
latest updates on Wheat production amid global crisis Central govt gives new information third advance estimates 2021 22 msp export ban
ଗହମ ଚାଷ (Wheat FARMING)ପାଇଁ ସୂଚନା ଜାରି କରିଛନ୍ତି କେନ୍ଦ୍ର ସରକାର (Central govt) | ଗ୍ଲୋବାଲ ଗହମ କ୍ରାଇସିସ ମଧ୍ୟରେ କୁହାଯାଉଥିଲା କି ଚଳିତ ବର୍ଷ ପୂର୍ବ ବର୍ଷ ତୁଳନାରେ ଗହମ ଉତ୍ପାଦନ କମ ହୋଇପାରେ | କିନ୍ତୁ ବର୍ତ୍ତମାନର ସୂଚନାରେ କେନ୍ଦ୍ର ସ୍ପଷ୍ଟ କରିଛି ଯେ , ଗହମ ଉତ୍ପାଦନରେ କେବଳ 36 ଲକ୍ଷ ଟନ କମ ହେବ , ଯାହା ଖାଉଟିଙ୍କ ଉପରେ ଅଧିକ ପ୍ରଭାବ ପକାଇବ ନାହିଁ |
ସୂଚନା ଅନୁସାରେ, କେନ୍ଦ୍ର ସରକାର (Central govt) ଏହି ବର୍ଷ 110 ଟନ ଗହମ ଉତ୍ପାଦନର ଲକ୍ଷ ରଖିଥିବା ବେଳେ , କେନ୍ଦ୍ର କୃଷି ଅଧିକାରୀଙ୍କ ସୂଚନା ମୁତାବକ ଏହି ବର୍ଷ ଗହମ ଉତ୍ପାଦନ 106.41 ମିଲିୟନ ଟନ ହେବାର ଅନୁମାନ କରାଯାଉଛି | ଯାହା ପୂର୍ବ ପାଞ୍ଚ ବର୍ଷ ତୁଳନାରେ କେବଳ 2.53 ମିଲିୟନ ଟନ ଅଧିକ
| ସୂଚନା ମୁତାବକ, ଏହି ବର୍ଷ ଉତ୍ତର- ପଶ୍ଚିମ ଭାରତରେ ମାର୍ଚ୍ଚ ମାସରୁ ହିଁ ଗରମ ତାପମାତ୍ରା ଅତ୍ୟଧିକ ଅନୁଭୂତ ହୋଇଥିଲା ଯେଉଁଥିପାଇଁ ଗହମର ଦାନା ଗୁଡିକ ପରିପକ୍ଵ ହେବା ପୂର୍ବରୁ ହିଁ ଶୁଖିଯାଇଥିଲା | ଚଳିତ ବର୍ଷ ଗହମ ଉତ୍ପାଦନ କମିବାରେ ଏହାକୁ ମୁଖ୍ୟ କାରଣ ବୋଲି ବିଶେଷଣଜ୍ଞ ମାନେ ମତ ପ୍ରଦାନ କରିଛନ୍ତି |
ଦୁନିଆର ମୁଖ୍ୟ ପ୍ରମୁଖ ଗହମ ଉତ୍ପାଦକ ଦେଶ ଭାବରେ ଜଣାଯାଉଥିବା ରୁଷ ଏବଂ ୟୁକ୍ରେନ (RUSSIA-UKRAIN WAR) ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ଭାରତକୁ ଗହମ ବିକିବାକୁ ନୂଆ ଇଣ୍ଟରନ୍ୟାସନାଲ ବଜାର ମିଳିଥିବା କୁହାଯାଉଛି | ଯେଉଁ କ୍ଷେତ୍ରରେ ଭାରତ 2.17ଲକ୍ଷ ମାଟ୍ରିକ ଟନର ଗହମ ରପ୍ତାନି କରୁଥିଲା ବର୍ତମାନ ତାହା 72.15 ଲକ୍ଷ ମାଟ୍ରିକ ଟନ ବୃଦ୍ଧି ହୋଇଛି | 2022 ଏପ୍ରିଲ ସୁଦ୍ଧା ଭାରତ 11ଲକ୍ଷ ମାଟ୍ରିକ ଟନ ରପ୍ତାନି କରିସାରିଥିବା ବେଳେ ଆହୁରି 40ଲକ୍ଷ ମାଟ୍ରିକ ଟନ ରପ୍ତାନି କରିବାର ଏଗ୍ରିମେଣ୍ଟ ଥିବା କୁହାଯାଉଛି |
ରିପୋର୍ଟ ଅନୁଯାୟୀ, ମୁଖ୍ୟ କୃଷି ଫସଲ ଉତ୍ପାଦନର ତୃତୀୟ ଅଗ୍ରିମ ଅନୁମାନ ଅନୁସାରେ, ଏହି ବର୍ଷ 314.51 ମିଲିୟନ ଟନ ଶସ୍ୟ ଉତ୍ପାଦନର ଆକଳନ କରାଯାଉଛି | ଯାହା ବର୍ଷ 2020-21 ତୁଳନାରେ 3.77 ମିଲିୟନ ଟନ ଅଧିକ |
ଗହମ ଦରବୃଦ୍ଧି ଉପରେ ସରକାରଙ୍କ ବଡ ନିଷ୍ପତ୍ତି, ରପ୍ତାନୀ ଉପରେ ଲାଗିଲା ପ୍ରତିବନ୍ଧକ
Share your comments