1. କୃଷି ଖବର

୨୫ ରୁ ଛେଚିବ ବର୍ଷା, ୟେଲୋ ଓ୍ୱାର୍ଣ୍ଣିଂ ଜାରି

ଆସୁଛି ପଶ୍ଚିମା ଝଡ଼ । ପଶ୍ଚିମା ଝଡ଼ର ପ୍ରଭାବରେ ୨୪ ତାରିଖରୁ ରାଜ୍ୟରେ ପୁଣି ଥରେ ବର୍ଷା ହେବ । ୨୪ ତାରିଖ ଓ ୨୫ ତାରିଖରେ ପ୍ରବଳ ବର୍ଷା ହେବ ।

Sudesna Nayak
Sudesna Nayak
rain in odisha news on 25th

rain in odisha news on 25th

ଆସୁଛି ପଶ୍ଚିମା ଝଡ଼ । ପଶ୍ଚିମା ଝଡ଼ର ପ୍ରଭାବରେ ୨୪ ତାରିଖରୁ ରାଜ୍ୟରେ ପୁଣି ଥରେ ବର୍ଷା (Rain) ହେବ । ୨୪ ତାରିଖ ଓ ୨୫ ତାରିଖରେ ପ୍ରବଳ ବର୍ଷା (Rain) ହେବ ।

ସୂଚନା ଅନୁଯାୟୀ, ଆସନ୍ତା ୨୫ ତାରିଖ, ୨୬ ତାରିଖ ଓ ୨୭ ତାରିଖ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା (Rain) ହୋଇପାରେ । ୨୫ ତାରିଖ ଓ ୨୬ ତାରିଖ ଉତ୍ତର, ଦକ୍ଷିଣ ଓ ଉପକୂଳରେ ବର୍ଷା (Rain)ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସେହିଭଳି ୨୬ ତାରିଖ ଓ ୨୭ ତାରିଖର କିଛି ଜିଲ୍ଲାରେ ବର୍ଷା (Rain) ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

୨୫ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା, ଦେବଗଡ଼ ଜିଲ୍ଲା, ଅନୁଗୁଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ଯାଜପୁର ଜିଲ୍ଲା, ଭଦ୍ରକ ଜିଲ୍ଲାଓ ବାଲେଶ୍ୱର ଜିଲ୍ଲାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା (Rain) ହୋଇପାରେ । ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରାଯାଇଛି ।

୨୬ ତାରିଖରେ ଉପକୂଳ ଓଡ଼ିଶା ସମେତ ସୁନ୍ଦରଗଡ଼ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା ଓ କନ୍ଧମାଳ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା (Rain) ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ପ୍ରଫେସର ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ୨୬ ତାରିଖରେ ମୟୂରଭଞ୍ଜ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲାରେ ମେଘୁଆ ପାଗ ସହ ହାଲୁକା ବର୍ଷା (Rain) ହୋଇପାରେ ।

୨୭ ତାରିଖରେ ଏହି ସମସ୍ତ ଜିଲ୍ଲା ସହ ଢେଙ୍କାନାଳ ଜିଲ୍ଲା, ବୌଦ୍ଧ ଜିଲ୍ଲା, କନ୍ଧମାଳ ଜିଲ୍ଲା ଓ ଦେବଗଡ଼ ଜିଲ୍ଲାରେ ଆଶିଂକ ମେଘୁଆ ପାଗ ସହ ଗୋଟିଏ ଦୁଇଟି ସ୍ଥାନରେ ୨ ମିଲିମିଟରରୁ କମ୍‌ ବର୍ଷା (Rain) ହୋଇପାରେ ।

ପ୍ରକାଶ ଥାଉ ଯେ, ଏହି ସମୟରେ ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ ସର୍ବାଧିକ ତାପମାତ୍ରା ୨୬ ଡିଗ୍ରୀ ରହିବ । ପର ୫ଦିନରେ ଏହା ୩ ଡିଗ୍ରୀ ବଢ଼ିବ । ଏହାର ୫ଦିନ ଯାଏ ତାପମାତ୍ରା ଅପରିବର୍ତ୍ତିତ ରହିବ । ଆଭ୍ୟନ୍ତରୀଣ ଦକ୍ଷିଣରେ ୨୬ ତାରିଖ ଭିତରେ ତାପମାତ୍ରା ୧ ଡିଗ୍ରୀ ବଢ଼ିବ । ୨୭ ତାରିଖରୁ ୩ ଦିନ ଭିତରେ ପ୍ରାୟ ତାପମାତ୍ରା ପ୍ରାୟ ୩ ଡିଗ୍ରୀ ବଢ଼ିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି । ଉପକୂଳ ଅଞ୍ଚଳରେ ପ୍ରାୟ ସବୁଦିନ କୁହୁଡ଼ି ହେବ । କୁହୁଡ଼ି (Fog) ସମେତ ଦିନ ଓ ରାତି ତାପମାତ୍ରା ଭିତରେ ଅଧିକ ବ୍ୟବଧାନ କାରଣରୁ ଆମ୍ବ ବଉଳ ରୋଗ ପୋକ ଦ୍ୱାରା ନଷ୍ଟ ହେବାର ଆଶଙ୍କା ରହିଛି । ପନିପରିବା, ମୁଗ ଓ ବାଦାମରେ ଜଉପୋକ ଲାଗିବାର ଆଶଙ୍କା ଅଛି ବୋଲି ଡ. ପଶୁପାଳକ କହିଛନ୍ତି ।

ଆସୁଛି ପଶ୍ଚିମା ଝଡ଼ ;୨୪ ଓ ୨୫ରେ ପ୍ରବଳ ବର୍ଷା

ଏ ବର୍ଷ ଗ୍ରୀଷ୍ମରେ କମ୍‌ ଗରମ ଅଧିକ ବର୍ଷା;ଜୁନ୍‌ ଓ ଜୁଲାଇରେ ପ୍ରବଳ ଛେଚିବ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments