1. କୃଷି ଖବର

ପରିଶେଷରେ ସୂର୍ଯ୍ୟ ପରାଗ !କେଉଁ ରାଶି ଉପରେ କଣ ରହିବ ପ୍ରଭାବ ?

ପରିଶେଷରେ ସୂର୍ଯ୍ୟ ଗ୍ରହଣ !

KJ Staff
KJ Staff

ଜଣାନ୍ତୁ ଏହାର ବିଶେଷତ୍ୱ

ବିଗତ ୧୦ ବର୍ଷ ର ଏହା ଶେଷ ସୂର୍ଯ୍ୟ ପରାଗ |
ସୂର୍ଯ୍ୟ ଚନ୍ଦ୍ର ଓ ପୃଥିବୀ ଏକ ସରଳ ରେଖା ରେ ଆସିଲେ ,ଚନ୍ଦ୍ର ଙ୍କ ଛାଇ ସୂର୍ଯ୍ୟ ଉପରେ ପଡିବାରୁ ଶୃଜୟ ଙ୍କ ଆଲୋକ ପୃଥିବୀ କୁ ସ୍ପର୍ଶ କରି ପରେ ନାହିଁ ,ତେଣୁ କିଛି ସମୟ ପର୍ଯ୍ୟନ୍ତ ଆଂଶିକ କିମ୍ବା ସମ୍ପୂର୍ଣ ଅନ୍ଧାର ହୋଇଯାଇଥାଏ ଯାହାକୁ ସୂର୍ଯ୍ୟ ପରାଗ ବୋଲି କୁହାଯାଏ |
ଏହା ବିଶେଷ କରି ଆଜି କତାର,ସାଉଦି ଅରବିଆ ,ଶ୍ରୀ ଲଙ୍କା ,ସିଙ୍ଗାପୁର ,ଇଣ୍ଡୋନେସିଆ ଇତ୍ୟାଦି ବ୍ୟତୀତ ଭାରତ ର ତାମିଲ ନାଡୁ ,କେରଳ ଏବଂ କର୍ଣ୍ଣାଟକ ରେ ସମ୍ପୂର୍ଣ ସୂର୍ଯ୍ୟ ପରାଗ ଦେଖିବାକୁ ମିଳିବ |

କେତେବେଳେ ଦେଖିପାରିବେ ସମ୍ପୂର୍ଣ ପରାଗ ?


ଚନ୍ଦ୍ର ସୂର୍ଯ୍ୟ ଙ୍କୁ ଗ୍ରାସ କରିବା ଅର୍ଥାତ ପରାଗ ଆରମ୍ଭ ଦିବା ୮.୩୦ ରେ ହେବ ସହ ୯.୨୪ ସୁଦ୍ଧା ସମ୍ପୂର୍ଣ ପରାଗ ଦେଖିବାକୁ ମିଳିବ |ସେହିପରି ୯.୨୭ ରୁ ସମ୍ପୂର୍ଣ ପରାଗ ସମାପ୍ତ ହୋଇ ଆଂଶିକ ପରାଗ ଆରମ୍ଭ ହେବ |ଏହା ପରେ ୧୧.୦୫ ସୁଦ୍ଧା ଚନ୍ଦ୍ର ର ଛାଇ ସୂର୍ଯ୍ୟ ଙ୍କ ଉପରୁ ଦୁରେଇ ଯିବା |
ଭାରତୀୟ ଅନ୍ତର୍ଜାତୀୟ ଅନୁଷ୍ଠାନ ର ସଚିନ ବାମ୍ବା କହିଛନ୍ତି ଯେ ପ୍ରଥମେ ଏହା କତାର ରେ ଦୃଶ୍ୟମାନ ହେବ ପରେ |ଭାରତ ର କେରଳ ରେ ଏହା ସମ୍ପୂର୍ଣ ଗ୍ରାସ ଭାବେ ଦୃଶ୍ୟମାନ ହେବ |

କିପରି ଦେଖିବେ ସୂର୍ଯ୍ୟ ପରାଗ ?


ଏହାକୁ କେବଳ ଖାଲି ଆଖି ରେ ଦେଖିବା ଉଚିତ ନୁହେଁ |ସୂର୍ଯ୍ୟ ପରାଗ ସମୟରେ ବହୁ ପ୍ରକାର ର ଅହିତକାରୀ ରଶ୍ମି ଆଖି ର ଦୃଷ୍ଟିଶକ୍ତି ବ୍ୟତୀତ ଶରୀର ଉପରେ ବହୁତ ଅଧିକ ପ୍ରଭାବ ପକାଇଥାନ୍ତି |କେବଳ ପରାଗ କାଚ ଯାହାର ଆଇ.ଏସ.ଓ ମାର୍କ ISO -12312 -2 ଅନ୍ତର୍ଜାତୀୟ ଷ୍ଟାଣ୍ଡାର୍ଡ ର ବ୍ୟବହାର କରିବା ଉଚିତ |
ଏହା ବ୍ୟତୀତ ପୀନହଲ ପ୍ରୋଜେକ୍ଟର ଦ୍ୱାରା ସୂର୍ଯ୍ୟ ଙ୍କ ଚିତ୍ର କୁ ଅନ୍ୟ ଏକ ସ୍କ୍ରିନ ଉପରେ ଦେଖି ହେବ |
ଏହାକୁ ଆପଣ କୌଣସି କାଚ ଅଇନା ରେ ସୂର୍ଯ୍ୟ ଙ୍କ ଛବି କୁ ଗ୍ରାସ ହେଉଥିବାର ଦେଖିପାରିବେ |

କେଉଁ ରାଶି ଉପରେ କଣ ରହିଛି ପ୍ରଭାବ ?


ଗ୍ରହଣ ଟି ଧନୁ ରାଶି ମୂଳ ନକ୍ଷେତ୍ର ରେ ହେଉଥିବାରୁ ଏହାର ଏହି ପରି ପ୍ରଭାବ ରହିବ |ଏହା ବିଭିନ୍ନ ରାଶି ର ବ୍ୟକ୍ତି ଙ୍କ ଉପରେ ଭିନ୍ନ ଭିନ୍ନ ପ୍ରଭାବ ପକାଇବା |ଜ୍ୟୋତିଷଙ୍କ ମତରେ ଏହା ସିଂହ ,ବିଛା ,କୁମ୍ଭ ,ତୁଳା, କର୍କଟ ଓ କନ୍ୟା ରାଶି ଲାଗି ଶୁଭପ୍ରଦ ହୋଇଥିଲା ବେଳେ ଅନ୍ୟ ସମସ୍ତ ରାଶି ଲାଗି ବିଶେଷ ଶୁଭପ୍ରଦ ହେବ ନାହିଁ ବରଂ ବ୍ୟୟ ଅଧିକ ଓ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇପାରେ |

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments