1. କୃଷି ଖବର

ଏ ବର୍ଷ ଗ୍ରୀଷ୍ମରେ କମ୍‌ ଗରମ ଅଧିକ ବର୍ଷା;ଜୁନ୍‌ ଓ ଜୁଲାଇରେ ପ୍ରବଳ ଛେଚିବ

ଚଳିତ ବର୍ଷ ଖରା ଦିନେ କମ୍‌ ଗରମ ଓ ଅଧିକ ବର୍ଷାର ସମ୍ଭାବନା ରହିଛି । ଜୁନ୍‌ ଓ ଜୁଲାଇ ମାସରେ ଭଲ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ।

Sudesna Nayak
Sudesna Nayak
Weather news rain in odisha

Weather news rain in odisha

ଚଳିତ ବର୍ଷ ଖରା ଦିନେ କମ୍‌ ଗରମ ଓ ଅଧିକ ବର୍ଷା (Rain)ର ସମ୍ଭାବନା ରହିଛି । ଜୁନ୍‌ (June)ଓ ଜୁଲାଇ (July) ମାସରେ ଭଲ ବର୍ଷା (Rain)ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ।

ସୂଚନା ଅନୁଯାୟୀ, ବିଭିନ୍ନ ବିଶ୍ବ ସଂସ୍ଥା ଦ୍ବାରା ସାମୁଦ୍ରିକ ଜଳପତ୍ତନର ତାପମାତ୍ରା ଓ ବାୟୁମଣ୍ଡଳର ତଥ୍ୟ ଅଧାରିତ ବିଶ୍ଳେଷଣରୁ ଏହା ଜଣାପଡ଼ିଛି । ଆକଳନ ଅନୁଯାୟୀ, ଆଗାମୀ ଖରାଦିନ (Summer) ରେ ବିଶେଷ ଗରମ (HOT) ହେବାର ସମ୍ଭାବନା ନ ଥିବା ବେଳେ ମୌସୁମୀର ପ୍ରାଥମିକ ପର୍ଯ୍ୟାୟରେ ବର୍ଷା (Rain) ସ୍ବାଭାବିକ ବା ଏହାଠାରୁ ଅଧିକ ହୋଇପାରେ । ଏନେଇ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ ମୌସୁମୀ ବର୍ଷାର ସ୍ବରୂପ ସାମୁଦ୍ରିକ ଓ ବାୟୁମଣ୍ଡଳର ସ୍ଥିତି ଉପରେ ନିର୍ଭର କରେ । କେତେକ ବର୍ଷ ଉତ୍ତର ଭାରତ ମହାସାଗରରେ ବାତ୍ୟା ସୃଷ୍ଟି ହେଲେ ମୌସୁମୀ ବର୍ଷା ମଧ୍ୟ ପ୍ରଭାବିତ ହୋଇଥାଏ ।

ପଶ୍ଚିମା ଝଡ଼ର ପ୍ରଭାବ ମୁଖ୍ୟତଃ ଶୀତଦିନେ ଫେବ୍ରୁଆରି (February) ମାସ ପର୍ଯ୍ୟନ୍ତ ସାଧାରଣ ଭାବେ ଅଧିକ ଦେଖାଯାଏ । ଯଦିବା ବେଳେ ବେଳେ ଏହା ଗ୍ରୀଷ୍ମ ଋତୁରେ ବର୍ଷା (Rain) ଓ ତତ୍‌ଜନିତ ଗରମକୁ ମଧ୍ୟ ପ୍ରଭାବିତ କରିଥାଏ । ଫେବ୍ରୁଆରିର ତଥ୍ୟ କହୁଛି, ବିଷୁବ ମଣ୍ଡଳୀୟ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରରେ ଜଳପତ୍ତନର ତାପମାତ୍ରା କମ୍‌ ରହିଥିବାରୁ ଲା-ନିନାର ପ୍ରଭାବ ଥିଲା ଓ ଏହି ଅବସ୍ଥା ଆସନ୍ତା ଏପ୍ରିଲ (April) ପର୍ଯ୍ୟନ୍ତ ଚାଲୁ ରହିବ ।

ମେ (May) ରୁ ଅଗଷ୍ଟ (August) ମଧ୍ୟରେ ତାପମାତ୍ରା ବଢ଼ି ନ୍ୟୁଟ୍ରାଲ ଇନ୍‌ସୋରେ ରହିବ । ସାଧାରଣ ଭାବେ ଲା-ନିନା ସମୟରେ ଭାରତରେ ବର୍ଷା (Rain) ଅଧିକ ହୋଇଥାଏ । ଏପରିକି ନ୍ୟୁଟ୍ରାଲ ଇନ୍‌ସୋ ସମୟରେ ମଧ୍ୟ ବର୍ଷା (Rain) ଅଧିକ ହୋଇଥାଏ । ବର୍ଷା (Rain) ଅଧିକ ହେଲେ ତାପମାତ୍ରା କମିଥାଏ ।

ପ୍ରକାଶ ଥାଉ ଯେ, ଏପ୍ରିଲ (April)ମାସରେ ତାପମାତ୍ରା ସ୍ବାଭାବିକ ରହିବ । ମେ (May)ରୁ ଜୁଲାଇ ପର୍ଯ୍ୟନ୍ତ ତାପମାତ୍ରା କମ୍‌ ରହିବ‌ାର ସମ୍ଭାବନା ୪୦ରୁ ୬୦% ରହିଛି । ଏପ୍ରିଲ ମାସରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା (Rain)କମ୍‌ ହେବାର ସମ୍ଭାବନା ୪୦% । ମେ (May)ଜୁନ୍‌(June)ରେ ଅଧିକ ବର୍ଷା (Rain) ହେବାର ସମ୍ଭାବନା ରହିଥିବା ବେଳେ ଜୁଲାଇ ମାସରେ ବର୍ଷା (Rain) ସ୍ବାଭାବିକ ହୋଇପାରେ । ଯଦି ଉଭୟ ତାପମାତ୍ରା ଓ ବର୍ଷାର ଆକଳନକୁ ବିଚାର କରାଯାଏ, ଜୁନ୍‌ ମାସରେ ଅଧିକ ବର୍ଷା (Rain) ଓ କମ୍‌ ତାପମାତ୍ରା ଇଙ୍ଗିତ ହେଉଛି ଯେ ଜୁନ୍‌ ମାସରେ ମୌସୁମୀର ସ୍ବରୂପ ଠିକ୍‌ ରହିବ । ମେ (May) ମାସର ଆକଳନ ଅନୁଯାୟୀ, ମେ (May)ରେ ଗରମ କମ୍‌ ରହିବା ସହ ମଝିରେ ମଝିରେ ବର୍ଷା (Rain) ହେବ । ସାଧାରଣତଃ ବର୍ଷର ସର୍ବାଧିକ ଗରମ ଏପ୍ରିଲ ମାସରେ ପଡ଼ିଥାଏ । ତେବେ ମଧ୍ୟ ଏପ୍ରିଲ ବେ‌ଳକୁ ଏ ନେଇ ଅଧିକ ସ୍ପଷ୍ଟ ଚିତ୍ର ଆସିବ ।

ପୁଣି ଭିଜିବ ଓଡିଶା, ଫେବୃଆରୀ ୨୪ ଓ ୨୫ ରେ ପ୍ରବଳ ବର୍ଷା

ବଦଳିବ ରାଜ୍ୟର ପାଣିପାଗ,ବର୍ଷା ନେଇ ଜାରି ହେଲା ଆଲର୍ଟ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments