1. କୃଷି ଖବର

ମଧ୍ୟସ୍ଥତା ଜରିଆରେ କୃଷକ ସମସ୍ୟା ସମାଧାନ ପାଇଁ ଗଠନ ହେବ କମିଟି

ନୂଆଦିଲ୍ଲୀ : ଆନ୍ଦୋଳନରତ କୃଷକମାନଙ୍କ ସମସ୍ୟା ସମାଧାନ ନିମନ୍ତେ ବୁଧବାର ଆଲୋଚନା କାଳରେ ସରକାର ଏକ କମିଟି ଗଠନ ପାଇଁ ପ୍ରସ୍ତାବ ଦେଇଛନ୍ତି । କୃଷି ଆଇନକୁ ନେଇ ଉପୁଜିଥିବା ସମସ୍ୟାର ସମାଧାନ ପାଇଁ ଏକ ମଧ୍ୟମ ରାସ୍ତା ସ୍ଥିର କରିବାକୁ ପଡିବ ବୋଲି ସରକାରଙ୍କ ପ୍ରତିନିଧିମାନେ ବୈଠକରେ କହିଛନ୍ତି । ଆଜି ଚାଲିଥିବା କୃଷକ-ସରକାର ଷଷ୍ଠ ପର୍ଯ୍ୟାୟ ଆଲୋଚନା ସମୟରେ ସରକାର କୃଷକ ନେତାମାନଙ୍କୁ କହିଛନ୍ତି ଯେ ୩ଟି କୃଷି ଆଇନ ସମ୍ବନ୍ଧରେ ସେମାନଙ୍କ ଦାବି ଉପରେ ବିଚାରବିମର୍ଶ ପାଇଁ ଏକ କମିଟି ଗଠନ କରାଯାଇପାରିବ । ସରକାର ଚଳିତ ମାସ ଆରମ୍ଭରେ ମଧ୍ୟ ଏକ କମିଟି ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ ମଧ୍ୟ କୃଷକମାନେ ତାହା ପ୍ରତ୍ୟାଖ୍ୟାନ କରିଥିଲେ ।

KJ Staff
KJ Staff

ନୂଆଦିଲ୍ଲୀ : ଆନ୍ଦୋଳନରତ କୃଷକମାନଙ୍କ ସମସ୍ୟା ସମାଧାନ ନିମନ୍ତେ ବୁଧବାର ଆଲୋଚନା କାଳରେ ସରକାର ଏକ କମିଟି ଗଠନ ପାଇଁ ପ୍ରସ୍ତାବ ଦେଇଛନ୍ତି । କୃଷି ଆଇନକୁ ନେଇ ଉପୁଜିଥିବା ସମସ୍ୟାର ସମାଧାନ ପାଇଁ ଏକ ମଧ୍ୟମ ରାସ୍ତା ସ୍ଥିର କରିବାକୁ ପଡିବ ବୋଲି ସରକାରଙ୍କ ପ୍ରତିନିଧିମାନେ ବୈଠକରେ କହିଛନ୍ତି । ଆଜି ଚାଲିଥିବା କୃଷକ-ସରକାର ଷଷ୍ଠ ପର୍ଯ୍ୟାୟ ଆଲୋଚନା ସମୟରେ ସରକାର କୃଷକ ନେତାମାନଙ୍କୁ କହିଛନ୍ତି ଯେ ୩ଟି କୃଷି ଆଇନ ସମ୍ବନ୍ଧରେ ସେମାନଙ୍କ ଦାବି ଉପରେ ବିଚାରବିମର୍ଶ ପାଇଁ ଏକ କମିଟି ଗଠନ କରାଯାଇପାରିବ । ସରକାର ଚଳିତ ମାସ ଆରମ୍ଭରେ ମଧ୍ୟ ଏକ କମିଟି ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ ମଧ୍ୟ କୃଷକମାନେ ତାହା ପ୍ରତ୍ୟାଖ୍ୟାନ କରିଥିଲେ । ଆଲୋଚନା ଆରମ୍ଭ ହେବା ପୂର୍ବରୁ ମଧ୍ୟ କୃଷକ ନେତାମାନେ ଏହି ୩ଟି ଆଇନକୁ ରଦ୍ଦ କରିବା ଦାବିରେ ଅଟଳ ରହିଥିଲେ ଏବଂ କହିଥିଲେ ଯେ ସେମାନଙ୍କ ପାଇଁ ସାମାନ୍ୟତମ କମ୍ ଗ୍ରହଣୀୟ ନୁହେଁ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଏଭଳି ସମସ୍ୟାର କେବେହେଲେ ‘ହଁ କିମ୍ବା ନା’ ଦ୍ୱାରା ସ୍ଥିର କରାଯାଇ ନାହିଁ । ଆଇନ ତିଆରି କିମ୍ବା ରଦ୍ଦ କରିବା ଏକ ଲମ୍ବା ପ୍ରକ୍ରିୟା । ହଁ କିମ୍ବା ନାଁ ଦ୍ୱାରା ଏଭଳି ନିଷ୍ପତ୍ତି ନିଆଯାଇପାରିବ ନାହିଁ । ସେ କହିଛନ୍ତି ଯେ କୃଷକମାନେ ଏହାର କାରଣ ବୁଝିବା ଆବଶ୍ୟକ ଏବଂ ୩୫ ଦିନ ଧରି ଚଳାଇଥିବା ଆନ୍ଦୋଳନ ଶେଷ କରିବା ଆବଶ୍ୟକ । ଏହାପୂର୍ବରୁ ଅପରାହ୍ନରେ ଗୁରୁଦ୍ୱାରରେ କୃଷକମାନଙ୍କ ସହ ମଧ୍ୟାହ୍ନ ଭୋଜନରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ନରେନ୍ଦ୍ର ସିଂ ତୋମାର ଯୋଗ ଦେଇଥିଲେ ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments