1. କୃଷି ଖବର

ପ୍ରାଥମିକ କୃଷି ଋଣ ସମିତି ଦ୍ୱାରା ସାଧାରଣ ସେବା କେନ୍ଦ୍ର ସେବା ଆରମ୍ଭ

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀ ଠାରେ ପ୍ରାଥମିକ କୃଷି ଋଣ ସମିତି (ପିଏସିଏସ୍‌) ଦ୍ୱାରା ସାଧାରଣ ସେବା କେନ୍ଦ୍ର ସେବା ଆରମ୍ଭ ହେବା ନେଇ ଏକ ଜାତୀୟ ମେଗା କନକ୍ଲେଭକୁ ଉଦ୍‌ଘାଟନ କରିଛନ୍ତି ।

Tanushree Mahapatra
Tanushree Mahapatra
launching of CSC services by Primary Agricultural Credit Societies, pic source - twitter

launching of CSC services by Primary Agricultural Credit Societies, pic source - twitter

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀ ଠାରେ ପ୍ରାଥମିକ କୃଷି ଋଣ ସମିତି (ପିଏସିଏସ୍‌) ଦ୍ୱାରା ସାଧାରଣ ସେବା କେନ୍ଦ୍ର ସେବା ଆରମ୍ଭ ହେବା ନେଇ ଏକ ଜାତୀୟ ମେଗା କନକ୍ଲେଭକୁ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ କେନ୍ଦ୍ର ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ଏବଂ ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ସମବାୟ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବି ଏଲ୍ ବର୍ମା, ସଚିବ, ସମବାୟ ମନ୍ତ୍ରଣାଳୟ, ଶ୍ରୀ ଜ୍ଞାନେଶ କୁମାର, ସଚିବ, ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ, ଶ୍ରୀ ଅଳ୍କେଶ କୁମାର ଶର୍ମା ଏବଂ ସିଏସସି-ଏସପିଭିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ ରାକେଶ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ସହିତ ଉପସ୍ଥିତ ଥିଲେ ।

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ପିଏସିଏସ୍ ଏବଂ ସିଏସ୍‌ସିର ଏକତ୍ରିକରଣ ସହିତ ସମବାୟ ସମିତିକୁ ମଜଭୁତ କରିବା ଏବଂ ଡିଜିଟାଲ ଇଣ୍ଡିଆକୁ ପ୍ରୋତ୍ସାହିତ କରିବା ଭଳି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଦୁଇଟି ସଂକଳ୍ପ ଆଜି ପୂରଣ ହେଉଛି । ଡିଜିଟାଲ ଇଣ୍ଡିଆ ମିଶନ ଅଧୀନରେ ସିଏସ୍‌ସି ମାଧ୍ୟମରେ ଶାସନରୁ ଦୁର୍ନୀତି ଦୂର କରିବା ଏବଂ ଗରିବ ଲୋକଙ୍କ ଦୁଆର ମୁହଁକୁ ସୁବିଧା ଗୁଡିକୁ ନେବା ତଥା ସମବାୟ ମନ୍ତ୍ରଣାଳୟ ଗଠନ କରି ପିଏସିଏସ ଠାରୁ ଆପେକ୍ସ ପର୍ଯ୍ୟନ୍ତ ସମଗ୍ର ସମବାୟ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ଦ୍ୱାରା ଗ୍ରାମୀଣ ଅର୍ଥନୀତିକୁ ମଜଭୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନେଇଥିବା ସଂକଳ୍ପ ଆଜି ସମନ୍ୱିତ ହୋଇଛି ।

କେନ୍ଦ୍ର ସମବାୟ ମନ୍ତ୍ରୀ କହିଛନ୍ତି ଯେ ‘ସର୍ବନିମ୍ନ ସରକାର, କିନ୍ତୁ ବିନା ଦୁର୍ନୀତିରେ ଅନ୍ତିମ ମାଇଲ୍ ପର୍ଯ୍ୟନ୍ତ ବିତରଣ ସହିତ ସର୍ବାଧିକ ଶାସନ' ସୂତ୍ର କାର୍ଯ୍ୟକାରୀ କରିବା ପାଇଁ ସିଏସ୍‌ସି ଠାରୁ କୌଣସି ବଡ଼ ମାଧ୍ୟମ ଥାଇ ନପାରେ । ସେ ସୂଚନା ଦେଇଛନ୍ତି ଯେ ଭାରତ ସରକାର ଏବଂ ରାଜ୍ୟ ସରକାରମାନଙ୍କର ୩୦୦ ରୁ ଅଧିକ କ୍ଷୁଦ୍ର ହିତାଧିକାରୀ ଯୋଜନା ସିଏସ୍‌ସି ସହିତ ଏକୀଭୂତ ହୋଇଛି । ସେ କହିଛନ୍ତି ଯେ ଗ୍ରାମର ଗରିବ, ଭୂମିହୀନ କୃଷି ଶ୍ରମିକ ଏବଂ ଦଳିତ ଏବଂ ଆଦିବାସୀ ସମ୍ପ୍ରଦାୟକୁ ସିଏସ୍‌ସି ସେବା ଯୋଗାଇବା ପାଇଁ ପିଏସିଏସ୍ ଠାରୁ ଭଲ ମାଧ୍ୟମ ଥାଇ ନପାରେ । ଆଜି ପିଏସିଏସ୍ ଏବଂ ସିଏସ୍‌ସି ମିଳିତ ହେବାକୁ ଯାଉଛନ୍ତି, ଏହା କେବଳ ଗରିବଙ୍କ ସୁବିଧା ବୃଦ୍ଧି କରିବ ନାହିଁ, ବରଂ ଗ୍ରାମୀଣ ଅର୍ଥନୀତି ମଧ୍ୟ ନୂତନ ଶକ୍ତି ଏବଂ ଦୃଢ଼ତା ପାଇବ । ଏହା ସହିତ ଆମେ ଦେଶର ବିକାଶ ପାଇଁ ସର୍ବାଧିକ ସାମର୍ଥ୍ୟକୁ ମଧ୍ୟ ବ୍ୟବହାର କରିବା କ୍ଷେତ୍ରରେ ସମର୍ଥ ହେବା ।

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସିଏସ୍‌ସି ରେ ୧୭,୧୭୬ ପିଏସିଏସ୍ ପଞ୍ଜିକୃତ ହୋଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦୁଇ ମାସର ସ୍ୱଳ୍ପ ସମୟ ମଧ୍ୟରେ ୧୭,୦୦୦ ରୁ ଅଧିକ ପିଏସିଏସ୍ ପରିସର ଭିତରକୁ ଆସିବା ହେଉଛି ଏକ ବଡ଼ ସଫଳତା । ଏହି ଉଲ୍ଲେଖନୀୟ ସଫଳତା ପାଇଁ ଶ୍ରୀ ଶାହ ସମବାୟ ମନ୍ତ୍ରଣାଳୟର ସଚିବ ଏବଂ ମନ୍ତ୍ରଣାଳୟର ସମଗ୍ର ଦଳଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ ୧୭,୧୭୬ ପିଏସିଏସ୍ ମଧ୍ୟରୁ ପ୍ରାୟ ୬,୬୭୦ କାର୍ଯ୍ୟ କରିାବ ଆରମ୍ଭ କରିଛନ୍ତି ଏବଂ ଅବଶିଷ୍ଟ ପିଏସିଏସ୍ ମଧ୍ୟ ଆସନ୍ତା ୧୫ ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ କରିବେ । ଏହା ପ୍ରାୟ ୧୪,୦୦୦ ଗ୍ରାମୀଣ ଯୁବକଙ୍କୁ ନିଯୁକ୍ତି ଯୋଗାଇବ ଏବଂ ଏହି ଯୁବକମାନେ ଗ୍ରାମାଞ୍ଚଳର ଅର୍ଥନୀତି ଏବଂ ଗ୍ରାମ ଗୁଡିକରେ ସୁବିଧା ଗୁଡ଼ିକୁ ମଜଭୁତ କରିବା ପାଇଁ କାର୍ଯ୍ୟ କରିବେ । ସେ କହିଛନ୍ତି ଯେ ଆମ ଦେଶର ଜନସଂଖ୍ୟାର ୬୦-୬୫% ଗ୍ରାମରେ ବସବାସ କରନ୍ତି ଆଉ ସେଥିପାଇଁ ଆମକୁ "ସହକାର ସେ ସମ୍ରିଦ୍ଧି’ ମନ୍ତ୍ର ସହିତ ଗ୍ରାମୀଣ ଅର୍ଥନୀତିକୁ ତ୍ୱରାନ୍ୱିତ ଏବଂ ବିବିଧତାଭରା କରିବା ନିମନ୍ତେ ଉଦ୍ୟମ କରିବାକୁ ହେବ ।

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ଦେଶରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ୨୫୦ ପ୍ରତିଶତ ବୃଦ୍ଧି ପାଇଛି ଏବଂ ପ୍ରତି ଜିବି ଡାଟାର ମୂଲ୍ୟ ୯୬ ପ୍ରତିଶତ ହ୍ରାସ ପାଇଛି, ଯାହା ଗରିବ ଏବଂ ବଞ୍ଚିତ ଲୋକ ମାନଙ୍କୁ ଏହି ସୁବିଧା ବ୍ୟବହାର କରିବାରେ ସକ୍ଷମ କରାଇଛି । ସେ କହିଛନ୍ତି ଯେ ପିଏସିଏସ୍‌କୁ କମ୍ପ୍ୟୁଟରୀକରଣ କରି ସରକାର ପିଏସିଏସ୍‌ର ବହୁମୁଖୀକରଣ କାର୍ଯ୍ୟ କରିଛନ୍ତି ଏବଂ ସେମାନଙ୍କୁ ଏଫପିଓ ଭାବରେ କାର୍ଯ୍ୟ କରିବାକୁ ମଧ୍ୟ କ୍ଷମତା ଦେଇଛନ୍ତି । ଏଥି ସହିତ ବିହନ ଉତ୍ପାଦନ, ଜୈବ ଚାଷର ବିପଣନ ଏବଂ କୃଷକ ଉତ୍ପାଦ ରପ୍ତାନି ପାଇଁ ତିନୋଟି ବହୁମୁଖୀ ରାଜ୍ୟ ସମବାୟ ସମିତି ଗଠନ କରାଯାଇଛି । ବିଶ୍ୱର ସର୍ବବୃହତ ଖାଦ୍ୟ ଶସ୍ୟ ସଂରକ୍ଷଣ ଯୋଜନା ମଧ୍ୟ ଆରମ୍ଭ ହୋଇଛି । ଶ୍ରୀ ଶାହ କହିଛନ୍ତି ଯେ ଆସନ୍ତା ୫ ବର୍ଷ ମଧ୍ୟରେ ଛୋଟ ପିଏସିଏସ୍ ଦେଶର ୩୦% ଖାଦ୍ୟ ଶସ୍ୟକୁ ସଂରକ୍ଷଣ ଯୋଗାଇବ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments