1. କୃଷି ଖବର

ବଦଳିବ ରାଜ୍ୟର ପାଣିପାଗ,ବର୍ଷା ନେଇ ଜାରି ହେଲା ଆଲର୍ଟ

ଶୀତ ଶେଷ ହେବା ପରେ ଦେଶର ଅନେକ ସ୍ଥାନରେ ବର୍ଷା (Rain)ହେବାକୁ ଯାଉଛି । ପାଣିପାଗ ବିଭାଗ (IMD)ଅନୁଯାୟୀ ଆସନ୍ତାକାଲି ଅର୍ଥାତ ରବିବାର ଠାରୁ ଦେଶର ପୂର୍ବ ଏବଂ ଉତ୍ତର ପୂର୍ବ ରାଜ୍ୟରେ ବର୍ଷା (Rain) ହୋଇପାରେ ।

Sudesna Nayak
Sudesna Nayak
rain alert for east and north india

rain alert for east and north india

ଶୀତ ଶେଷ ହେବା ପରେ ଦେଶର ଅନେକ ସ୍ଥାନରେ ବର୍ଷା (Rain) ହେବାକୁ ଯାଉଛି । ପାଣିପାଗ ବିଭାଗ (IMD)ଅନୁଯାୟୀ ଆସନ୍ତାକାଲି ଅର୍ଥାତ ରବିବାର ଠାରୁ ଦେଶର ପୂର୍ବ ଏବଂ ଉତ୍ତର ପୂର୍ବ ରାଜ୍ୟରେ ବର୍ଷା (Rain) ହୋଇପାରେ ।

ଏହା ବ୍ୟତୀତ ଦେଶର ଉତ୍ତର ଏବଂ ପଶ୍ଚିମ ରାଜ୍ୟରେ ମଧ୍ୟ ପାଣିପାଗ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ହରିୟାଣା, ରାଜସ୍ଥାନ ଏବଂ ପଞ୍ଜାବର କିଛି ଅଞ୍ଚଳରେ ବର୍ଷା (Rain) ହୋଇପାରେ ।

ପାଣିପାଗ ବିଭାଗ ଅନୁଯାୟୀ, ଫେବୃଆରୀ ୧୯ ତାରିଖ ଏବଂ ୨୦ ତାରିଖରେ ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ ଏବଂ ଉତ୍ତର ଭାରତରେ ପ୍ରବଳ ପବନ ବୋହିବା ସମ୍ଭାବନା ଅଛି । ଏହାର ଗତି ୨୫ ରୁ ୩୫ କିଲୋମିଟର ହେବ । ଏକ ନୂତନ ୱେଷ୍ଟର୍ଣ୍ଣ ଡିଷ୍ଟରଭାନ୍ସ ହେତୁ ଫେବୃଆରୀ ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ହିମାଳୟ ଅଞ୍ଚଳରେ ବର୍ଷା (Rain)ହୋଇପାରେ ।

ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା (Rain)ଜାରି ରହିବ । ଏହା ବ୍ୟତୀତ ସିକ୍କିମ୍, ପୂର୍ବ ଆସାମ ଏବଂ ଅରୁଣାଚଳ ପ୍ରଦେଶରେ ବିଚ୍ଛିନ୍ନ ସ୍ଥାନ ସହିତ ହାଲୁକା ବର୍ଷା (Rain) ହୋଇପାରେ ।

ପ୍ରକାଶ ଥାଉ ଯେ, ସେହିପରି ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ଫେବୃଆରୀ ୨୨ ତାରିଖ ପର୍ଯ୍ୟନ୍ତ ଆକାଶ ମେଘାଛନ୍ନ ରହିବା ସହ ବର୍ଷା (Rain)ହେବ । ପାଣିପାଗ ବିଭାଗ କହିଛି ଯେ, ୱେଷ୍ଟର୍ଣ୍ଣ ଡିଷ୍ଟରଭାନ୍ସ ପ୍ରଭାବ ଉତ୍ତର ପ୍ରଦେଶ ବ୍ୟତୀତ ବିହାର ଏବଂ ଝାଡଖଣ୍ଡରେ ଦେଖାଯିବ । ଅରୁଣାଚଳ ପ୍ରଦେଶର ଉପର ମୁଣ୍ଡରେ ତୁଷାରପାତ ମଧ୍ୟ ହୋଇପାରେ । ପଶ୍ଚିମ ହିମାଳୟ, ଓଡିଶା (odisha),ତାମିଲନାଡୁ, କେରଳ ଏବଂ ଲକ୍ଷ୍ମୀଦ୍ୱୀପର କିଛି ସ୍ଥାନରେ ହାଲୁକା ବର୍ଷା (Rain) ହେବାର ସମ୍ଭାବନା ରହିଛି ।

Weather in Odisha : 20 ତାରିଖରୁ ପ୍ରବଳ ବର୍ଷା

weather in odisha :୧୯ରୁ ବଦଳିବ ପାଗ,୨୩ରୁ ବଢିବ ବର୍ଷା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments