1. କୃଷି ଖବର

Weather in Odisha : 20 ତାରିଖରୁ ପ୍ରବଳ ବର୍ଷା

ଆସନ୍ତା ଦୁଇ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ । ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । 20 ତାରିଖ ଓ 21 ତାରିଖରେ କିଛି କିଛି ସ୍ଥାନରେ ବର୍ଷା (Rain) ହେବ ।

Sudesna Nayak
Sudesna Nayak
Rain in Odisha

Rain in Odisha

ଆସନ୍ତା ଦୁଇ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ । ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । 20 ତାରିଖ ଓ 21 ତାରିଖରେ କିଛି କିଛି ସ୍ଥାନରେ ବର୍ଷା (Rain) ହେବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରି କହିଛନ୍ତି ।

ସୂଚନା ଅନୁୟାୟୀ, Friday (ଶୁକ୍ରବାର) ଓ Saturday(ଶନିବାର) ରାଜ୍ୟ odisha ରେ ପାଗ ଶୁଖିଲା ରହିବ । ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକ ଠୁ କମ୍‌ ଥିବାବେଳେ ଅଧିକାଂଶ ସ୍ଥାନରେ ସ୍ୱାଭାବିକ ରହିଛି ।

20 ତାରିଖ ଓ 21 ତାରିଖରେ ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା (Rain) ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌. ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ।

20 ତାରିଖରେ ସୁନ୍ଦରଗଡ଼ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା,ବାଲେଶ୍ୱର ଜିଲ୍ଲା, ଭଦ୍ରକ ଜିଲ୍ଲା, ଯାଜପୁର ଜିଲ୍ଲା ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା (Rain) ହେବ ବୋଲି ସେ ଆକଳନ କରିଛନ୍ତି । ରାଜ୍ୟ ଅନ୍ୟ ସ୍ଥାନଗୁଡ଼ିକରେ ପାଗ ଶୁଖିଲା ରହିବ ବୋଲି ଶ୍ରୀ ବିଶ୍ୱାସ ପୂର୍ବାନୁମାନ କରି କହିଛନ୍ତି ।

ଶୁକ୍ରବାର Friday ରାଜ୍ୟରେ ଖରା ପାଗ ରହିବ । ରାତିରେ ମଧ୍ୟ ତାପମାତ୍ରା ବଢ଼ିବ । ଆକାଶରେ ବାଦଲ ରହିବ । ମାତ୍ର ବର୍ଷା Rainହେବାର ସମ୍ଭାବନା କମ ବୋଲି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ।

ପ୍ରକାଶ ଥାଉ ଯେ, ତେବେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ବାରମ୍ବାର ବଦଳିପାରେ । ଉପକୂଳ ଓ ଦକ୍ଷିଣ ଓଡ଼ିଶା (Odisha)ରେ ଏହା କ୍ରମଶଃ ବଢିବ । ଗୁରୁବାର Thursday ରାଜଧାନୀ ଭୁବନେଶ୍ୱର (Bhubaneswar), ଯାଜପୁର, ଆଠଗଡ଼ ସମେତ ବିଭିନ୍ନ ଅଞ୍ଚଳରେ ସ୍ୱଳ୍ପ ବର୍ଷା (Rain) ହୋଇଛି ।

weather in odisha :୧୯ରୁ ବଦଳିବ ପାଗ,୨୩ରୁ ବଢିବ ବର୍ଷା

ଡରାଉଛି ପଶ୍ଚିମା ଝଡ଼, ୧୮ ରୁ ପୁଣି ଭିଜିବ ଓଡ଼ିଶା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments