1. କୃଷି ଖବର

ଆରମ୍ଭ ହେଲା ଦ୍ବିତୀୟ କୃଷି ଉନ୍ନତି ସମ୍ମିଳନୀ-୨୦୨୪

ଆଜି ଠାରୁ ଆରମ୍ଭ ହେଲା ଦ୍ବିତୀୟ କୃଷି ଉନ୍ନତି ସମ୍ମିଳନୀ-୨୦୨୪ l ଦୁଇଦିନ ଧରି ଚାଲିବ ଏହି ମେଳା l

Sudesna Nayak
Sudesna Nayak
krishi unnati sammelan 2024

krishi unnati sammelan 2024

ଆଜି ଠାରୁ ଆରମ୍ଭ ହେଲା ଦ୍ବିତୀୟ କୃଷି ଉନ୍ନତି ସମ୍ମିଳନୀ-୨୦୨୪ (krishi unnati sammelan 2024) l ଦୁଇଦିନ ଧରି ଚାଲିବ ଏହି ମେଳା l କୃଷି ଓ କୃଷକଙ୍କ ପାଇଁ ମହାସମ୍ମିଳନୀ ପର୍ବ । ଏହି ମେଳା ପାଇକମାଳ ହାଇସ୍କୁଲ ପଡିଆ,ପାଇକମାଲ, ବରଗଡ ଠାରେ ଫେବୃଆରୀ ୨ ରୁ ଫେବୃଆରୀ ୩ (ମୋଟ ୨ ଦିନ) ଧରି ଆୟୋଜିତ ହେଉଛି ।

ଚାଷୀ, କୃଷି ବିଶେଷଜ୍ଞ ଓ କୃଷି ଶିଳ୍ପୋଦ୍ୟୋଗୀଙ୍କୁ ମଞ୍ଚରେ ଏକାଠି କରିବାର ସୁଯୋଗ ଆଣିଛି କୃଷି ଜାଗରଣ (krishi jagran) ଓ ମାସ ଏନଜିଓ । ଯାହାର ମୁଖ୍ୟ ପ୍ରାୟୋଜକ ରହିଛି ମହିନ୍ଦ୍ରା ଟ୍ରାକ୍ଟରସ । ଏହି ମେଳାରେ ଉତ୍ପାଦନକାରୀ ସଂସ୍ଥା, ବିତରଣକାରୀ ସଂସ୍ଥା,ବିଭିନ୍ନ ବିଭାଗୀୟ ଅଧିକାରୀ,ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି କୃଷିକାର୍ଯ୍ୟ ନିମନ୍ତେ ଆବଶ୍ୟକ ହେଉଥିବା ସମସ୍ତ ପ୍ରକାରର କୃଷି ସମ୍ବନ୍ଧୀୟ ଜ୍ଞାନ କୌଶଳ ଉପରେ ଆଲେଚନା କରିବେ ।

ଦ୍ବିତୀୟ କୃଷି ଉନ୍ନତି ସମ୍ମିଳନୀ-୨୦୨୪ (krishi unnati sammelan 2024) ମେଳାରେ ଆଜି ମୁଖ୍ୟ ଅତିଥି ଭାବେ ସୋମନାଥ ମହାପାତ୍ର ,ବିଏଓ (Mr Somnath mahapatra BAO)ଙ୍କ ସହିତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ସୁଶାନ୍ତ କୁମାର ବଢେଇ, ଆଇ.ଆଇ.ସି, ପାଇକମାଲ (Sushant Kumar Badhei, IIC, Paikmal),ପ୍ରଦୀପ କୁମାର ସାରଙ୍ଗୀ, ସିୟୁଟିଏମ (Pradeep ku Sarangi, Regional Director, CUTM) ମାନେ ଯୋଗ ଦେଇଥିଲେ । ଏଥିସହିତ ଦ୍ବାଦେଶ ପ୍ରଧାନ, ପ୍ରଧାନ ଶିକ୍ଷକ, ହାଇସ୍କୁଲ, ପାଇକମାଲ ଏବଂ ଆଦିକନ୍ଦା ବିଶ୍ବାଳ ,ପୋଗ୍ରାମିଙ୍ଗ ଅଫିସର,ମାସ ଏନଜିଓ ଯୋଗ ଦେଇଥିଲେ ।

ଏହି ମେଳାରେ ଅନେକ ଚାଷୀ ଆଜି ଭାଗ ନେଇଥିବାର ଦେଖିବାକୁ ମିଳିଥିଲା l ବିଭିନ୍ନ ପ୍ରକାର ଷ୍ଟଲ ମଧ୍ୟ ସ୍ଥାନିତ କରାଯାଇଛି, ଯାହା ଚାଷୀଙ୍କୁ ସହାୟତା ଦେବ କିଛି ନୂଆ ଜାଣିବାର l

ପ୍ରକାଶ ଥାଉ ଯେ, ଏହି ମେଳାରେ ଏକାଠି ହୋଇଥିଲେ ଅନେକ ଚାଷୀଙ୍କ ସହ ଅନେକ ଚାଷକାର୍ଯ୍ୟ ସହ ଜଡିତ ବିଶିଷ୍ଟ ବ୍ୟକ୍ତି l ଚାଷୀଙ୍କୁ ମିଳିଥିଲା ଅନେକ କିଛି ନୂଆ ଶିଖିବାର ମଉକା l ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଦ୍ବୀପ ପ୍ରଜ୍ବଳନ କରି ଶୁଭାରମ୍ଭ ହେଇଥିଲା ଦ୍ବିତୀୟ କୃଷି ଉନ୍ନତି ସମ୍ମିଳନୀ-୨୦୨୪ (krishi unnati sammelan 2024) l ଏହା ସହିତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଦେଇ ମଞ୍ଚ ଉପରେ ସମ୍ମାନିତ କରାଯାଇଥିଲା l

Subarna krishi mela: ଆରମ୍ଭ ହେଲା ସୁବର୍ଣ୍ଣ କୃଷି ମେଳା ୨୦୨୪

Subarna krishi mela: ସଫଳତାର ସହିତ ୨ୟ ଦିନରେ ସୁବର୍ଣ୍ଣ କୃଷି ମେଳା ୨୦୨୪

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments