1. କୃଷି ଖବର

ପୁଣି ଭିଜିବ ଓଡିଶା, ଫେବୃଆରୀ ୨୪ ଓ ୨୫ ରେ ପ୍ରବଳ ବର୍ଷା

ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । କିଛି ସ୍ଥାନରେ ପ୍ରବଳ ବର୍ଷିଛି । ଆସନ୍ତା ୨୪ ତାରିଖ ଓ ୨୫ ତାରିଖରେ ରାଜ୍ୟରେ ପୁଣି ପ୍ରବଳ ବର୍ଷା ହେବ ।

Sudesna Nayak
Sudesna Nayak
rain in odisha news

rain in odisha news

ରବିବାର (Sunday) ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା (Rain)ହୋଇଛି । କିଛି ସ୍ଥାନରେ ପ୍ରବଳ ବର୍ଷିଛି । ଆସନ୍ତା ୨୪ ତାରିଖ ଓ ୨୫ ତାରିଖରେ ରାଜ୍ୟରେ ପୁଣି ପ୍ରବଳ ବର୍ଷା (Rain)ହେବ ।

ସୂଚନା ଅନୁଯାୟୀ, ପଶ୍ଚିମା ଝଡ଼ ପ୍ରଭାବରେ ୨୪ ତାରିଖ ଓ ୨୫ ତାରିଖ ଏହି ଦୁଇ ଦିନ ବର୍ଷା (Rain) ଆଶଙ୍କା ଅଛି ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ୨୪ ତାରିଖ ଓ ୨୫ ଏହି ତାରିଖ ଦୁଇ ଦିନ ବର୍ଷା (Rain)ଆଶଙ୍କା ରହୁଛି । ଯାହାକୁ ନେଇ ବାଲେଶ୍ୱର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା ଓ କେନ୍ଦୁଝର ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା (Rain)ହୋଇପାରେ ।

ଏଥିସହିତ ଦେବଗଡ଼ ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, ଝାରସୁଗୁଡ଼ା ଜିଲ୍ଲା ଜିଲ୍ଲାରେ ସ୍ୱଳ୍ପ ବର୍ଷା (Rain) ଆଶଙ୍କା ଅଛି । ସେହିଭଳି କେନ୍ଦ୍ରାପଡ଼ା ଜିଲ୍ଲା, ଯାଜପୁର ଜିଲ୍ଲା, ଜଗତସିଂହପୁର ଜିଲ୍ଲା, ପୁରୀ ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲାରେ ହାଲୁକା ବର୍ଷା (Light Rain) ଆଶଙ୍କା ରହୁଛି । ୨୪ ତାରିଖ ତୁଳନାରେ ୨୫ ତାରିଖରେ ଅଧିକ ବର୍ଷା (Rain) ହୋଇପାରେ । ତେବେ ୨୫ ତାରିଖ ଯାଏଁ ରାଜ୍ୟରେ ଶୀତ (Cold)ବଢ଼ିବନି ବୋଲି ସେ ଆକଳନ କରି କହିଛନ୍ତି ।

ଆସନ୍ତା ୨୪ ତାରିଖ ଓ ୨୫ ତାରିଖରେ ବର୍ଷା (Rain)ହେବ ବୋଲି ପାଣିପାଗ ମଧ୍ୟ ପୂର୍ବ ଆକଳନ କରିଛି । ବରଗଡ଼ ଜିଲ୍ଲା, ଝାରସୁଗୁଡ଼ା ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, ସମ୍ବଲପୁର ଜିଲ୍ଲା, ଦେବଗଡ଼ ଜିଲ୍ଲା, କେନ୍ଦୁଝର ଜିଲ୍ଲା ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା (Rain) ହୋଇପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ପ୍ରକାଶ ଥାଉ ଯେ, ଆସନ୍ତା ୪ ରୁ ୫ ଦିନ ଯାଏଁ ରାଜ୍ୟର ଦକ୍ଷିଣ ଓଡ଼ିଶା ଓ ଉତ୍ତର ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ । ତେବେ ଦୁଇ ଦିନ ପରେ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରେ ରାତି ତାପମାତ୍ରା ୩ ରୁ ୪ଡିଗ୍ରୀ କମିବ । ଏହାର ପରବର୍ତ୍ତୀ ଦୁଇରୁ ତିନି ଦିନରେ ରାତି ତାପମାତ୍ରା ପୁଣି ୩ ରୁ ୪ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ବୁଲେଟିନ୍‌ ଜାରି କରିଛି । ରବିବାର (Sunday) ଗୋପାଳପୁର, କଟକ, ଭୁବନେଶ୍ୱର (Bhubaneswar),ସମ୍ବଲପୁର ଓ ଯାଜପୁରରେ ହାଲୁକା ବର୍ଷା (Rain)ହୋଇ ସାରିଛି ।

ବଦଳିବ ରାଜ୍ୟର ପାଣିପାଗ,ବର୍ଷା ନେଇ ଜାରି ହେଲା ଆଲର୍ଟ

Weather in Odisha : 20 ତାରିଖରୁ ପ୍ରବଳ ବର୍ଷା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments