1. କୃଷି ଖବର

ଅଗଷ୍ଟ ସୁଦ୍ଧା ଓଡ଼ିଶାରେ ଚାହିଦା ଠାରୁ କମ୍ ସାର ଯୋଗାଣ

ଓଡ଼ିଶାରେ ସାର ଯୋଗାଣରେ ଅନିୟମିତତା ଯୋଗୁଁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି l ରାଜ୍ୟରେ ଖରିଫ ଋତୁରେ ଚାହିଦା ମୁତାବକ ସାର ଯୋଗାଣ ହୋଇପାରିନାହିଁ। ଏପରି କି ଗତ ଖରିଫ ଋତୁ ତୁଳନାରେ ମଧ୍ୟ କମ୍ ୟୁରିଆ ଯୋଗାଣ ହୋଇଛି। କେନ୍ଦ୍ର ସରକାର ରାଜ୍ୟକୁ ଅଗଷ୍ଟ ମାସ ସୁଦ୍ଧା ଅନୁମୋଦିତ ପରିମାଣଠାରୁ ୮୫

Sugyan Kumar Nayak
Sugyan Kumar Nayak
Fertilizer

Fertilizer

ଓଡ଼ିଶାରେ ସାର ଯୋଗାଣରେ ଅନିୟମିତତା ଯୋଗୁଁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି l ରାଜ୍ୟରେ ଖରିଫ ଋତୁରେ ଚାହିଦା ମୁତାବକ ସାର ଯୋଗାଣ ହୋଇପାରିନାହିଁ। ଏପରି କି ଗତ ଖରିଫ ଋତୁ ତୁଳନାରେ ମଧ୍ୟ କମ୍ ୟୁରିଆ ଯୋଗାଣ ହୋଇଛି। କେନ୍ଦ୍ର ସରକାର ରାଜ୍ୟକୁ ଅଗଷ୍ଟ ମାସ ସୁଦ୍ଧା ଅନୁମୋଦିତ ପରିମାଣଠାରୁ ୮୫

ହଜାର ମେଟ୍ରିକ୍ ଟନ୍ ୟୁରିଆ ସାର କମ୍ ଯୋଗାଇଛନ୍ତି। ତେଣୁ ବିଭିନ୍ନ ଜିଲ୍ଲାରେ ୟୁରିଆ ସାରର ଅଭାବ ଦେଖାଦେଇଛି। ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଓ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ। ଶ୍ରୀ ସାହୁ କହିଛନ୍ତି ଯେ ଚଳିତ ଖରିଫ ଋତୁରେ ରାଜ୍ୟରେ ୪ଲକ୍ଷ ମେଟ୍ରିକ ଟନ୍ ୟୁରିଆ, ୨ଲକ୍ଷ ମେଟ୍ରିକ ଟନ୍ ଡିଏପି, ୧ଲକ୍ଷ ମେଟ୍ରିକ ଟନ୍ ଏମ୍ଓପି ଓ ୨ଲକ୍ଷ ମେଟ୍ରିକ ଟନ୍ ଏନପିକେ ସାରର ହାରହାରି ଚାହିଦା ରଖିଛି। ଅଗଷ୍ଟ ସୁଦ୍ଧା ୨ଲକ୍ଷ ୨୫ହଜାର ୩ଶହ ମେଟ୍ରିକ ଟନ୍ ୟୁରିଆ ଯୋଗାଣ ହୋଇଛି। ଏହାସହ ୧ଲକ୍ଷ ୪୧ହଜାର ୫୭୫ ମେଟ୍ରିକ ଟନ୍ ଡିଏପି, ୫୩,୨୮୬ ମେଟ୍ରିକ ଟନ୍ ଏମ୍ଓପି ଓ ୧ଲକ୍ଷ ୫୧ହଜାର ୨ଶହ ମେଟ୍ରିକ୍ ଟନ୍ ଏନ୍ପିକେ ସାର ଯୋଗାଣ ହୋଇପାରିଛି। ଗତବର୍ଷ ଖରିଫ ଋତୁରେ ୨ଲକ୍ଷ ୭୭ହଜାର ୫୨୨ ମେଟ୍ରିକ ଟନ୍ ୟୁରିଆ, ୧ଲକ୍ଷ ୫୯ହଜାର ୯୩୮ ମେଟ୍ରିକ ଟନ୍ ଡିଏପି, ୯୦,୫୭୫ ମେଟ୍ରିକ ଟନ୍ ଏମ୍ଓପି ଓ ୧ଲକ୍ଷ ୩୮ହଜାର

୫୩୬ ମେଟ୍ରିକ ଟନ୍ ଏନପିକେ ସାର ଯୋଗାଣ ହୋଇଥିଲା। ଖରିଫ ଋତୁରେ ୟୁରିଆ ସାରର ବ୍ୟବହାରର ତିରୋଟ ସମୟରେ ଅଭାବ ଦୂରୀକରଣ ପାଇଁ ରାଜ୍ୟର ଦୁଇ ସାର ସଂଗ୍ରହ ସଂସ୍ଥା ମାଧ୍ୟମରେ ଜାନୁଆରିରୁ ଜୁଲାଇ ମଧ୍ୟରେ ୨ଲକ୍ଷ ମେଟ୍ରିକ୍ ଟନ ୟୁରିଆ ସାର ଆଗୁଆ ମହଜୁଦ ରଖିବା ଲାଗି ପଦକ୍ଷେପ ନିଆଯାଇଥିଲା। ଅତିରିକ୍ତ ପରିବହନ ଓ ଭଣ୍ଡାର ଖର୍ଚ୍ଚ ବାବଦକୁ ମିଶାଇ ମେଟ୍ରିକ୍ ଟନ୍ ପିଛା ୨୫୦ ଟଙ୍କା ହିସାବରେ ୬କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିଲା। ହେଲେ ରାଜ୍ୟକୁ ୟୁରିଆ ସାରର ନିଅଣ୍ଟ ଯୋଗାଣ ହେତୁ ବିଭିନ୍ନ ଜିଲ୍ଲାରେ କେବଳ ୯୫,୮୩୨ ମେଟ୍ରିକ ଟନ୍ ୟୁରିଆ ସାର ମହଜୁଦ ହୋଇପାରିଛି। ରାଜ୍ୟର ସମସ୍ତ ଅଞ୍ଚଳର ଚାଷୀଙ୍କୁ ଠିକ୍ ସମୟରେ ଓ ମୂଲ୍ୟରେ ଚାହିଦା ମୁତାବକ ବିଭିନ୍ନ ରସାୟନିକ ସାର ଯୋଗାଇ ଦେବା ପାଇଁ ଚାଷୀମାନେ ଦାବି କରୁଛନ୍ତି l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ