ଜୁଗାନ୍ତକାରୀ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ।

ମହିଳାଙ୍କ ଆକାଉଣ୍ଟକୁ ୪ ହଜାର ଲେଖାଏଁ ଟଙ୍କା ଟ୍ରାନ୍ସଫର କଲେ ପିଏମ ମୋଦି

୨୫ ରୁ ଛେଚିବ ବର୍ଷା, ୟେଲୋ ଓ୍ୱାର୍ଣ୍ଣିଂ ଜାରି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments