News

କର୍ଣ୍ଣାଟକର ଧାରଓ୍ବାଡରେ ଚାଲିଛି କୃଷି ମେଳା, ଜମୁଛି ଭିଡ

କର୍ଣ୍ଣାଟକର ଧାରଓ୍ବାଡରେ ଚାଲିଛି କୃଷି ମେଳା । ୟୁନିଭର୍ସିଟି ଅଫ ଏଗ୍ରିକଲଚର ସାଇନ୍ସ ଧାରଓ୍ବାଡରେ ଏହି କୃଷି ମେଳାର ଆୟୋଜନ ହୋଇଛି । କୃଷି ମେଳା 2022ର ଥିମ ରହିଛି ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ପାଇଁ କୃଷି ଟେକ୍ନୋଲୋଜୀ ।

19 September, 2022 11:31 AM IST By: Shuvanshu Kar

କର୍ଣ୍ଣାଟକର ଧାରଓ୍ବାଡ(Dharwad)ରେ ଚାଲିଛି କୃଷି ମେଳା । ୟୁନିଭର୍ସିଟି ଅଫ ଏଗ୍ରିକଲଚର ସାଇନ୍ସ ଧାରଓ୍ବାଡରେ ଏହି କୃଷି ମେଳା(Krishi Mela)ର ଆୟୋଜନ ହୋଇଛି । କୃଷି ଉପକରଣ, ଏକୀକୃତ ଚାଷ, ଜଳସେଚନ, କୃଷି, ନର୍ସରୀ, ଉଦ୍ୟାନ କୃଷି, ମତ୍ସ୍ୟଚାଷ, ଦୁଗ୍ଧ ଚାଷ ଏବଂ କୁକୁଡ଼ା ପାଳନ କରୁଥିବା ଶହେରୁ ଅଧିକ ଡିଲର ଏହି ମେଲାରେ ଅଂଶଗ୍ରହଣ କରିଛନ୍ତି ।

ଆନୁଷ୍ଠାନିକ ଭାବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ କୃଷି ମେଳା 2022ର ଥିମ ରହିଛି ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ପାଇଁ କୃଷି ଟେକ୍ନୋଲୋଜୀ । ମହାମାରୀ କୋରୋନା କଟକଣା କାରଣରୁ ପାଖାପାଖି 2 ବର୍ଷର ବ୍ୟବଧାନ ପରେ ଏହି ମେଳା ଅନୁଷ୍ଠିତ ହୋଇଛି ।

ଚାଷୀ ଓ ସାଧାରଣ ଲୋକଙ୍କୁ ଏହି ମେଳା ବେଶ ଆକୃଷ୍ଟ କରୁଛି । ମେଳାର ପ୍ରଥମ ଦିନରେ କର୍ଣ୍ଣାଟକ ଏବଂ ପଡୋଶୀ ରାଜ୍ୟରୁ ଦୁଇ ଲକ୍ଷରୁ ଅଧିକ କୃଷକଙ୍କ ନୂତନ ଚାଷ ସାମଗ୍ରୀ ଏବଂ ଉଚ୍ଚ ଅମଳକ୍ଷମ ଫସଲ କିସମ ଜାଣିବା ପାଇଁ ଷ୍ଟଲଗୁଡିକରେ ଭିଡ଼ ଦେଖିବାକୁ ମିଳିଥିଲା । ଏହି ମେଳାରେ କୃଷି ଜାଗରଣ ଟିମ ମଧ୍ୟ ଉପସ୍ଥିତ ରହିଛି ।

ପୁଷ୍ଟିକର ଶସ୍ୟ, ଉତ୍ପାଦନ, ମାର୍କେଟିଂ, ଜୈବ ସାର ଏବଂ ଜୈବ କୀଟନାଶକ, ସମନ୍ୱିତ ଚାଷ, ପୁଷ୍ଟିକର ଖାଦ୍ୟ, ରୋଗ ପରିଚାଳନା, ରବି ଫସଲ ପ୍ରଯୁକ୍ତିବିଦ୍ୟା, ବର୍ଷା ଜଳ ଅମଳ ଏବଂ ହାଇ-ଟେକ୍ ଉଦ୍ୟାନକୁ କେନ୍ଦ୍ର କରି ଏହି କୃଷି ମେଳାର ଆୟୋଜନ କରାଯାଇଛି ।

କୃଷି କ୍ଷେତ୍ର ପାରମ୍ପରିକ ଚାଷରୁ ଯାନ୍ତ୍ରିକଚା, ଆଡକୁ ଗତି କରୁଛି । ସେମାନଙ୍କ ଅନିୟମିତ ବର୍ଷା ଓ ଜଳବାୟୁ ପରିବର୍ତ୍ତନ ଏବଂ ମାର୍କେଟ ପ୍ରତିଯୋଗିତା ଚାଷୀଙ୍କୁ ଚିନ୍ତାରେ ପକାଉଛି । ଏଭଳି ପରିସ୍ଥିତିରେ ଚାଷୀମାନେ ଏହି ବାର୍ଷିକ କୃଷି ମେଳା ଉପରେ ନିଜର ଆଶା ରଖିଛନ୍ତି ।

ଆସନ୍ତାକାଲି ଭାରତରେ ଆୟୋଜିତ ହେବ ITPGRFA ପରିଚାଳନା ପରିଷଦର ନବମ ଅଧିବେଶନ

Agri Asia 2022: ଗୁଜୁରାଟରେ ଚାଲିଛି ବିଶାଳ କୃଷି ପ୍ରଦର୍ଶନୀ ମେଳା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)