1. କୃଷି ଖବର

ବିକ୍ରମ ର ଆଉ ଏକ ପରାକ୍ରମ

ବିକ୍ରମ ର ଆଉ ଏକ ପରାକ୍ରମ

KJ Staff
KJ Staff

ଠାବ ହେଲା ବିକ୍ରମ
ଆର୍ବିଟର ଦ୍ୱାରା ମିଳିଲା ବିକ୍ରମ ର ଥର୍ମାଲ ଫୋଟୋ
ଯୋଗାଯୋଗ ପାଇଁ ଚାଲିଛି ଉଦ୍ୟମ :କେ.ଶିବନ

ଠାବ ହୋଇଛି ଚନ୍ଦ୍ରୟାନ -୨ ର ଲ୍ୟାଣ୍ଡର ବିକ୍ରମ ର ଅବସ୍ତିଥି |ଚନ୍ଦ୍ର ର କକ୍ଷପଥ ରେ ଥିବା ଆର୍ବିଟର ବିକ୍ରମ ର ଅବସ୍ଥିତି କୁ ଠାବ କରି ତାର ଥର୍ମାଲ ଫୋଟୋ ପଠାଇଛି ବୋଲି କହିଛନ୍ତି ଇସ୍ରୋ ର ଅଧ୍ୟକ୍ଷ କେ.ଶିବନ |ତେବେ ବିକ୍ରମ ସହ କୌଣସି ସମ୍ପର୍କ ହୋଇପାରି ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି |ସମ୍ପର୍କ ସ୍ଥାପନ ଲାଗି ଉଦ୍ୟମ ଜାରି ରହିଛି ଏବଂ ସମ୍ପର୍କ ସ୍ଥାପନ ହୋଇପାରିବ ବୋଲି ମଧ୍ୟ ସେ ଆଶା ପ୍ରକାଶ କରିଛନ୍ତି |ତେବେ ଏହା ଆଗାମୀ ୧୪ ଦିନ ମଧ୍ୟରେ ହିଁ ସମ୍ଭବ ହୋଇପାରିବ |

ଶୁକ୍ରବାର ରାତି ୧ ତା ୫୩ ମିନିଟ ରେ ଚନ୍ଦ୍ରପୃଷ୍ଠ ଅବତରଣ କରୁଥିବା ବିକ୍ରମ ଲ୍ୟାଣ୍ଡର ସଫ୍ଟ ଲ୍ୟଣ୍ଡିଙ୍ଗ ବଦଳରେ ହାର୍ଡ ଲ୍ୟଣ୍ଡିଙ୍ଗ କରୁଥିବାର ଅନୁମାନ କରାଯାଉଛି |ଚନ୍ଦ୍ର ପୃଷ୍ଠ ଠାରୁ ମାତ୍ର ୨.୧ କି ମି ଉଚ୍ଚତାରେ ଥିଲା ବେଳେ ବିକ୍ରମ ସହ ଯୋଗାଯୋଗ ବିଛିନ୍ନ ହୋଇଥିଲା |
ଶିବନ କହିଛନ୍ତି ଯେ ବିଫଳତା ସମୀକ୍ଷା କମିଟି ଏହାର ସମୀକ୍ଷା ରେ ଲାଗିଛି ଏବଂ ଏହା ସହ ବିକ୍ରମ ଲ୍ୟାଣ୍ଡର ସହ ସମ୍ପର୍କ ସ୍ଥାପନ ର ନିରନ୍ତ ଉଦ୍ୟମ ମଧ୍ୟ ଜାରି ରହିଛି |ଆଗାମୀ ୧୪ ଦିନ ଧରି ଏହି ଉଦ୍ୟମ ଜାରି ରଖାଯିବ କାରଣ ବିକ୍ରମ ରେ ଥିବା ରୋଭର "ରାଜ୍ଞନ"୧୪ ଦିନ ଧରି ଚନ୍ଦ୍ରପୃଷ୍ଠ ର ସମୀକ୍ଷା କରିବାର ଯୋଜନା ଥିଲା

ତେବେ ଇସ୍ରୋ ର ଜଣେ ବୈଜ୍ଞାନିକ ମତ ଦେଇଛନ୍ତି ଯେ ପ୍ରଜ୍ଞାନ ସୌରଶକ୍ତି ର ସଂଗ୍ରହ କରୁଛି ନିଶ୍ଚିନ୍ତ କାରଣ ତାର ବେଟେରି ଚାର୍ଜ ହୋଇ ରହିଛି |ତେଣୁ ମିଶନ ସଫଳ ହେବାର ଆଶା ଏବେ ମଧ୍ୟ କରାଯାଉଛି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ