1. କୃଷି ଖବର

ବନ୍ୟା ପରେ କୁଜଙ୍ଗରେ ପଡିନି ଉଦ୍ୟାନ କୃଷି ବିଭାଗର ପାଦ ! ଚାଷୀଙ୍କ ଅସନ୍ତୋଷ ପରେ ତତ୍ପର ସରକାର

ଉଦ୍ୟାନ କୃଷି ବିଭାଗର ସ୍ଥାଣୁତାକୁ ନେଇ ପ୍ରଶ୍ନ ଉଠାଇଥିଲେ ଜଗତସିଂହପୁରର କୁଜଙ୍ଗ ଅଞ୍ଚଳବାସୀ । ADH ଜଗତସିଂହପୁର ଙ୍କ ରିପୋର୍ଟ ଅନୁସାରେ,ଜିଲାନାସୀ ପଞ୍ଚାୟତରେ ହୋଇଥିବା ଫସଲ ହାନିର ସବିଶେଷ ବିବରଣୀ ପ୍ରସ୍ତୁତ କରାଯାଇ କାର୍ଯ୍ୟନୁଷ୍ଠାନ ପାଇଁ ପ୍ରେରଣ କରାଯାଇଥିବା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ତାପ ସ୍ବାଇଁ ସୂଚନା ଦେଇଛନ୍ତି ।

Shuvanshu Kar
Shuvanshu Kar
Kujanga Farmers express disappointment over Horticulture department

Kujanga Farmers express disappointment over Horticulture department

ଜଗତସିଂହପୁର କୁଜଙ୍ଗରେ ଉଦ୍ୟାନ କୃଷି ବିଭାଗ(Horticulture department)ର ସ୍ଥାଣୁତାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ଏହାକୁ ନେଇ ରାଜ୍ୟର କୃଷି ମନ୍ତ୍ରୀଙ୍କ ପକ୍ଷରୁ ରିପୋର୍ଟ ମଗାଯାଇଥିଲା । ତେବେ ADH ଜଗତସିଂହପୁର ଙ୍କ ରିପୋର୍ଟ ଅନୁସାରେ,ଜିଲାନାସୀ ପଞ୍ଚାୟତରେ ହୋଇଥିବା ଫସଲ ହାନିର ସବିଶେଷ ବିବରଣୀ ପ୍ରସ୍ତୁତ କରାଯାଇ କାର୍ଯ୍ୟନୁଷ୍ଠାନ ପାଇଁ ପ୍ରେରଣ କରାଯାଇଥିବା କୃଷିମନ୍ତ୍ରୀ(Odisha Agriculture Minister) ରଣେନ୍ଦ୍ର ପ୍ତାପ ସ୍ବାଇଁ ସୂଚନା ଦେଇଛନ୍ତି । ଉକ୍ତ ରିପୋର୍ଟ ଅନୁଯାୟୀ ୧୪ ହେକ୍ଟର ଜମିରେ ଅଗଷ୍ଟ ୨୦୨୨ ବନ୍ୟା ଯୋଗୁଁ ଫସଲ କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟ ଆଧାରରେ କହିଛନ୍ତି କୃଷିମନ୍ତ୍ରୀ ।

ଜଗତସିଂହପୁରର ଜିଲାନାସୀ ପଞ୍ଚାୟତରେ ଫସଲ କ୍ଷୟକ୍ଷତିର ଆକଳନ କରାଯାଇଥିଲା । ପଞ୍ଚାୟତର ସାହାରାଡିଆ, ତେନ୍ତୁଳିଆ, ଜିଲାନାସୀ ଆଦି ଗ୍ରାମଗୁଡିକରେ 253 ହେକ୍ଟର ଚାଷ ଜମି ଗତ ବନ୍ୟାରେ ନଷ୍ଟ ହୋଇଥିବା କୃଷି ବିଭାଗ ରିପୋର୍ଟରୁ ଜଣାପଡିଛି । ଏହି ରିପୋର୍ଟ ଆକାଳନ କରିବାକୁ ଯାଇଥିବା ଅଧିକାରୀଙ୍କ ସାମ୍ନାରେ ଉଦ୍ୟାନ କୃଷି ବିଭାଗର ସ୍ଥାଣୁତାକୁ ନେଇ ପ୍ରଶ୍ନ ଉଠାଇଥିଲେ ଅଞ୍ଚଳବାସୀ ।

ଉଦ୍ୟାନ କୃଷିକୁ ନେଇ ଜଗତସିଂହପୁର ଜିଲ୍ଲା ଅଗ୍ରଣୀ । ଏହି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭଳିକି ଭଳି ପନୀପରିବା ଚାଷ ହୁଏ । ତେବେ ବନ୍ୟାପରେ ଅନେକ ଅଧିକାରୀ ଏଠାକୁ ଘନ ଘନ ଗସ୍ତ କରୁଥିଲେ ସୁଦ୍ଧା ଉଦ୍ୟାନକୃଷି ବିଭାଗ ଏଯାଏଁ କୌଣସି କ୍ଷୟକ୍ଷତି ଆକଳନ ନେଇ ତତ୍ପରତା ଦେଖାଉନଥିବା ଲୋକେ ଅଭିଯୋଗ କରିଥିଲେ ।

ଉଦ୍ୟାନ କୃଷି ପାଇଁ ଏହି ଅଞ୍ଚଳର ଅନେକ ନାଁ ରହିଥିଲେସୁଦ୍ଧା ଉକ୍ତ ବିଭାଗର କୌଣସି ଅଧିକାରୀଙ୍କ ଦେଖାଦର୍ଶନ ନଥିବା ଜଣାପଡିଛି । ଗତ ବନ୍ୟାରେ ହେକ୍ଟର ହେକ୍ଟର ପନିପରିବା ଚାଷ ଉଜୁଡିଯାଇଥିବାବେଳେ ଏଠାକୁ ଉଦ୍ୟାନ କୃଷି ବିଭାଗର ଅଧିକାରୀ ନ ଆସିବା ଚାଷୀଙ୍କ ମନରେ ଅସନ୍ତୋଷ ସୃଷି କରିଛି ।

ଇନପୁଟ୍ ସବସିଡି ଘୋଷଣାରେ ବିଳମ୍ବ କରୁଛନ୍ତି ସରକାର, ଅସନ୍ତୋଷ ପ୍ରକାଶ କଲେ ଚାଷୀ

ଖରିଫ ଚାଷୀ ସାବଧାନ ! 31 ଜୁଲାଇସୁଦ୍ଧା କରନ୍ତୁ ଫସଲ ବୀମା

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments