News

'MFOI, VVIF Kisan Bharat Yatra: କୃଷି ଜାଗରଣ ପତ୍ରିକା ସହ ଚାଷୀ ହେଲେ ପରିଚିତ

ଏହି ରୋଡ୍ ସୋ ମାଧ୍ୟମରେ ସମଗ୍ର ଦେଶରେ କୃଷକ ଯେଉଁମାନେ ନୂତନ ଟେକ୍ନୋଲୋଜି ବ୍ୟବହାର କରି ଚାଷ କରନ୍ତି ସେମାନଙ୍କୁ ଏକ ଭିନ୍ନ ପରିଚୟ ଦେବା ହେଉଛି ମୁଖ୍ୟ ଉଦ୍ଦେଶ୍ୟ l

13 May, 2024 12:29 PM IST By: Tanushree Mahapatra

କୃଷି ଜାଗରଣ ଦ୍ୱାରା ଆରମ୍ଭ ହୋଇଥିବା 'MFOI, VVIF କିସାନ ଭାରତ ଯାତ୍ରା' ବର୍ତ୍ତମାନ ହରିୟାଣାର କର୍ଣ୍ଣଲ ଏବଂ କୁରୁକ୍ଷେତ୍ର ଜିଲ୍ଲାରେ ପହଞ୍ଚିଥିଲା । ଏହି ଯାତ୍ରା ଆରମ୍ଭ କରିବାର ମୂଳ ଉଦ୍ଦେଶ୍ୟ ହେଉଛି କୃଷକମାନଙ୍କୁ ମହିନ୍ଦ୍ରା ଟ୍ରାକ୍ଟର ଦ୍ୱାରା ପ୍ରାୟୋଜିତ ' ମିଲେନିୟର୍ ଫାର୍ମର୍ ଅଫ୍ ଇଣ୍ଡିଆ ପୁରସ୍କାର' (MFOI) ବିଷୟରେ ଅବଗତ କରାଇବା l ଆହୁରି ମଧ୍ୟ, ଏହି ରୋଡ୍ ସୋ ମାଧ୍ୟମରେ ସମଗ୍ର ଦେଶରେ କୃଷକ ଯେଉଁମାନେ ନୂତନ ଟେକ୍ନୋଲୋଜି ବ୍ୟବହାର କରି ଚାଷ କରନ୍ତି ସେମାନଙ୍କୁ ଏକ ଭିନ୍ନ ପରିଚୟ ଦେବା l

ଏଥି ସହିତ, 'MFOI, VVIF କିସାନ ଭାରତ ଯାତ୍ରା'ରେ ଉପସ୍ଥିତ ଥିବା କୃଷି ଜାଗରଣ ଟିମ ହରିୟାଣାର କର୍ଣ୍ଣଲ ଏବଂ କୁରୁକ୍ଷେତ୍ର ଜିଲ୍ଲାର କୃଷକମାନଙ୍କୁ କୃଷି ଜାଗରଣର ନୂତନ ପତ୍ରିକା ଉପସ୍ଥାପନ କରି ସମ୍ମାନିତ କରିଥିଲେ । ଚାଷୀ ଜାଣିଥିଲେ ଏହି ଯାତ୍ରାର ବିଶେଷ ମହତ୍ତ୍ୱ ଓ ଉତ୍ସାହିତ ମଧ୍ୟ ହୋଇଥିଲେ ଏହା ଜାଣିବା ପରେ l

ମହିନ୍ଦ୍ରା ଟ୍ରାକ୍ଟର ଦ୍ୱାରା ପ୍ରାୟୋଜିତ 'MFOI ପୁରସ୍କାର' ସମ୍ପର୍କରେ -

ମହିନ୍ଦ୍ରା ଟ୍ରାକ୍ଟର ଦ୍ୱାରା ପ୍ରାୟୋଜିତ ମିଲେନିୟର୍ ଫାର୍ମର୍ (MFOI) ପୁରସ୍କାର ସେହି ଭାରତୀୟ କୃଷକମାନଙ୍କ ପାଇଁ, ଯେଉଁମାନେ ସେମାନଙ୍କର ଆୟକୁ ଦ୍ୱିଗୁଣିତ କରିନାହାଁନ୍ତି ବରଂ ସେମାନଙ୍କର ନିରନ୍ତର ଉଦ୍ୟମ ଏବଂ ଅଭିନବ କୃଷି ଅଭ୍ୟାସ ମାଧ୍ୟମରେ ସଫଳତା ହାସଲ କରିଛନ୍ତି l ଏହା ହେଉଛି ଧନୀ ତଥା ପ୍ରଗତିଶୀଳ କୃଷକ ତଥା କେତେକ କୃଷି ଶୀର୍ଷ କର୍ପୋରେଟରଙ୍କୁ ଏକ ଛାତ ତଳେ ଏକାଠି କରି ଭାରତର କୃଷି ତଥା ସହଯୋଗୀ କ୍ଷେତ୍ରର ପ୍ରକୃତ ହିରୋ ମାନଙ୍କୁ ସମ୍ମାନ ଏବଂ ସମ୍ମାନିତ କରିବା l ଆହୁରି ମଧ୍ୟ, ଏହି କୃଷକମାନେ ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ପାଇପାରିବେ l

MFOI ପୁରସ୍କାର 2024 କେବେ ଏବଂ କେଉଁଠାରେ ଅନୁଷ୍ଠିତ ହେବ?

କୃଷି ଜାଗରଣ ଦ୍ୱାରା MFOI 2024 ଆୟୋଜନ କରିବାକୁ ଯାଉଛନ୍ତି l ଯାହାକି ଚଳିତ ବର୍ଷ ଶେଷରେ ଅର୍ଥାତ୍ ଡିସେମ୍ବର ୨୦୨୪ (୧  ରୁ ୩ ଡିସେମ୍ବର) ରେ ନୂଆଦିଲ୍ଲୀରେ ଆୟୋଜିତ ହେବ l MFOI 2024 ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି l କୃଷି ଜାଗରଣ ମଧ୍ୟ କିସାନ ଭାରତ ଯାତ୍ରା (MFOI କିସାନ ଭାରତ ଯାତ୍ରା) ମାଧ୍ୟମରେ କୃଷକମାନଙ୍କୁ ସଚେତନ କରାଉଛନ୍ତି l ଏହି ଯାତ୍ରା ଦେଶର ପ୍ରତ୍ୟେକ କୋଣକୁ ଯାଇ କୃଷକମାନଙ୍କୁ MFOI ବିଷୟରେ ଅବଗତ କରାଇବ ଏବଂ ସେମାନଙ୍କୁ କୃଷକମାନଙ୍କ ପାଇଁ ସର୍ବ ବୃହତ ପୁରସ୍କାର ପ୍ରଦର୍ଶନୀକୁ ଆସିବାକୁ ନିମନ୍ତ୍ରଣ କରିବା ଭଳି କାର୍ଯ୍ୟ କରୁଛି l

ଅଧିକ ପଢ଼ନ୍ତୁ

MFOI, VVIF Kisan Bharat Yatra: ଗୁଜୁରାଟର କୃଷକମାନଙ୍କଠାରୁ ମିଳିଲା ସମ୍ପୂର୍ଣ୍ଣ ସମର୍ଥନ

MFOI, VVIF Kisan Bharat Yatra: ନୂତନ ପ୍ରଯୁକ୍ତିବିଦ୍ୟା ବିଷୟରେ ସୂଚନା ପାଇଲେ ଚାଷୀ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)